ଓଡିଶା

odisha

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ କଲେ ପ୍ରମୋଦ

By

Published : Sep 7, 2021, 8:57 PM IST

Gold medalist pramod bhagat thanks PM Modi, dedicates his medal to india

ଦେଶବାସୀଙ୍କ ଉଦ୍ଦେଶ୍ୟରେ ସ୍ବର୍ଣ୍ଣ ପଦକ ଉତ୍ସର୍ଗ କଲେ ଦେଶର ନୂଆ ଗୋଲ୍ଡେନ ବୟ ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଦେଶର ନୂଆ ଗୋଲ୍ଡେନ ବୟ ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ନିଜର ସ୍ବର୍ଣ୍ଣ ପଦକକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଟ୍ବିଟରେ ପ୍ରମୋଦ ଉଲ୍ଲେଖ କରିଛନ୍ତି, '"ଧନ୍ୟବାଦ ଭାରତ, ଏହି ପଦକ ସେହି ସମସ୍ତ ଭାରତୀୟଙ୍କର ଯେଉଁମାନେ ସ୍ବପ୍ନ ଦେଖନ୍ତି । ହୃଦୟର ସହ ଭାରତ ସରକାର ଓ ମୋର ଓଡିଶା ସରକାରଙ୍କୁ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଏହି ବିଜୟ, ଜୟ ହିନ୍ଦ୍‌ ।"

ବିଶ୍ବର ନମ୍ବର ୧ ପାରା-ବ୍ୟାଡମିଣ୍ଟନ ଖେଳାଳି ତଥା ପାରାଲମ୍ପିକ୍‌ ଚମ୍ପିଆନ ପ୍ରମୋଦ ସ୍ବଦେଶ ଫେରିବା ପରେ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ସୋମବାର ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାଂସଦ ଅଚ୍ୟୁତ ସାମନ୍ତ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିବାବେଳେ ମଙ୍ଗଳବାର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ପ୍ରମୋଦ ଓଡିଶା ଫେରିବା ପରେ ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।

ଗତ ଶନିବାର ପାରାଲମ୍ପିକ୍ସରେ ପ୍ରମୋଦ ଭଗତ ପଦକ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡ଼ିଓ କଲ୍‌ ମାଧ୍ୟମରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଥିଲେ । ବିଶ୍ବ ଚମ୍ପିଆନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆମେ ସମସ୍ତେ ଗର୍ବିତ । ପାରାଲମ୍ପିକ୍‌ରେ ତାଙ୍କର ସ୍ଵର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details