ଓଡିଶା

odisha

ପ୍ରଜଯୋକଙ୍କ ବିବାଦୀୟ ବୟାନ, ମହାରାଜା ହଲରୁ ହଟିଲା 'ଡେଲିଭରି ବୟ'

By

Published : Apr 17, 2023, 6:51 PM IST

ମହାରାଜା ସିନେମା ହଲରୁ ହଟିଲା ଡେଲିଭରି ବୟ। ଫିଲ୍ମ ହଟାଇବା ନେଇ ଅଭିଯୋଗ ଆଣିଲେ ପ୍ରଯୋଜକ। ସେପଟେ ପ୍ରଯୋଜକଙ୍କ ମନ୍ତବ୍ୟ ପାଇଁ ସିନେମା ହଟାଇଥିବା କହିଲେ ହଲ ମାଲିକ। ଅଧିକ ପଢନ୍ତୁ,

ମହାରାଜା ହଲରୁ ହଟିଲା ଡେଲିଭରି ବୟ
ମହାରାଜା ହଲରୁ ହଟିଲା ଡେଲିଭରି ବୟ

ମହାରାଜା ସିନେମା ହଲରୁ ଡେଲିଭରି ବୟ ଫିଲ୍ମ ହଟାଇବା ନେଇ ପ୍ରଯୋଜକଙ୍କ ଅଭିଯୋଗ

ଭୁବନେଶ୍ବର: ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ । ମହାରାଜା ହଲକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପ୍ରଯୋଜକ । ଯାହାକୁ ନେଇ ଚଳଚ୍ଚିତ୍ର ବନ୍ଦ କରିଥିବା ନେଇ ପ୍ରତିକ୍ରିୟା ରଖିଥିଲେ ହଲ ମାଲିକ । ସେପଟେ ଫିଲ୍ମଟି ସଫଳତାରର ସହ ଚାଲୁଥିବା ବେଳେ ହଲରୁ କାହିଁକି ହଟାଗଲା ସେନେଇ ମହାରାଜା ହଲ ମାଲିକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଫିଲ୍ମ ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି ।

ମହାରାଜା ହଲରୁ ହଟିଲା ଡେଲିଭରି ବୟ

ନିକଟରେ ମହାରାଜା ହଲକୁ ନେଇ ପ୍ରଯୋଜକ ଏକ ମନ୍ତବ୍ୟ ଦେଇ କହିଥିଲେ ଯେ, 'ଏହି ହଲ ହେଉଛି ଦିବ୍ୟାଙ୍ଗ ହଲ ଯେଉଁଠି ସିନେମା ଚାଲିବା ପାଇଁ ଭିତ୍ତିଭୂମି ନାହିଁ ।' ଏହି ମନ୍ତବ୍ୟକୁ ନେଇ ହଲ୍‌ରୁ ସିନେମା ହଟାଯାଇଥିବା ନେଇ ମତ ରଖିଥିଲେ ହଲ୍‌ ମାଲିକ । ତେବେ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପ୍ରଯୋଜକ । ସେ କହିଛନ୍ତି, 'ଏହି ମନ୍ତବ୍ୟ ମୁଁ ଦେଇଥିଲି ସତ କିନ୍ତୁ ତାହା ମୋର ବ୍ୟକ୍ତିଗତ ଥିଲା। ତାକୁ ନେଇ ଚଳଚ୍ଚିତ୍ର ବନ୍ଦ କରିବା ଠିକ୍ ନୁହେଁ । ମୁଁ ମଣିଷକୁ ନୁହେଁ ଭିତ୍ତିଭୂମିକୁ ବିକଳାଙ୍ଗ କହିଛି । ଚଳଚ୍ଚିତ୍ର ଆସିବା ଆଗରୁ ମତେ ଟଙ୍କା ମଗାଯାଇ ପ୍ରୋଜୋଜକଙ୍କୁ ବିକଳାଙ୍ଗ କରାଯାଇଛି ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟବସାୟ ଦିଗକୁ ଦେଖି ଓଡ଼ିଆ ସିନେମା ପ୍ରତି ମାନସିକତା ଏବଂ ଆନ୍ତରିକତା ଅଭାବ ଯୋଗୁ ଚଳଚ୍ଚିତ୍ରକୁ ହଲ ମାଲିକ ହଟାଇଥିବା କହିଛନ୍ତି ଜ୍ୟୋତି। ଏହାସହ ସିକୁରିଟୀ ଡିପୋଜିଟ ଅଲଗା ଚଳଚ୍ଚିତ୍ରକୁ ମାଗାଯାଉନି କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରକୁ କଣ ପାଇଁ ମଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଫିଲ୍ମକୁ ନେଇ ଅନ୍ୟ ସିନେମା ହଲ ସହଯୋଗ କରୁଥିବା ବେଳେ ମହାରାଜା କିନ୍ତୁ ସହଯୋଗ କରୁନାହିଁ। ତେବେ ସମୟ ଓ ଚୁକ୍ତି ସରିନଥିବାରୁ କାହିଁକି ହଲରୁ ଚଳଚ୍ଚିତ୍ର ଉଠାଗଲା ବୋଲି ପ୍ରଶ୍ମ କରିବା ସହ ଫିଲ୍ମ ହଟାଇଥିବାରୁ ଭୁଲ ମାଗିବା ସହ ଚଳଚ୍ଚିତ୍ରକୁ ଆଉ ଥରେ ହଲରେ ଚଲାଯାଉ ବୋଲି ଦାବି କରିଛନ୍ତି। ଯଦି ଏହା କରା ନ ୟାଏ ତେବେ ଏନେଇ ମୁଁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ପ୍ରଯୋଜକ ।

ସେପଟେ ପ୍ରଯୋଜକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହାରାଜା ହଲ୍‌ ମ୍ୟାନେଜର ଲିଙ୍ଗରାଜ ପଣ୍ଡା । ସେ କହିଛନ୍ତି ଡେଲିଭରି ବୟ ସିନେମାର ଚୁକ୍ତି ପରେ ହିଁ ହଟାଯାଇଛି ଏପରିକି ଭଲ ଚାଲୁଥିବାରୁ ଆମେ ତିନିଦିନ ଅଧିକ ଚଳାଇଛୁ । ଆମେ ପ୍ରଯୋଜକଙ୍କଠାରୁ କୌଣସି ପଇସା ନେଇନାହୁଁ, ବରଂ ନିଜେ ପ୍ରଯୋଜକ ହିଁ ଆମ ହଲକୁ ଦିବ୍ୟାଙ୍ଗ କହିବା ସହ ଏଠାରେ ମୋ ସିନେମା ଆଉ ପକାଇବି ନାହିଁ ୭ ଦିନରେ ନେଇଯିବୁ ବୋଲି କହିଛନ୍ତି । ତେବେ ହଲ୍‌ ପ୍ରତି ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ହଲ୍‌ର ସମ୍ମାନକୁ ଆଘାତ ଦେଇଛି । ଏହା ୪୦ ବର୍ଷର ଅନୁଷ୍ଠାନ ଆମେ ସବୁବେଳେ ଚାହିଁଛୁ ଏଠାର ଓଡ଼ିଆ ସିନେମା ଚାଲୁ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ନୁହେଁ ବରଂ ପ୍ରଯୋଜକ ମନମୁଖୀ ମନ୍ତବ୍ୟ ଓ ଶାସନ ଚଳାଇଛନ୍ତି । ପ୍ରଯୋଜକମାନଙ୍କୁ ମଧ୍ୟ ହଲର ବ୍ୟବସ୍ଥା ଓ ସିନେମାର ମାର୍ଗଦର୍ଶିକା ଜାଣିବାର ଆବଶ୍ୟକତା ରହିଛି।

ସୂଚନା ଥାଉ କି, ଏପ୍ରିଲ 7ରେ ରିଲିଜ ହୋଇଥିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ । ସାରା ଓଡିଶାର ୨୫ଟି ପ୍ରେକ୍ଷାଳୟରେ ଏହା ରିଲିଜ ହୋଇଥିଲା। ଫିଲ୍ମରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ଦାସମହାପାତ୍ର, ଅଭିନେତ୍ରୀ ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details