ଓଡିଶା

odisha

Malti Meri: ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି, ଫଟୋ ସେୟାର କଲେ ଅଭିନେତ୍ରୀ

By ETV Bharat Odisha Team

Published : Sep 14, 2023, 4:35 PM IST

ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ନିଜ ଲାଡ୍‌ଲି ମାଲତୀ ମେରିଙ୍କ ଫଟୋ ସର୍ବଦା ସେୟାର କରିଥାଆନ୍ତି । ବର୍ତ୍ତମାନ ସେ ତାଙ୍କ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମାଲତୀ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ

ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି, ଫଟୋ ସେୟାର କଲେ ଅଭିନେତ୍ରୀ
ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି, ଫଟୋ ସେୟାର କଲେ ଅଭିନେତ୍ରୀ

ହାଇଦ୍ରାବାଦ: ଫିଲ୍ମ ଅପେକ୍ଷା ଆଜିକାଲି ନିଜ ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଅଭିନେତ୍ରୀ ନିଜ ପରିବାର ସହ ବର୍ତ୍ତମାନ ଅଧିକ ସମୟ ବିତାଇଥାନ୍ତି । ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଥାନ୍ତି । ଅନେକ ସମୟରେ ସେ ଝିଅ ମାଲତୀ ମେରିଙ୍କ ଫଟୋ ସେୟାର କରିଥାଆନ୍ତି । ବର୍ତ୍ତମାନ ସେ ତାଙ୍କ ଲାଡ୍‌ଲିଙ୍କ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମାଲତୀ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ନଜର ଆସିଛନ୍ତି ।

ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି ମାଲତୀ ମେରି

ପ୍ରିୟଙ୍କା ଚୋପ୍ରା ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ମାଲତୀଙ୍କ ଫଟୋ ସେୟାର କରିଛନ୍ତି । କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ପ୍ଲେ' ଡେଟ୍ ୱିଥ୍ ଫ୍ରେଣ୍ଡ୍ସ' (ମାଲତୀ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଛନ୍ତି)। ଗୋଟିଏ ଫଟୋରେ ପ୍ରିୟଙ୍କା ମାଲତୀଙ୍କୁ କୋଳରେ ଧରିଥିବା ବେଳେ ମାଲତୀ ଖେଳୁଥିବା ନଜର ଆସିଛନ୍ତି। ଝିଅକୁ ଦେଖି ପ୍ରିୟଙ୍କା ବି ହସୁଥିବାର ନଜର ଆସିଛନ୍ତି । 2ୟ ଫଟୋରେ ମାଲତୀ କିଛି ସାଙ୍ଗମାନଙ୍କ ସହ ପ୍ଲେ' ଟବ୍‌ରେ ମସ୍ତି କରୁଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ଏକ ବ୍ଲାକ୍‌ ଆଉଟଫିଟରେ ନଜର ଆସିଥିବା ବେଳେ ମାଲତୀଙ୍କୁ ଏକ ହ୍ବାଇଟ୍‌ ଫ୍ଲେଭର ପ୍ରିଣ୍ଟେଡ୍‌ ଫ୍ରକ୍‌ରେ ଦେଖିବାକୁ ମିଳିଛି ।

ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି ମାଲତୀ ମେରି

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ମେଟ୍‌ ଗାଲା 2017ରେ ସାକ୍ଷାତ କରିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ ଏବଂ 2018 ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମ୍ୟାରୀ । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।

ସାଙ୍ଗମାନଙ୍କ ଖେଳୁଥିବା ନଜର ଆସିଲେ ପ୍ରିୟଙ୍କାଙ୍କ ଲାଡଲି

ଏହା ମଧ୍ୟ ପଢନ୍ତୁ:ଫ୍ୟାନ୍‌ କହିଲେ ନିକ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲି, ପ୍ରିୟଙ୍କା ଦେଲେ ଏମିତି ଜବାବ୍‌

ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ,ସେ ରୁସୋ ବ୍ରଦର୍ସ ସିଟାଡେଲ୍ ଏବଂ ଲଭ୍ ଏଗେନରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସାମ୍ ହ୍ୟୁଗେନ୍ ଏବଂ ସେଲିନ୍ ଡିଅନଙ୍କ ସହ ନଜର ଆସିଥିଲେ । ବର୍ତ୍ତମାନ ଜନ୍ ସିନା ଏବଂ ଇଡ୍ରିସ୍ ଏଲବାଙ୍କ ବିପକ୍ଷରେ ତାଙ୍କୁ ଆଗାମୀ ଫିଲ୍ମ ହେଡସ୍ ଅଫ୍ ଷ୍ଟେଟରେ ଦେଖିବାକୁ ମିଳିବ । ଏଥିସହ ବଲିଉଡ୍‌ରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ ଜି ଲେ ଜରାରେ ନଜର ଆସିବେ ।

ABOUT THE AUTHOR

...view details