ଓଡିଶା

odisha

ତିନି ବର୍ଷ ପରେ ସ୍ବଦେଶ ଫେରିଲେ ଦେଶୀ ଗର୍ଲ, ସାଥିରେ ଅଛନ୍ତି ଝିଅ ମାଲତି

By

Published : Oct 31, 2022, 12:25 PM IST

ତିନି ବର୍ଷ ପରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଝିଅ ମାଲତି ମେରି ଚୋପ୍ରା ମଧ୍ୟ ଏହି ଯାତ୍ରାରେ ତାଙ୍କ ସହିତ ଅଛନ୍ତି । ଅଧିକ ପଢନ୍ତୁ

ତିନି ବର୍ଷ ପରେ ଭାରତ ଫେରିଲେ ପ୍ରିୟଙ୍କା ଚୋପ୍ରା, ସାଥିରେ ଅଛନ୍ତି ଝିଅ ମାଲତି
ତିନି ବର୍ଷ ପରେ ଭାରତ ଫେରିଲେ ପ୍ରିୟଙ୍କା ଚୋପ୍ରା, ସାଥିରେ ଅଛନ୍ତି ଝିଅ ମାଲତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଦେଶକୁ ଫେରିଛନ୍ତି । ଅଭିନେତ୍ରୀ ପ୍ରାୟ ତିନି ବର୍ଷ ପରେ ମୁମ୍ବାଇ ଫେରିଛନ୍ତି । ଯାହା ସହିତ ସେ ବହୁତ ଖୁସି ଥିବା ମଧ୍ୟ ପ୍ରକାଶ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ତାଙ୍କ ବୋର୍ଡିଂ ପାସ୍‌ର ଝଲକ ସେୟାର କରିଛନ୍ତି । ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ, ସେ ତାଙ୍କ ନାମ ସହିତ ଡେଷ୍ଟିନେସନ୍ ମୁମ୍ବାଇ ଲେଖିଛନ୍ତି । ଅଭିନେତ୍ରୀ ଫଟୋ ସେୟାର କରି ଲେଖିଛନ୍ତି, 'ପ୍ରାୟ 3 ବର୍ଷ ପରେ ଶେଷରେ ଘରକୁ ଯାଉଛି ।'

ପ୍ରିୟଙ୍କା ଚୋପ୍ରା

ଉଲ୍ଲେଖଯୋଗ୍ୟ ଯେ, କୋରୋନା ମହାମାରୀ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଅବଶ୍ୟ ତାଙ୍କ ଝିଅ ମାଲତି ମେରି ଚୋପ୍ରା ମଧ୍ୟ ଏହି ଯାତ୍ରାରେ ତାଙ୍କ ସହିତ ଅଛନ୍ତି । ଏହା ହେଉଛି ମାଲତି ମେରି ଚୋପ୍ରାଙ୍କର ପ୍ରଥମ ଭାରତ ଗସ୍ତ । ଏଥିପାଇଁ ଅଭିନେତ୍ରୀ ବହୁତ ଖୁସି ଅଛନ୍ତି । କେବଳ ଅଭିନେତ୍ରୀ ନୁହଁନ୍ତି, ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଖବର ଶୁଣି ବହୁତ ଖୁସି ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର 2018ରେ ପ୍ରିୟଙ୍କା ଚୋପ୍ରା ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ନିକ ଜୋନାସଙ୍କୁ ବିବାହ କରିଥିଲେ । ଏହି ବିବାହ ରାଜକୀୟ ଝଙ୍ଗରେ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ ସରୋଗେସି ମାଧ୍ୟମରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ଆମେ ଆପଣଙ୍କୁ କହିବୁ ଯେ, ଯଦିଓ ଅଭିନେତ୍ରୀ ବିଦେଶରେ ରୁହନ୍ତି, ତଥାପି ସେ ତାଙ୍କର ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ସମସ୍ତ ପର୍ବ ପର୍ବାଣୀକୁ ବଡ ଧୁମ୍‌ଧାମର ସହିତ ପାଳନ କରନ୍ତି । ନିକଟରେ ଅଭିନେତ୍ରୀ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତି ମେରି ଚୋପ୍ରାଙ୍କ ସହ ଦୀପାବଳି ପାଳନ କରିଥିଲେ । ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ପ୍ରିୟଙ୍କାଙ୍କ କାମ ବିଷୟରେ କଥା ହେବା ତ, ତାଙ୍କ ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ 'ପାଇପଲାଇନ' ଏବଂ 'ଜି ଲେ ଜାରା' ଅନ୍ତର୍ଭୁକ୍ତ ରହିଛି । ସେ 'ସିଟାଡେଲ୍' ସହିତ ୱେବ୍ ସିରିଜ୍ ଡେବ୍ୟୁ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details