ଓଡିଶା

odisha

ଝାଡଖଣ୍ଡରେ ଲଜ୍ଜା, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ

By

Published : Sep 26, 2022, 12:47 PM IST

ଝାଡଖଣ୍ଡରେ ଲଜ୍ଜା,  ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ
ଝାଡଖଣ୍ଡରେ ଲଜ୍ଜା, ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ ()

ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । ୨ଜଣ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ରାଞ୍ଚି:ଝାଡଖଣ୍ଡରେ ଲୋମଟାଙ୍କୁରା ଘଟଣା । ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ (woman gangraped in front of her husband)। ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । ୨ଜଣ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି ଝାଡଖଣ୍ଡର ପାଲାମୁସ୍ଥିତ ଅଞ୍ଚଳରେ । ଗିରଫ 2 ଅଭିଯୁକ୍ତ ବକୋରିଆ ଗାଁର ଭୋଲା ରାମ ଏବଂ ଧର୍ମେନ୍ଦ୍ର ରାମ ବୋଲି ଜଣାପଡିଛି । ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଗିରଫ କରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ୟୁପିରେ ଲଜ୍ଜା, ଘରୁ ଡାକି ନେଇ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

ଗତ ଶନିବାର ଦିନ ଶାଶୁଙ୍କ ସହ ଝଗ଼ଡା ପରେ ପୀଡିତା ଜଣଙ୍କ ନିଜ ବାପ ଘରକୁ ଚାଲି ଚାଲି ଯାଉଥିଲେ, ବୋହୂକୁ ଘରକୁ ଫେରାଇ ନେବା ପାଇଁ ଶାଶୁ ମଧ୍ୟ ତାଙ୍କ ପଛେ ପଛେ ଯାଉଥିଲେ, କିନ୍ତୁ ଘରକୁ ଫେରିବାକୁ ବୋହୂ ଅମଙ୍ଗ ହୋଇଥିଲା, ଫଳରେ ବୋହୂକୁ ସୁରକ୍ଷିତ ଭାବେ ବାପ ଘରେ ଛାଡିବାକୁ ସେ ତାଙ୍କ ପୁଅକୁ କହିଥିଲେ । ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଏକ ବାଇକ ଯୋଗେ ଯାଉଥିବା ସମୟରେ ଅଧା ରାସ୍ତାରେ ୬ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ଏହାପରେ ମହିଳାଙ୍କୁ ଟଣାଓଟରା କରିବାରୁ ତାଙ୍କ ସ୍ବାମୀ ଏଥିରେ ବାରଣ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ମାନେ ବ୍ୟକ୍ତି ଜଣଙ୍କୁ ମାଡ ମାରିବା ସହ ମୋବାଇଲ ଫୋନ ଛଡାଇ ନେଇଥିଲେ । ସେଠାରେ ସ୍ବାମୀ ସମ୍ମୁଖରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ଅନ୍ୟ ଏକ ସ୍ଥାନକୁ ବାଇକ ଯୋଗେ ନେଇ ଯାଉଥିଲେ । ସେହି ସମୟରେ ଏକ ବୋଲେରୋ ଦେଖିବାରୁ ମହିଳା ଜଣଙ୍କ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ, ଫଳରେ ବାଇକ ଚଲାଉଥିବା ଅଭିଯୁକ୍ତ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ ।

ଏହି ସମୟରେ ଅନ୍ୟ ଏକ ବାଇକରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ଏହା ପରେ ମହିଳାଙ୍କ ସ୍ୱାମୀ ଶନିବାର ରାତିରେ ମାନିକା ପୋଲିସ ଷ୍ଟେସନରେ ପହଞ୍ଚି ପୁରା ଘଟଣା ସମ୍ପର୍କରେ ଜଣାଇ ସ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି । ବର୍ତ୍ତମାନ ୪ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ABOUT THE AUTHOR

...view details