ETV Bharat / crime

ଭୂତ ହୋଇ ଡରାଇଲା ପ୍ରେମିକା ! 8 ମାସ ତଳେ ହତ୍ୟା କରି ପୋତିଥିଲା ପ୍ରେମିକ

author img

By

Published : Jan 13, 2023, 11:24 AM IST

love cheating and murder in korba
love cheating and murder in korba

ବିବାହ ପାଇଁ ଜିଦ ଧରିବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଗତ ଆଠମାସ ତଳେ ଛତିଶଗଡରେ ଘଟିଥିଲା ଏପରି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡରେ ଜଘନ୍ୟ ହତ୍ୟାକାଣ୍ଡ । ବିବାହ କରିବାକୁ ଜିଦ ଧରିବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ । ଓଢଣୀରେ ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ଶେଷରେ ଭୂତ ହୋଇ ଡରାଇବାରୁ ପୋଲିସ ସମ୍ମୁଖରେ ସତ ମାନିଲା ଅଭିଯୁକ୍ତ । ଗତ ୮ ମାସ ତଳେ ଜିଲ୍ଲାର ରାମପୁର ଚୌକର କୋରବାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଏବେ ପୁରା ଘଟଣାର ପର୍ଦ୍ଦାଫାସ କରିଛି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏଥି ସହ ପ୍ରେମିକକୁ ଗିରଫ କରିଛି ପୋଲିସ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା: ରାମପୁର ଆଉଟ ପୋଷ୍ଟ ରିସିଡରେ ରହୁଥିବା ଅଞ୍ଜୁ ଯାଦବ ଗତ ୮ ମାସ ତଳେ ଘରକୁ ଯାଇ ଆଉ ଫେରିନଥିଲେ । ଏନେଇ ତାଙ୍କ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଗତ ୮ ମାସ ଧରି ତଦନ୍ତ ଜାରି ରଖିଥିବା ବେଳେ ସଞ୍ଜୁୟ କଙ୍କାଳକୁ ଏକ ଜଙ୍ଗଲରୁ ପୋଲିସ ଜବତ କରିଛି ।

ପୋଲିସ ସାମ୍ନାରେ ସତ ମାନିଥିଲା ଅଭିଯୁକ୍ତ: ମୃତ ଯୁବତୀଙ୍କ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ । ତଦନ୍ତ ସମୟରେ ଅଞ୍ଜୁଙ୍କ ପ୍ରେମିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ପ୍ରେମିକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଥିଲା । ଏହାପରେ ସତ ମାନିଥିଲା ଅଭିଯୁକ୍ତ । ଅଞ୍ଜୁ ବିବାହ କରିବାକୁ ଜିଦ କରିବାରୁ ତାକୁ ତା ଓଢଣୀରେ ତଣ୍ଟିଚିପି ହତ୍ୟା କରିଥିଲି । ଯେମିତି କେହି ଏହାର ସୁରାକ ନପାଇବେ ସେଥି ପାଇଁ ଏକ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲି ବୋଲି କହିଥିଲା ଅଭିଯୁକ୍ତ । ଏହାପରେ ପୋଲିସ ଜଙ୍ଗଲରେ ପହଞ୍ଚି ଏକ ଗାତରୁ ଅଞ୍ଜୁଙ୍କ କଙ୍କାଳକୁ ଉଦ୍ଧାର କରିଥିଲା । ପରିବାର ସଦସ୍ୟକୁ ଏନେଇ ସୂଚନା ଦେବା ପରେ ପାଉଁଜି ଦେଖି ସେ ଅଞ୍ଜୁଙ୍କୁ ଚିହ୍ନି ପାରିଥିଲେ ।

ବିବାହ ପାଇଁ ଜିଦ ଧରିବାରୁ ହତ୍ୟା: ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଞ୍ଚୁ ଓ ଗୋପାଳଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୀର୍ଘ ୨ ମାସ ହେବ ଦୁହେଁ ଏକାଠି ରହୁଥିଲେ । କିନ୍ତୁ ଅଞ୍ଜୁଙ୍କ ପରିବାର ସଦସ୍ୟ ଏ ବିଷୟରେ ଅବଗତ ନଥିଲେ । ଅଞ୍ଜୁ ଯେତେ ବେଳେ ଗୋପାଳଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ ସେତେବେଳେ ପ୍ରେମିକ ଜଣଙ୍କ ତାର ଗଳା ଚିପି ହତ୍ୟା କରିଥିଲା । ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ କଙ୍କାଳକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି ।

ଭୂତ ହୋଇ ଡରାଉଥିଲା ପ୍ରେମିକା: ପ୍ରେମିକାକୁ ହତ୍ୟା ପରେ ଦିନେ ବି ଶାନ୍ତିରେ ଶୋଇନଥିଲା ଅଭିଯୁକ୍ତ । ପୋଲିସ ସମ୍ମୁଖରେ ଏପରି କହିଛି ଅଭିଯୁକ୍ତ ଜଣଙ୍କ । କାହିଁକିନା ଅଞ୍ଜୁଙ୍କୁ ହତ୍ୟା ପରେ ସେ ତାଙ୍କ ସ୍ବପ୍ନରେ ଆସୁଥିଲେ । ଏବଂ ଭୂତ ହୋଇ ଭୟଭିତ କରାଉଥିଲେ । ଏଥି ପାଇଁ ଅଭିଯୁକ୍ତ ଜଣଙ୍କ ଭୟଭିତ ଅବସ୍ଥାରେ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.