ସୀମା ଲଙ୍ଘୁଛି ପାଶବିକତା ! ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲେ 3 ନାବାଳକ

author img

By

Published : Jan 22, 2023, 1:50 PM IST

Updated : Jan 22, 2023, 1:57 PM IST

mentally handicapped girl reped in mumbai

ମୁମ୍ବାଇର ଘାଟକୋପରରେ ଲଜ୍ଜା ଜନକ ଘଟଣା । ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଭିଡିଓ ସୁଟ କଲେ ଅଭିଯୁକ୍ତ । ତିନି ଜଣଙ୍କୁ ଗିରଫ ପରେ ବାଳ ସୁଧାର ଗୃହକୁ ପଠାଇଲା ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଲଜ୍ଜା । ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ତିନି ଜଣ ନାବାଳକ ନାବାଳିକା ଜଣକୁ ଏକ ଶୌଚାଳୟରେ ଗଣ ଦୁଷ୍କର୍ମ କରିବା ପରେ ଏହାର ଭିଡିଓ ରେକର୍ଡିଂ କରିଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ତିନି ନାବାଳକଙ୍କୁ କାବୁ କରିଛି ପୋଲିସ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ମୁମ୍ବାଇର ଘାଟକୋପରରେ ।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ମୁମ୍ବାଇର ଘାଟକୋପରରେ ଦିବ୍ୟାଙ୍କ ନାବାଳିକାଙ୍କୁ ଶୌଚାଳୟ ମଧ୍ୟରେ ତିନି ନାବାଳକ ଗଣ ଦୁଷ୍କର୍ମ କରିଥିଲେ । ଏହି ସମୟରେ ପୁରା ଘଟଣାର ଭିଡିଓ ମଧ୍ୟ ଫୋନରେ ରେକର୍ଡ କରିଥିଲେ । ଏହା ପରେ ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ପୀଡିତାଙ୍କ ଭାଇଙ୍କ ଆଖିରେ ପଡିଥିଲା । ଏନେଇ ସେ ସଙ୍ଗେ ସଙ୍ଗେ ମୁମ୍ବାଇର ଘାଟକୋପର ପୋଲିସ ଷ୍ଟେସନରେ ୩ ନାବାଳକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ପୋଲିସ ଭିଡିଓକୁ ଆଧାର କରି ତିନି ନାବାଳକ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ସତ ମାନିଥିଲେ । ଏହାପରେ ପୋକ୍ସ ଆକ୍ଟରେ ପୋଲିସ ମାମଲା ରୁଜୁ କରି ତିନି ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଲା ସ୍ବାମୀ

ତେବେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ଅସୁରକ୍ଷିତ ହୋଉପଡୁଛନ୍ତି ମହିଳା ଓ ନାବାଳିକା । ବିଗତ କିଛି ଦିନରେ ଅନେକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗତ ଡିସେମ୍ବର ମାସରେ ଜନ୍ମଦିନ ପାର୍ଟି କରିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ନାବାଳିକା । ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଶେଷରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୩ଜଣ ନାବାଳକ ରହିଥିଲେ ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ମୁମ୍ବାଇକୁ ଦେଶର ଦ୍ୱିତୀୟ ଅସୁରକ୍ଷିତ ସହର ଭାବରେ ଘୋଷଣା କରାଯାଇଥିଲା । ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ ମହିଳାଙ୍କ ଉପରେ ଅତ୍ୟାଚାର ନେଇ ୬୪.୫ ପ୍ରତିଶତରୁ ଅଧିକ ମାମଲା ରୁଜୁ କରାଯାଇଛି । ଯାହା ୨୦୨୦ ଠାରୁ ଅଧିକ । ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳାଙ୍କ ପ୍ରତି ୨୦.୮ ପ୍ରତିଶତ ଅପରାଧ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା ।

Last Updated :Jan 22, 2023, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.