ETV Bharat / crime

ତିର୍ତ୍ତୋଲରେ ମିଳିଲା ନରକଙ୍କାଳ, ପୋଲିସକୁ ନ ଜଣାଇ ପୋଡ଼ିଦେଲେ ଗ୍ରାମବାସୀ

author img

By

Published : Feb 12, 2023, 7:49 AM IST

ମହାନଦୀ ବନ୍ଧ କଡରୁ ମିଳିଲା ନର କଙ୍କାଳ
ମହାନଦୀ ବନ୍ଧ କଡରୁ ମିଳିଲା ନର କଙ୍କାଳ

ତିତ୍ତୋଲ କୃଷ୍ଣାନନ୍ଦପୁର ପୁର ଥାନା ଅନ୍ତର୍ଗତ ମହାନଦୀବନ୍ଧ କଡରୁ ନରକଙ୍କାଳ ଉଦ୍ଧାର । ପୋଲିସ ଅଜାଣତରେ କଙ୍କାଳକୁ ପୋଡିଦେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ମହାନଦୀ ବନ୍ଧ କଡରୁ ମିଳିଲା ନର କଙ୍କାଳ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିତ୍ତୋଲ କୃଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ମହାନଦୀ ବନ୍ଧ କଡରୁ ନରକଙ୍କାଳ ଉଦ୍ଧାର । ଚଉଦ ମାସ ତଳେ ନିଖୋଜ ଯୁବକର କଙ୍କାଳ ଉଦ୍ଧାର କରି ପୋଲିସ ଅଜାଣତରେ କଙ୍କାଳକୁ ପୋଡିଦେଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଦାଇଁଲୋ ପଞ୍ଚାୟତ ମୁଣ୍ଡିଦା ଗ୍ରାମରେ । ଗତ ୨୦୨୧ମସିହା ନଭେମ୍ବର ମାସରେ ମୁଣ୍ଡିଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଚନ୍ଦନ ଦାସ (୩୨ବର୍ଷ) ଗାଁ ପାଖ ପଡିଆକୁ ଗୋରୁ ଚରାଇବାକୁ ଯାଇ ନିଖୋଜ ଥିଲେ।

ଗୋରୁମାନେ ଘରକୁ ଫେରି ଆସିଥିବା ବେଳେ ଚନ୍ଦନ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ । ପରିବାର ଲୋକ ଆଖପାଖ, ମଠମନ୍ଦିର ସବୁଆଡେ ଖୋଜି ଚନ୍ଦନକୁ ନପାଇ କୃଷ୍ଣାନନ୍ଦପୁର ଫାଣ୍ଡିରେ ଏତଲା ଦେଇଥିଲେ। ଘଟଣାର ୧୪ମାସ ପରେ ଗତକାଲି ମୁଣ୍ଡିଦା ଗାଁର ମହାନଦୀ ବନ୍ଧ କଡରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କେତେକ ଲୋକ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ ।

ଘଟଣା ପ୍ରଘଟ ହେବାପରେ ନିଖୋଜ ଚନ୍ଦନର ପରିବାର ଆତ୍ମୀୟମାନେ ପହଞ୍ଚି କଙ୍କାଳ ପାଖରେ ପଡିଥିବା ଚନ୍ଦନର ବ୍ୟବହୃତ ହାତକଢା,ପିନ୍ଧା ତାବିଜ,ଅଣ୍ଟାରେ ପିନ୍ଧା ତମ୍ବା ତାର,ଛତା ଓ ଗୋରୁ ବନ୍ଧା ପିଟଣା ଆଦି ଦେଖିବାକୁ ପାଇଥିଲେ । ପୋଲିସକୁ ନଜଣାଇ ଚନ୍ଦନର ଆତ୍ମୀୟମାନେ ସଙ୍ଗେ ସଙ୍ଗେ କଙ୍କାଳକୁ ଉଦ୍ଧାର କରି ପୋଡି ସଂସ୍କାର କରିଦେଇଥିଲେ । ଚନ୍ଦନ ନିଖୋଜ ସମ୍ପର୍କରେ ଫାଣ୍ଡିରେ ଏତଲା ଦିଆଯାଇଥିବା ବେଳେ ପୋଲିସକୁ ସୂଚନା ନଦେଇ କଙ୍କାଳକୁ ପୋଡିଦେବା ନେଇ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ କୃଷ୍ଣାନନ୍ଦପୁର ଥାନା ଅଧିକାରୀଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି କି ଥାନାରେ ରିପୋର୍ଟ କରାଯାଇନଥିବା କହିଛନ୍ତି।


ତେବେ ଗତ ଫେବୃଆରୀ ୪ରେ ଗୋପ ଡଭାର ପଞ୍ଚାୟତ ମୁଗେଇ ନଦୀବନ୍ଧରୁ ମିଳିଲା ମଣିଷ କଙ୍କାଳ ମିଳିଥିଲା । ତେବେ ନଦୀବନ୍ଧରୁ ହାଡକଙ୍କାଳ ମିଳିବା ପରେ ଗୋପ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଘଟଣା ସ୍ଥାନରେ ସାଇଣ୍ଟଫିକ୍ ଟିମ୍ ସହ ଗୋପ ପୋଲିସର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଇଟାକୂଦ ଗାଁର ଜଣେ ବ୍ୟକ୍ତି ନଦୀବନ୍ଧ ପଠାକୁ ଯାଇଥିବା ବେଳେ ସେଠାରେ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲା । ଏହାପରେ କଙ୍କାଳକୁ ନେଇ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ସାଇଣ୍ଟଫିକ୍ ଟିମ୍ ପହଞ୍ଚିବା ମଣିଷ କଙ୍କାଳର ପରୀକ୍ଷଣ କରିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.