ଓଡିଶା

odisha

Srimandir Heritage Corridor Project: ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ଜମି ଅଧିଗ୍ରହଣ କଲା ପ୍ରଶାସନ

By

Published : Jan 3, 2022, 4:35 PM IST

Updated : Jan 3, 2022, 5:07 PM IST

Srimandir heritage project
Srimandir heritage project

ଶ୍ରୀମନ୍ଦିର 75 ମିଟର ହେରିଟେଜ କରିଡର ନିର୍ମାଣ କାର୍ଯ୍ୟ ନେଇ ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ଜମିକୁ ଅଧିଗ୍ରହଣ କଲା ପୁରୀ ପ୍ରଶାସନ । ଅଧିକ ପଢନ୍ତୁ


ପୁରୀ: ଶ୍ରୀମନ୍ଦିର 75 ମିଟର ହେରିଟେଜ କରିଡର ନିର୍ମାଣ କାର୍ଯ୍ୟ ନେଇ ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ଜମିକୁ ଅଧିଗ୍ରହଣ କଲା ପୁରୀ ପ୍ରଶାସନ ।

ବିସ୍ଥାପିତଙ୍କ ବିରୋଧ ସତ୍ବେ ଶ୍ରୀମନ୍ଦିର ହେରିଟେଜ କରିଡର ପାଇଁ ଜମି ଅଧିଗ୍ରହଣ କଲା ପ୍ରଶାସନ

ଶ୍ରୀମନ୍ଦିର 75 ମିଟର ହେରିଟେଜ କରିଡର ନିର୍ମାଣ କାର୍ଯ୍ୟ ନେଇ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ପଶ୍ଚିମ ଦ୍ବାରର ଗଡନ୍ତି ଛକରେ ଥିବା ରଘୁନାଥ ଅତିଥୀ ବିହାର ଲଜର ପ୍ଲଟକୁ ପ୍ରଶାସନ ନିଜ ଅଧୀନକୁ ନେବା ପାଇଁ ଉଚ୍ଛେଦ ଆରମ୍ଭ କରିଛି । ଏହି ପ୍ଲଟ ମାଲିକ ଦାମୋଦର ଗୋଛିକାର ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତିରେ ଅସନ୍ତୁଷ୍ଟ ଥିବା ବେଳେ ଏନେଇ ସୁପ୍ରିମକୋର୍ଟରେ ମାମଲା କରିଥିଲେ। ଯେହେତୁ କୋର୍ଟରେ ମାମଲା ବିଚାରଧିନ ରହିଛି ପ୍ରଶାସନ ଉଚ୍ଛେଦ କରି ପାରୁନଥିଲା ।

ଜମି ଅଧିଗ୍ରହଣ ପୁନର୍ବାସ ଥଇଥାନ ମାମଲାର ସମାଧାନ ନେଇ ଥିବା କଟକରେ ଥିବା ଜମି ଅଧିଗ୍ରହଣ ଡିଭିଜନ କୋର୍ଟ ତଥା ଲାରା କୋର୍ଟରେ ସରକାର ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ପୈଠ କରି ପ୍ଲଟକୁ ନିଜ ଅଧିନକୁ ନେଇଛନ୍ତି। ସେପଟେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳେ ଲାରା କୋର୍ଟ ନିର୍ଦ୍ଦେଶ ଏହି କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି ଯୁକ୍ତି ରଖିଛନ୍ତି ବିସ୍ଥାପିତଙ୍କ ଓକିଲ । ଏହାବାଦ ଲାରା କୋର୍ଟରୁ ତାଙ୍କ ମହକିଲଙ୍କ ପାଖକୁ କୌଣସି ନୋଟିସ ଆଜି ଯାଏଁ ଆସି ନ ଥିବା ବେଳେ ରାଜ୍ୟ ସରକାରଙ୍କ କାର୍ତ୍ତୃତ୍ବରେ ଥିବା ଲାରା କୋର୍ଟରୁ ସରକାର ଜମି ଅଧିଗ୍ରହଣ ନିର୍ଦେଶନାମା ଆଣି ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରୁଛନ୍ତି ବୋଲି ବିସ୍ଥାପିତଙ୍କ ଓକିଲ ଅଭିଯୋଗ କରିଛନ୍ତି।

ଏହାସହ ପ୍ରଶାସନ ଯେଉଁଭଳି ନୀୟମ ଉଲ୍ଲଘଂନ କରି ଜବରଦସ୍ତ ଜମି ଅଧିଗ୍ରହଣ କରୁଛି ତାଙ୍କ ମହକିଲ ମାନସିକ ଚିନ୍ତାରେ ଅଛନ୍ତି । ତାଙ୍କ ମହକିଲଙ୍କ ସହିତ କିଛି ବି ଘଟଣା ହେଲେ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଆଇନିଜୀବୀ ଅମିତ ଦାସ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭିଭାରତ

Last Updated :Jan 3, 2022, 5:07 PM IST

ABOUT THE AUTHOR

...view details