ଓଡିଶା

odisha

ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ପୁରୀରେ ସମାଲୋଚନା

By

Published : Sep 24, 2022, 7:57 AM IST

ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ପୁରୀରେ ସମାଲୋଚନା
ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ପୁରୀରେ ସମାଲୋଚନା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ପୁରୀରେ ପ୍ରତିକ୍ରିୟା । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ଜୋର ଧରିଲା ଦାବି । ଅଧିକ ପଢନ୍ତୁ

ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଧାନସଭାରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା(Law Minister Jagannath Saraka) । ମନ୍ତ୍ରୀ କହିଛନ୍ତି, ''ସମସ୍ତ ରିପୋର୍ଟର ତର୍ଜମା ପରେ ସବୁ ଟିମ୍ ସହ ଆଲୋଚନା ହୋଇ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।'' ତେବେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରେ ପୁରୀରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ''ରତ୍ନଭଣ୍ଡାର ଖୋଲିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ତେବେ ଭିତର ରତ୍ନଭଣ୍ଡାର ଖୋଲି ମରାମତି ପୂର୍ବରୁ ରତ୍ନଭଣ୍ଡାରର ବାହାର ମରାମତି ଯୁଦ୍ଧକାଳୀନ ଭିତରେ କରାଯାଉ । ଭିତର ରତ୍ନଭଣ୍ଡାର ଖୋଲିବା ସମୟ ସାପେକ୍ଷ ଥିବାରୁ ତୁରନ୍ତ ଏହାର ବାହାରକୁ ମରାମତି କରାଯାଇ ପାଣି କିଭଳି ନ ଗଳିବ ସେନେଇ ତୁରନ୍ତ ବ୍ୟବସ୍ଥା ହେଉ ।''

ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ପୁରୀରେ ସମାଲୋଚନା

ସେପଟେ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଜୟନ୍ତ ଦାସ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଯେତେବଳେ କି ଗଜପତି ମହାରାଜା, ସମସ୍ତ ସେବାୟତ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସ୍ପଷ୍ଟ କରିଛନ୍ତି ସେତେବେଳେ ଆଉ କ'ଣ ତର୍ଜମା ଆଇନ ମନ୍ତ୍ରୀ କରିବେ ବୋଲି ବିଜେପି ପ୍ରଶ୍ନ ଉଠାଇଛି । ରତ୍ନଭଣ୍ଡାର ମରାମତିରେ ଯେଭଳି ରାଜ୍ୟ ସରକାର ଅବହେଳା ଓ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ଆଗାମୀ ଦିନରେ ଶ୍ରୀମନ୍ଦିର କିଛି କ୍ଷତି ଘଟିଲେ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ:Ratna Bhandar of Lord Jagannath: ରତ୍ନଭଣ୍ଡାର ଖୋଲି ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ସରକାର

ତେବେ ରାଜ୍ୟ ସରକାର କେଉଁ ରହସ୍ୟକୁ ଲୁଚାଇବା ପାଇଁ ରତ୍ନଭଣ୍ଡାର ଖୋଲିବାକୁ ଭୟ କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏନେଇ ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝୀ କହିଛନ୍ତି ଯେ, ''ରତ୍ନଭଣ୍ଡାର ଖୋଲିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାବି ହଜିଗଲା କହି ଥରେ ରାଜ୍ୟ ସରକାର ବାହାନା କରିଛନ୍ତି । ପ୍ରକୃତରେ ଚାବି ହଜିବା ପଛରେ ରତ୍ନଭଣ୍ଡାର କଥାରେ କିଛି ରହସ୍ୟ ରହିଛି କି ? ଯଦି ରହସ୍ୟ ନାହିଁ ତେବେ ରତ୍ନଭଣ୍ଡାର ଖୋଲିବା ନେଇ ସରକାର ନୀତିଗତ ନିଷ୍ପତ୍ତି ନିଅନ୍ତୁ । ରତ୍ନଭଣ୍ଡାରରେ କଣ ରହିଛି, ତାହା ଜନସାଧାରଣଙ୍କୁ ଜଣେଇବାର ଆବଶ୍ୟକତା ରହିଛି । ଗୋଟେ ଗୃହ ଦୀର୍ଘ ଦିନ ବ୍ୟବହାର ନହେଲେ, ସେଥିରେ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ସେଥିରେ ଥିବା ରତ୍ନ ଖରାପ ହେବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ଖୋଲି ରାଜ୍ୟ ସରକାର ନିଜର ସ୍ବଚ୍ଛତାର ପରିଚୟ ଦିଅନ୍ତୁ ବୋଲି ମୋହନ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details