ETV Bharat / city

Ratna Bhandar of Lord Jagannath: ରତ୍ନଭଣ୍ଡାର ଖୋଲି ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ସରକାର

author img

By

Published : Sep 23, 2022, 9:18 PM IST

Updated : Sep 23, 2022, 9:26 PM IST

Etv Bharat
Etv Bharat

କେତେ ସୁରକ୍ଷିତ ଅଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର (Ratna Bhandar of Lord Jagannath) ? ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ଅଛି ନା ନଷ୍ଟ ହେବାକୁ ବସିଲାଣି ? ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ଚିଠି ଲେଖିବା ପରେ କାହିଁକି ଚୁପ ସରକାର ? ଏଭଳି କିଛି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଓ ସାଧାରଣ ଜନତା । ଅଧିକ ପଢନ୍ତୁ

ଭୁବନେଶ୍ବର: ରତ୍ନଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଏହାର ମରାମତି ଆବଶ୍ୟକତା ରହିଛି । ତୁରନ୍ତ ରତ୍ନଭଣ୍ଡାର ମରାମତି ନେଇ ପଦକ୍ଷେପ ନେବାକୁ ଏଏସଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ବିଚାର ବିମର୍ଷ ପରେ ପଦକ୍ଷେପ ନିଆଯିବ ବୋଲି ବାହାନା କରି ଟାଳୁଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସେପଟେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ( Law Minister Jagannath Saraka ) ।

Ratna Bhandar of Lord Jagannath: ରତ୍ନଭଣ୍ଡାର ଖୋଲି ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ସରକାର

କେତେ ସୁରକ୍ଷିତ ଅଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର (Ratna Bhandar of Lord Jagannath) ? ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ଅଛି ନା ନଷ୍ଟ ହେବାକୁ ବସିଲାଣି ? ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ଚିଠି ଲେଖିବା ପରେ କାହିଁକି ଚୁପ ସରକାର ? ଏଭଳି କିଛି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଓ ସାଧାରଣ ଜନତା । କେଉଁ ରହସ୍ୟକୁ ଲୁଚାଇବାକୁ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଭୟ କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏ ନେଇ ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝୀ (Opposition of Chief Whip Mohan Charan Majhi) ପ୍ରଶ୍ନ କରିଛନ୍ତି । ମୋହନ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାବି ହଜିଗଲା କହି ଥରେ ରାଜ୍ୟ ସରକାର ବାହାନା କରିଛନ୍ତି । ପ୍ରକୃତରେ ଚାବି ହଜିବା ପଛରେ ରତ୍ନଭଣ୍ଡାର କଥାରେ କିଛି ରହସ୍ୟ ରହିଛି କି ? ଯଦି ରହସ୍ୟ ନାହିଁ ତେବେ ରତ୍ନଭଣ୍ଡାର ଖୋଲିବା ନେଇ ସରକାର ନୀତିଗତ ନିଷ୍ପତ୍ତି ନିଅନ୍ତୁ । ରତ୍ନଭଣ୍ଡାରରେ କଣ ରହିଛି, ତାହା ଜନସାଧାରଣଙ୍କୁ ଜଣେଇବାର ଆବଶ୍ୟକତା ରହିଛି । ଗୋଟେ ଗୃହ ଦୀର୍ଘ ଦିନ ବ୍ୟବହାର ନହେଲେ, ସେଥିରେ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ସେଥିରେ ଥିବା ରତ୍ନ ଖରାପ ହେବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ଖୋଲି ରାଜ୍ୟ ସରକାର ନିଜର ସ୍ୱଚ୍ଛତାର ପରିଚୟ ଦିଅନ୍ତୁ ବୋଲି ମୋହନ ଦାବି କରିଛନ୍ତି ।

ସେପଟେ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର (CLP Leader Narasingha Mishra) । ନରସିଂହ କହିଛନ୍ତି ଯେ, କୌଣସି ଅଜଣା କାରଣରୁ ରାଜ୍ୟ ସରକାର ଭୟଭୀତ । ନିର୍ବାଚନ ଆସୁଥିବାରୁ କାଳେ ଆମେ ହାରିଯିବୁ ସେ ଭୟ ରାଜ୍ୟ ସରକାରଙ୍କୁ ଘାରିଛି । ସେଥିପାଇଁ ରାଜ୍ୟ ସରକାର ସଠିକ ଉତ୍ତର ଦେଉନାହାନ୍ତି । କିମ୍ବା ପଦକ୍ଷେପ ନେଉ ନାହାନ୍ତି । ବିଶେଷ କରି ଏଏସଆଇ ଲେଖି ସରିବା ପରେ ରତ୍ନଭଣ୍ଡାର ମରାମତି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା କଥା । ଆଇନ ଅନୁସାରେ ରାଜ୍ୟ ସରକାର ଏହା କରିବାକୁ ବାଧ୍ୟ । ସେଥିରେ କିଛି ବିଚାର କରିବାର ନାହିଁ । ବହୁ ବର୍ଷ ହେଲା ରତ୍ନଭଣ୍ଡାର ଗଣତି ହୋଇନାହିଁ । ସେଥିରୁ ଚୋରି ହୋଇଥିବା ଲୋକେ ଆଶଙ୍କା କରୁଛନ୍ତି । ଯଦି ଅଭିଯୋଗ ଆସିଲା, ଶୂନ୍ୟ ସହନଶୀଳତା ସରକାର ତାହାର ଗଣନା କରିବା କଥା । ସେଥିରେ ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଧୀରେ ଧୀରେ ଲୋକଙ୍କ ଆଶଙ୍କା ବଢୁଛି । ସତ କି ମିଛ କାହାକୁ ଜଣାନାହିଁ । ଲୋକେ ଭାବୁଛନ୍ତି ଚାବି ହଜିଲା । ଚାବି ମିଳିଲା ନାହିଁ । ଚାବି ହଜିବା କଥା ନୁହେଁ । ମଝିରେ ମଝିରେ ରତ୍ନଭଣ୍ଡାର ଗଣନା ହେବା କଥା, ହେଉନାହିଁ । କିଛି ବୋଧେ ଚୋରି ହୋଇଛି ବୋଲି ସନ୍ଦେହ ହେଉଛି । ସେଥିପାଇଁ ସରକାର ଡରୁଛନ୍ତି । ତୁରନ୍ତ ରତ୍ନଭଣ୍ଡାର ଗଣନା ହେବା ସହ ମରାମତି କରିବାକୁ ନରସିଂହ ଦାବି କରିଛନ୍ତି ।

ବିରୋଧୀ ଦଳ ଅଭିଯୋଗର ମାପିଚୁପି ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଆବଶ୍ୟକ ପଡେ ସେତେବେଳେ ରତ୍ନଭଣ୍ଡାର ମରାମତି ହେବ । ଏଏସଆଇ ଚିଠି ଲେଖିଛନ୍ତି, ତାହାର ତର୍ଜମା କରାଯାଇ ପଦକ୍ଷେପ ନିଆଯିବ । ଆଲୋଚନା, ପର୍ଯ୍ୟାଲୋଚନା ପରେ ହିଁ ପଦକ୍ଷେପ ନିଆଯିବ । ବିରୋଧୀ ତାଙ୍କ କଥା କହୁଛନ୍ତି । ସବୁ ଜିନିଷ ନୀତି ନିୟମ ଭିତରେ ହେବ ବୋଲି ସେ କହିଛନ୍ତି ।

ସରକାର ଓ ବିରୋଧୀଙ୍କ ଆରୋପ ଓ ପ୍ରତ୍ୟାରୋପ ଭିତରେ ହଜିଯାଉଛି ରତ୍ନଭଣ୍ଡାର ପରି ସମ୍ବେଦନଶୀଳ ପ୍ରସଙ୍ଗ । ରତ୍ନଭଣ୍ଡାର ଖୋଲି ରତ୍ନ ଗଣନା କରିବା ସହ ତୁରନ୍ତ ମରାମତି ଲାଗି ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 23, 2022, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.