ଓଡିଶା

odisha

ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହେଲେ CJI

By

Published : Sep 25, 2021, 9:46 AM IST

Updated : Sep 25, 2021, 12:46 PM IST

ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ବଳ ହେଲେ ଜଷ୍ଟିସ  ଏନଭି ରମଣାମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ବଳ ହେଲେ ଜଷ୍ଟିସ  ଏନଭି ରମଣା
ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ବଳ ହେଲେ ଜଷ୍ଟିସ ଏନଭି ରମଣା

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି, କୌଳିକ ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ପ୍ରଧାନ ବିଚାରପତି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହେଲେ CJI

ତେବେ ମହାପ୍ରଭୁଙ୍କୁ ଦର୍ଶନ ଜଷ୍ଟିସ ଏନଭି ରମଣା ଅତ୍ୟନ୍ତ ଭାବ ବିହ୍ଵଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ପରେ ସେ ମୁକ୍ତି ମଣ୍ଡପ , ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ସମେତ ଅନ୍ୟ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପରିବାର ଲୋକଙ୍କ ସହ ଦର୍ଶନ କରିଥିବା ବେଳେ ଅନ୍ୟ ବିଚାର ପତି ମଧ୍ୟ ଦର୍ଶନ କରିଥିଲେ । ଏହାପରେ ମୁଖ୍ୟ ବିଚାରପତି କଟକ ଅଭିମୁଖେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରି ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Sep 25, 2021, 12:46 PM IST

ABOUT THE AUTHOR

...view details