ଓଡିଶା

odisha

ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

By

Published : Sep 15, 2022, 9:46 PM IST

ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ,  ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ
ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ ()

ନକଲି ଔଷଧ କାରବାର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁରୀଘାଟ ଥାନା ପୋଲିସ(duplicate medicine accused in Cuttack) । ଅଭିଯୁକ୍ତଙ୍କ ଦୁଇ ଦୁଇଟି ଆକାଉଣ୍ଟରେ ଥିବା 28 ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ । ଅଧିକ ପଢ଼ନ୍ତୁ

କଟକ:ନକଲି ଔଷଧ କାରବାର ଘଟଣାର ତଦନ୍ତରେ ଆଉ ପାଦେ ଆଗେଇଲା ପୁରୀଘାଟ ଥାନା ପୋଲିସ । ଦୁଇ ଅଭିଯୁକ୍ତ ସଞ୍ଜୟ ଜଲାନ ଏବଂ ରାହୁଲ କ୍ୟାଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରୁଛି ପୋଲିସ(duplicate medicine accused in Cuttack) । ସେପଟେ ଅଭିଯୁକ୍ତଙ୍କ ଦୁଇ ଦୁଇଟି ଆକାଉଣ୍ଟରେ ଥିବା 28 ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ ।

ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

ତେବେ ଦୁଇ ଅଭିଯୁକ୍ତଙ୍କୁ 5 ଦିନ ରିମାଣ୍ଡରେ ଆଣିବା ପାଇଁ କଟକ SDJM କୋର୍ଟରେ ଆବେଦନ କରିଥିଲା ପୋଲିସ । କିନ୍ତୁ ମାତ୍ର 2 ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ସହ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ମିଳିତ ଭାବେ ରିମାଣ୍ଡ ସମୟରେ ପଚରାଉଚରା କରିବ । ଏହି ଦୁଇ ବ୍ୟବସାୟୀ କେତେ ଦିନ ଧରି ନକଲି ମେଡ଼ିସିନ ବିକ୍ରି କରୁଥିଲେ କେଉଁ କେଉଁ ରାଜ୍ୟରୁ ନକଲି ମେଡ଼ିସିନ ଆଣୁଥିଲେ, ଏବଂ କେଉଁ କେଉଁ ଅଞ୍ଚଳକୁ ମେଡ଼ିସିନ ବିକ୍ରି ପାଇଁ ପଠାଇ ଥିଲେ ତାହାର ତଦନ୍ତ କରିବ ପୋଲିସ ।

ଏହା ବି ପଢ଼ନ୍ତୁନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

ତାସହିତ ନକଲି ମେଡ଼ିସିନ କାରବାର ମାମଲାରେ କେବଳ ଏହି ଦୁଇଜଣ ସାମିଲ ରହିଛନ୍ତି ନା ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରିବ ପୋଲିସ । ତେବେ ନକଲି ମେଡ଼ିସିନକୁ ବିହାର ଏବଂ ଗୟାରୁ କିଣିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ଏଣୁ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ପୋଲିସ୍‌ ଟିମ୍‌ ଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ପୂର୍ବରୁ ଏହି ଘଟଣାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ । ଏହି ଦୁଇ ବ୍ୟବସାୟୀ ଔଷଧ କିଣାବିକା ପାଇଁ ଅନ ଲାଇନରେ ଅର୍ଥକାରବାର କରିଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details