ନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

author img

By

Published : Sep 13, 2022, 7:56 PM IST

ନକଲି ଔଷଧ ମାମଲା,ଦୁଇ ଅଭିଯୁକ୍ତ ଗିରଫ

ନକଲି ଔଷଧ କାରବାର ଘଟଣାରେ ଅଟକ ଥିବା ଦୁଇ ଅଭିଯୁକ୍ତ ଗିରଫ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

କଟକ: ନକଲି ଔଷଧ କାରବାର ମାମଲା । ଗତକାଲି ଠାରୁ ଅଟକ ଥିବା ଦୁଇ ଅଭିଯୁକ୍ତ ଗିରଫ । ତେବେ ନକଲି ଔଷଧ କାରବାର ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀଘାଟ ଥାନା ପୋଲିସ । ଏହି ଘଟଣାରେ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଖୋଳତାଡ଼ କରୁଛି ପୋଲିସ । ନକଲି ଔଷଧର କାରବାର ଘଟଣାର ସନ୍ଧାନ ପାଇଁ ରାଜ୍ୟ ବହାରକୁ ଟିମ ଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ସେହିପରି ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ଭୂମିକା ସାମନାକୁ ଆସୁଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବର ସମ୍ଭାବନା ରହିଛି ।

ନକଲି ଔଷଧ ମାମଲା,ଦୁଇ ଅଭିଯୁକ୍ତ ଗିରଫ

ମହଙ୍ଗା ପଡିଲା ନକଲି ଔଷଧ କାରବାର ।ଏହି ଘଟଣାରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜନ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟା ଠାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ । ଏହି ଦୁଇ ବ୍ୟବସାୟୀ ଔଷଧ କିଣାବିକା ପାଇଁ ଅନ ଲାଇନରେ ଅର୍ଥକାରବାର କରିଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ଘଟଣାର ସନ୍ଧାନ ପାଇଁ ରାଜ୍ୟ ବହାରକୁ ଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ସେପଟେ ତଦନ୍ତ ସମୟରେ ପୋଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି । ଔଷଧ ବ୍ୟବସାୟୀ ଉଭୟ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ପୈତୃକ କାରବାର ଥିଲା । କିନ୍ତୁ ଔଷଧ ବ୍ୟବସାୟରେ ଅଧିକ ଲାଭ ଅର୍ଜନ କରିବା ଆଶା ନେଇ ଉଭୟ ନକଲି ଔଷଧ କିଣି ଏହାର କାରବାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏଥିସହ ଏହି କ୍ରମରେ ଉଭୟ ବ୍ୟବସାୟୀ ପ୍ରତିଷ୍ଠିତ ଫାର୍ମା କମ୍ପାନୀ ଗ୍ଲେନମାର୍କ ନାଁରେ ନକଲି ଔଷଧ ପ୍ରସ୍ତୁତ କରୁଥିବା ଦୁଇଟି ସଂସ୍ଥାକୁ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ସୋମନଙ୍କୁ ଠାରୁ ଅତି ଶସ୍ତା ଦରରେ ଔଷଧ କିଣି ସେଗୁଡିକୁ ବଜାରରେ ବିକ୍ରି କରୁଥିଲେ । ତେବେ ବଡ଼ କଥା ଏହାକି ଯେ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଠାରୁ ଔଷଧ କିଣୁଥିବା ଅଧିକାଶଂ ହୋଲସେଲର ଔଷଧ ଯେ ନକଲି ତାହା ସେମାନେ ଜାଣିଥିଲେ । ଏନେଇ ତଦନ୍ତରୁ ଜଣା ପଡ଼ିବା ପରେ ପାଖାପାଖି 25 ଜଣ ହୋଲସେଲର ଓ ରିଟେଲର ଏବେ ପୋଲିସର ସ୍କାନରକୁ ଆସିଛନ୍ତି । ଖୁବଶୀଘ୍ର ଅପରାଧୀ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଉଚ୍ଚ ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ନକଲି ଔଷଧ କଟକରେ ବିକ୍ରି ହେଉଥିବା ଜଣାପଡ଼ିଥିଲା । ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଘଟଣାର ତଦନ୍ତ କରିଥିଲା । କଟକର ଦୁଇ ହୋଲସେଲର ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏପପରିକି ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.