ଓଡିଶା

odisha

Anubhav-Varsha Marital Discord: ମଧ୍ୟସ୍ଥତା ପାଇଁ ଚାହୁଁନାହାନ୍ତି ଅନୁଭବ

By

Published : Sep 27, 2022, 8:58 PM IST

Anubhav Varsha Marital Discord: ମଧ୍ୟସ୍ଥତା ପାଇଁ ଚାହୁଁନାହାନ୍ତି ଅନୁଭବ

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କଲେ ସାଂସଦ ଅନୁଭବ ମହାନ୍ତି । ଅଧିକ ପଢନ୍ତୁ

କଟକ:ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା (Anubhav Varsha Marital Discord)। ଉଭୟଙ୍କ ମଧ୍ୟରେ ଶେଷ ହେଲା ମଧ୍ୟସ୍ଥତା । ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କଲେ ସାଂସଦ ଅନୁଭବ ମହାନ୍ତି । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଅନୁଭବ ।

Anubhav Varsha Marital Discord: ମଧ୍ୟସ୍ଥତା ପାଇଁ ଚାହୁଁନାହାନ୍ତି ଅନୁଭବ

ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) । କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି । ତେବେ ପାରିବାରିକ ବିବାଦ ମାମଲାରେ ଉଭୟ ଆଜି କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ । ଏ ନେଇ ଅନୁଭବଙ୍କ ଓକିଲ ଶାଶ୍ବତ ଆଚାର୍ଯ୍ୟ କହିଛନ୍ତି, "ମଧ୍ୟସ୍ଥତା ପାଇଁ ଜଜ୍ ଏକ ସୁଯୋଗ ଦେଇଥିଲେ । ଜଜ୍‌ଙ୍କ ଚାମ୍ବରରେ ଦୁହିଁଙ୍କ ମଧ୍ୟରେ କନସିଲେସନ ପ୍ରୋସିଡିଂ ହେଲା । ମାତ୍ର ସେମାନଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ଇଚ୍ଛା ନାହିଁ । ଆସନ୍ତା ତାରିଖକୁ ଟ୍ରାଏଲ ପାଇଁ ଏହାକୁ ରଖାଯାଇଛି ।"

ଏହା ବି ପଢନ୍ତୁ- ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍, ଭାଇରାଲ ଅଡିଓକୁ ନେଇ କଲେ କଟାକ୍ଷ

ଗତ କିଛି ଦିନ ପୂର୍ବରୁ ପୁଣି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଟ୍ବିଟ କରିଥିଲେ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କରିବା ସହ ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ନୁହେଁ କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି । ଏଥିସହ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ବିଟ୍ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଥିଲେ ।

ଏହା ବି ପଢନ୍ତୁ- ଅଦାଲତ ଅବମାନନା କଲେ କି ସାଂସଦ ଅନୁଭବ ମହାନ୍ତି !

ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟର ଟ୍ବିଟ୍ କରି ଲେଖିଥିଲେ, ''ଲକ୍ଷ ଲକ୍ଷ ଲୋକେ ବିଶେଷକରି ମୋର ଫିଲ୍ମ ଓ ରାଜନୈତିକ ସହଯୋଗୀ ମୋତେ ପ୍ରଶ୍ନ କରୁଛନ୍ତି । ଭାଇରାଲ ହେଉଥିବା ଅଡିଓ କ୍ଲିପ୍‌ଟି ତୁମେ ଓ ତୁମ ଭଉଣୀଙ୍କର ନା ନୁହେଁ, ପ୍ରତିଟି ଲୋକ ଏହାକୁ ଜାଣିବାକୁ ଚାହୁଁଛନ୍ତି ।'' ଏହା ହଁ ନା ନାହିଁ ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି ।

ନିକଟରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି । କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା ଏହି ପିଟିସନ ଦାୟର କରିଥିଲେ । ମାତ୍ର ପରିବାର ଅଦାଲତ ଏହାକୁ ଖାରଜ କରିଦେବାରୁ ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details