ଅଦାଲତ ଅବମାନନା କଲେ କି ସାଂସଦ ଅନୁଭବ ମହାନ୍ତି !

author img

By

Published : Sep 16, 2022, 9:08 PM IST

ଅଦାଲତ ଅବମାନନା କଲେ କି ସାଂସଦ ଅନୁଭବ ମହାନ୍ତି !

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାଂସଦ ଅନୁଭବ ମହାନ୍ତିଙ୍କ ବେଖାତିର । ପତ୍ନୀ ବର୍ଷାଙ୍କ ସମ୍ପର୍କିତ ଏକ ଅଡିଓକୁ କଲେ ଟ୍ୱିଟ୍ । ସୋସିଆଲ ମେଡିଆରେ କେହି କାହାରି ବିରୋଧରେ କିଛି ଲେଖିବାକୁ ବାରଣ କରିଥିଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାଂସଦ ଅନୁଭବ ମହାନ୍ତିଙ୍କ ବେଖାତିର। ପତ୍ନୀ ବର୍ଷାଙ୍କ ସମ୍ପର୍କିତ ଏକ ଅଡିଓକୁ କଲେ ଟ୍ୱିଟ୍ । ସୋସିଆଲ ମେଡିଆରେ କେହି କାହାରି ବିରୋଧରେ କିଛି ଲେଖିବାକୁ ବାରଣ କରିଥିଲେ ହାଇକୋର୍ଟ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦେଶ୍ୟରେ ଅନୁଭବଙ୍କ ଟ୍ୱିଟ୍ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ ଏହି ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ତାଙ୍କର ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ମହାନ୍ତି ।

ଅଦାଲତ ଅବମାନନା କଲେ କି ସାଂସଦ ଅନୁଭବ ମହାନ୍ତି !

ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯ୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା କହିଛନ୍ତି ଅନୁଭବ । ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ୱିଟ୍ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ । ଉଭୟ ପତିପତ୍ନୀ ପରସ୍ପର ବିରୁଦ୍ଧରେ କୌଣସି ପ୍ରକାର ମନ୍ତବ୍ୟ କୌଣସି ସ୍ଥାନରେ ଦେବେ ନାହିଁ ବୋଲି ଗତ ମେ ମାସ 27 ତାରିଖ ଦିନ ହାଇକୋର୍ଟ ବର୍ଷା ଓ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏକ ଅଡିଓ ବାର୍ତ୍ତାଳାପରେ ଥିବା ସ୍ବର ତାଙ୍କର ଓ ତାଙ୍କର ଭଉଣୀମାନଙ୍କର ବା ନୁହେଁ ତାହାର ଉତ୍ତର ଜାଣିବାକୁ ଚାହିଁଛନ୍ତି ଅନୁଭବ । ଏହା ପୁଣି ନିଜ ଟୁଇଟରେ ଅନୁଭବ ଲେଖିଛନ୍ତି।

ସେହିପରି ଅନ୍ୟ ଏକ ଟୁଇଟରେ ବର୍ଷାଙ୍କ ଛବି ଖରାପ କରିବା ତାଙ୍କର ଉଦେଶ୍ୟ ନୁହେଁ, ସେ ବର୍ଷାଙ୍କୁ ସମ୍ମାନ କରନ୍ତି ବୋଲି ଲେଖିଛନ୍ତି। କିନ୍ତୁ ସେ ହଇରାଣ ଓ ଅପମାନିତ ହେଉଛନ୍ତି । ଏବଂ ଏହା ଦ୍ବାରା ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି । ତେବେ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟୁଇଟ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ ।

ଅନୁଭବଙ୍କ ଏହି ଟୁଇଟ କୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଣ ଅନୁଭବ ମହାନ୍ତି କୋର୍ଟଙ୍କ ନିର୍ଦ୍ଦେଶ କୁ ଅବମାନନା କଲେ କି ? କାହିଁକି ହଠାତ ଏପରି ଟୁଇଟ କରିଲେ ଅନୁଭବ ? ଉଭୟ ପତିପତ୍ନୀ ପରସ୍ପର ବିରୋଧରେ କୌଣସି ପ୍ରକାର ମନ୍ତବ୍ୟ କୌଣସି ସ୍ଥାନରେ ଦେବେ ନାହିଁ ବୋଲି ଗତ ମେ ମାସ 27 ତାରିଖ ଦିନ ହାଇକୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା କଣ କୋର୍ଟ ଙ୍କ ନିର୍ଦେଶ କୁ ଅବମାନନା ନୁହେଁ କି ?

ତେବେ ଏନେଇ ଯଦିଓ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ତଥାପି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ। ମାନସ ଚାନ୍ଦ ଙ୍କ କହିବା ଅନୁଯାୟୀ, ଅନୁଭବଙ୍କ ଏପରି ଟୁଇଟି କୋର୍ଟଙ୍କ ଅବମାନନା ବୋଲି କୁହାଯିବ। ଏନେଇ କୋର୍ଟ , ସୋ ମୋଟ ମାମଲା ରୁଜୁ କରିପାରିବେ। କିମ୍ବା ବର୍ଷା ଚାହିଁଲେ ଅନୁଭବଙ୍କ ବିରୁଦ୍ଧରେ ଅଦାଲତ ଅବମାମନା ମାମଲା ମଧ୍ୟ ରୁଜ୍ଜୁ କରିପାରନ୍ତି । ଯଦି ଏପରି ହୁଏ ତେବେ ଅନୁଭବଙ୍କ ପାଇଁ ଅଡୁଆ ବଢ଼ିପାରେ। ଯଦି ଅଭିଯୋଗ ହୁଏ, ତେବେ ଅନୁଭବଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ କରାଯିବ। ଅନୁଭବଙ୍କ ଉତ୍ତର ଆସିବା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.