ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍, ଭାଇରାଲ ଅଡିଓକୁ ନେଇ କଲେ କଟାକ୍ଷ

author img

By

Published : Sep 16, 2022, 9:07 AM IST

ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍, ଭାଇରାଲ ଅଡିଓକୁ ନେଇ କଲେ କଟାକ୍ଷ

ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ ପ୍ରଶ୍ନ କଲେ ସାଂସଦ ଅନୁଭବ ମହାନ୍ତି । ଅଧିକ ପଢନ୍ତୁ

କଟକ: ପୁଣି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି । ଏଥିସହ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ବିଟ୍ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଛନ୍ତି ।

  • Hello @VarshaPriyadar3, I’m being QUESTIONED by millions! Mostly by our film & political fraternities! Every single common man/woman wants a concrete assurance from ‘YOU’ that whether the voices in this audio clip are yours & your sisters’ or not!
    YES/NO!?https://t.co/miUrM6Momo

    — Anubhav Mohanty (@AnubhavMohanty_) September 15, 2022 " class="align-text-top noRightClick twitterSection" data=" ">

ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟର ଟ୍ବିଟ୍ କରିଛନ୍ତି, ''ଲକ୍ଷ ଲକ୍ଷ ଲୋକେ ବିଶେଷକରି ମୋର ଫିଲ୍ମ ଓ ରାଜନୈତିକ ସହଯୋଗୀ ମୋତେ ପ୍ରଶ୍ନ କରୁଛନ୍ତି । ଭାଇରାଲ ହେଉଥିବା ଅଡିଓ କ୍ଲିପ୍‌ଟି ତୁମେ ଓ ତୁମ ଭଉଣୀଙ୍କର ନା ନୁହେଁ, ପ୍ରତିଟି ଲୋକ ଏହାକୁ ଜାଣିବାକୁ ଚାହୁଁଛନ୍ତି ।'' ଏହା ହଁ ନା ନାହିଁ ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ''ତୁମକୁ ଆଘାତ ଦେବା କିମ୍ବା ତୁମର ଛବି ନଷ୍ଟ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ତୁମକୁ ସମ୍ମାନ ଦିଏ । ହେଲେ ଅନେକ ଥର ଅପମାନିତ ଏବଂ ନିର୍ଯାତିତ ହେବା ପରେ ମୁଁ ଏହି ଟ୍ବିଟ୍ କରିବାକୁ ବାଧ୍ୟ ହେଉଛି । ମୋ ପୁରା ପରିବାର ଶାରିରୀକ ଓ ମାନସିକ ସ୍ତରରେ କଷ୍ଟ ଅନୁଭବ କରୁଛନ୍ତି ।''

ଏହାମଧ୍ୟ ପଢନ୍ତୁ: 200 Crore Extortion Case: ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା କଲା EOW

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି(Anubhav Varsha Marital Discord) । ନିକଟରେ ବର୍ଷା ପ୍ରିୟଦର୍ଶିନୀ(Varsha Priyadarshini) ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି । କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା ଏହି ପିଟିସନ ଦାୟର କରିଥିଲେ । ମାତ୍ର ପରିବାର ଅଦାଲତ ଏହାକୁ ଖାରଜ କରିଦେବାରୁ ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.