200 Crore Extortion Case: ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା କଲା EOW

author img

By

Published : Sep 16, 2022, 8:12 AM IST

ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା କଲା EOW

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା । ଅଧିକ ପଢନ୍ତୁ

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା । ଗୁରୁବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(Economic Offences Wing) ନୋରାଙ୍କୁ ୫ ଘଣ୍ଟା ଧରି ପଚରାଉଚାର କରିଛି(Nora Fatehi questioned for 5 hours ) । ତାଙ୍କୁ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଜେରା କରିଛି । ଏହାପୂର୍ବରୁ ଗତ ୩ ତାରିଖରେ ନୋରାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା । ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ସେ BMW କାର୍ ଉପହାର ପାଇଥିବା ନେଇ ଅଭିଯୋଗ ରହିଛି ।

ଗୁରୁବାର ଦିଲ୍ଲୀ ପୋଲିସ ନୋରା ଫତେହିଙ୍କ ସମେତ ତାଙ୍କ ଭିଣୋଇ ବବି ଖାନ ଏବଂ ସୁକେଶର ସହଯୋଗୀ ପିଙ୍କି ଇରାନୀଙ୍କୁ ଏକାଠି ଜେରା କରିଛି । ପିଙ୍କି ସୁକେଶଙ୍କ ଗିଫ୍ଟ ଅଭିନେତ୍ରୀଙ୍କ ପାଖରେ ପହଞ୍ଚାଉ ଥିଲେ । ୨୦୨୦ରେ ଏକ ଇଭେଣ୍ଟରେ ନୋରାଙ୍କୁ ସୁକେଶ BMW କାର୍ ଉପହାର ଦେଇଥିଲେ । କିନ୍ତୁ ନୋରା ଉପହାର ନେବାକୁ ମନା କରାଦେବାରୁ ଏହାକୁ ସେ ନିଜ ଭିଣୋଇ ବବିଙ୍କୁ ଦେବାକୁ କୁହାଯାଇଥିବା ନୋରା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: 200 Crore Extortion Case: ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା

ତେବେ ସେ ଷଡଯନ୍ତ୍ରକାରୀ ନୁହଁନ୍ତି ବରଂ, ନିଜେ ଷଡଯନ୍ତ୍ରର ଶିକାର ହୋଇଥିଲେ ବୋଲି ନୋରା ଜେରା ସମୟରେ କହିଥିବାର ସୂଚନା ମିଳିଛି । ଦିଲ୍ଲୀ ପୋଲିସ ତାଙ୍କୁ ସୁକେଶ(Sukesh Chandrashekhar) ଠାରୁ ମିଳିଥିବା ଉପହାର ଠାରୁ ନେଇ ଉଭୟଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ପଚରାଉଚରା କରିଛି । ସେହିପରି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ ମାମଲାରେ ଇଓଡବ୍ଲ୍ୟୁ ବୁଧବାର ଦିନ ବଲିଉଡ ଡିଭା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କୁ ପଚରାଉଚରା କରିଥିଲା । ଦୀର୍ଘ ୮ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲା ।

ବିଭିନ୍ନ ବ୍ୟବସାୟୀଙ୍କ ଠାରୁ 200 କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣ ଗିରଫ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.