ETV Bharat / entertainment

200 Crore Extortion Case: ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା

author img

By

Published : Sep 15, 2022, 7:52 AM IST

Jacqueline Fernandez
Jacqueline Fernandez

ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟା ଜେରା କଲା EOW । ଅଧିକ ପଢନ୍ତୁ

ମୁମ୍ବାଇ: ବେଆଇନ ଅର୍ଥ କାରବାର ମାମଲାରେ ଫସିଥିବା ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କ ଅଡୁଆ ବଢିବାରେ ଲାଗିଛି । ଗତକାଲି(ବୁଧବାର) 200 କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଜେରା କରିଛି EOW । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(Economic Offences Wing) ତାଙ୍କୁ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଥିବା ସୂଚନା ମିଳିଛି । ବୁଧବାର ସକାଳ ସାଢେ ୧୧ଟା ସମୟରେ ଜ୍ୟାକଲିନ୍ EOWର ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ରାତି ୮ଟାରେ କାର୍ଯ୍ୟାଳୟରୁ ବାହାରି ଥିଲେ । ସୁକେଶ ଠାରୁ ମିଳିଥିବା ଗିଫ୍ଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରାଯାଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଛି । ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉ ଥିଲେ । EOW ଜେରା ବେଳେ ଜ୍ୟାକଲିନ ପିଙ୍କି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବରୁ ସେ ସୁକେଶର କଳା କାରନାମା ସମ୍ପର୍କରେ ଜଣାଥିଲେ ଏବଂ ଏକଥା ତାଙ୍କୁ ଲୁଚାଇ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ EOW ଗତ ସୋମବାର ଦିନ ଜ୍ୟାକଲିନଙ୍କୁ ତୃତୀୟ ଥର ପାଇଁ ସମନ ଜାରି କରିଥିଲା ଏବଂ ବୁଧବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ପୂର୍ବରୁ ଅଗଷ୍ଟ 29 ଓ ସେପ୍ଟେମ୍ବର 12ରେ ହାଜର ପାଇଁ ସମନ ଜାରି ହୋଇଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତା ଥିବା ଦର୍ଶାଇ ସମନକୁ ଏଡାଇ ଯାଇଥିଲେ ଅଭିନେତ୍ରୀ ।

ଏହାମଧ୍ୟ ପଢନ୍ତୁ: Money Laundering Case: ବଢିଲା ସିଂହଳ ସୁନ୍ଦରୀଙ୍କ ଅଡୁଆ

ବିଭିନ୍ନ ବ୍ୟବସାୟୀଙ୍କ ଠାରୁ 200 କୋଟି ଟଙ୍କା ଠକେଇ କରିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହ ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କ ଲିଙ୍କ୍ ଥିବା ନେଇ ଗତ ମାସରେ ଇଡି ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା । ଗତବର୍ଷ ଅଗଷ୍ଟ 30 ଓ ଅକ୍ଟୋବରରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରିଥିଲା ଇଡି । ସେ ସୁକେଶ ଚନ୍ଦ୍ରଶେଖରଠୁ ଉପହାର ଗ୍ରହଣ କରିଥିହା ସ୍ବୀକାର କରିଥିଲେ । ଅଗଷ୍ଟ 26 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଏଥିସହିତ ଏହି ମାମଲାରେ ଜ୍ୟାକଲିନ PMLAର ନ୍ୟାୟ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିଥିଲେ । ଅଭିନେତ୍ରୀ ବୟାନରେ ସଫେଇ ଦେଇ କହିଥିଲେ ''ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।''

ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣ ଗିରଫ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.