ETV Bharat / entertainment

Money Laundering Case: ବଢିଲା ସିଂହଳ ସୁନ୍ଦରୀଙ୍କ ଅଡୁଆ

author img

By

Published : Sep 1, 2022, 10:57 AM IST

ମନି ଲଣ୍ଡରିଂ ମାମଲାରେ ଅଡୁଆରେ ଅଭିନେତ୍ରୀ ତଥା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଅଧିକ ପଢନ୍ତୁ

ବଢିଲା ଜ୍ୟାକଲିନଙ୍କ ଅଡୁଆ
ବଢିଲା ଜ୍ୟାକଲିନଙ୍କ ଅଡୁଆ

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ତଥା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । ଛକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ (Rs 200 crore money laundering case) ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ସେଥିରେ ତାଙ୍କୁ ସେପ୍ଟେମ୍ବର 26ରେ ହାଜର ହେବାକୁ କୁହାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କୁ ଜେରା କରିବ ।

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଇଡି ଚାର୍ଜସିଟରେ ଦର୍ଶାଇଥିଲା ଯେ, ଠକ ସୁକେଶ ଚନ୍ଦ୍ରଶେଖରର ଟଙ୍କା ଅସୁଲି କରୁଥିବା ଜ୍ୟାକଲିନ ଜାଣିଥିଲେ । ମୁଖ୍ୟ ସାକ୍ଷୀ ଓ ଅଭିଯୁକ୍ତ ବୟାନରୁ ଜ୍ୟାକଲିନ ଲଗାତାର ସୁକେଶଙ୍କ ସହ ଯୋଗାଯୋଗ ରଖିଥିବା ଜଣାପଡିଥିଲା । ସୁକେଶ ମଧ୍ୟ ଜ୍ୟାକଲିନଙ୍କୁ ଦାମୀ ଉପହାର ଦେଇଥିବା ସ୍ବୀକାର କରିଥିଲା । ଇଡି ଚାର୍ଜସିଟ ପରେ କୋର୍ଟ ଜ୍ୟାକଲିନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ପକ୍ଷରୁ ମଧ୍ୟ ଜ୍ୟାକଲିନଙ୍କୁ ନୋଟିସ୍‌ କରିଛି । ଆସନ୍ତା ସେପ୍ଟେମ୍ବର 12 ତାରିଖରେ ତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ ।

ଠକ ସୁକେଶ ଚନ୍ଦ୍ରଶେଖର ବେଆଇନ ଅର୍ଥ କାରବାର ସହ ଜ୍ୟାକଲିନଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟର ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କ ପ୍ରେମରେ ପଡି ସୁକେଶ ଶ୍ରୀଲଙ୍କା ଓ ବାହରିନରେ ଜ୍ୟାକଲିନଙ୍କ ପାଇଁ ଘର କିଣିିଥିବା ଇଡି ସୂଚନା ଦେଇଛି । ଏହି ସମ୍ପତ୍ତି କିଣିବା ନେଇ ସୁକେଶ ତା ସହଯୋଗୀ ପିଙ୍କି ଇରାନୀଙ୍କୁ ଜଣାଇଥିଲା । ଏହାପୂର୍ବରୁ ମଧ୍ୟ ଜ୍ୟାକଲିନ ସୁକେଶଠୁ ବହୁ ଦାମୀ ଉପହାର ନେଇଥିବା କହିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅଗଷ୍ଟ 26 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତିରେ 7.12 କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଡିପାଜିଟ୍‌ ଅନ୍ତର୍ଭୁକ୍ତ ରହିଥିଲା । ଏଥିସହିତ, ଏହି ମାମଲାରେ ଜ୍ୟାକଲିନ PMLA ର ନ୍ୟାୟ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିଥିଲେ । ଅଭିନେତ୍ରୀ ବୟାନରେ ସଫେଇ ଦେଇ କହିଥିଲେ ''ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।''

ଏହା ବି ପଢନ୍ତୁ...Money Laundering ମାମଲାରେ ଜ୍ୟାକଲିନଙ୍କ ସଫେଇ, କହିଲେ ମୋ ସମ୍ପତ୍ତି ମୋ ଅର୍ଜିତ ଧନ

ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣଙ୍କୁ ଗିରଫ କରିସାରିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.