ETV Bharat / entertainment

Money Laundering ମାମଲାରେ ଜ୍ୟାକଲିନଙ୍କ ସଫେଇ, କହିଲେ ମୋ ସମ୍ପତ୍ତି ମୋ ଅର୍ଜିତ ଧନ

author img

By

Published : Aug 26, 2022, 9:47 AM IST

Money Laundering ମାମଲାରେ ସଫେଇ ଦେଲେ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ । କହିଲେ, ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ଅଧିକ ପଢନ୍ତୁ

Money Laundering ମାମଲାରେ ଜ୍ୟାକଲିନଙ୍କ ସଫେଇ, କହିଲେ ମୋ ସମ୍ପତ୍ତି ମୋ ଅର୍ଜିତ ଧନ
Money Laundering ମାମଲାରେ ଜ୍ୟାକଲିନଙ୍କ ସଫେଇ, କହିଲେ ମୋ ସମ୍ପତ୍ତି ମୋ ଅର୍ଜିତ ଧନ

ନୂଆଦିଲ୍ଲୀ: ନିକଟରେ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ସାମ୍ନାକୁ ଆସିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତିରେ 7.12 କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଡିପାଜିଟ୍‌ ଅନ୍ତର୍ଭୁକ୍ତ ରହିଛି । ଏଥିସହିତ, ଏହି ମାମଲାରେ ଜ୍ୟାକଲିନ ମଙ୍ଗଳବାର ଦିନ PMLA ର ନ୍ୟାୟ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିଛନ୍ତି । ଅଭିନେତ୍ରୀ ବୟାନରେ ସଫେଇ ଦେଇ କହିଛନ୍ତି, 'ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।'

  • The deposits are from the actor’s “own legitimate of income and much before in time from even knowing that the main accused Chandrashekhar even existed in this world,”

    — ANI (@ANI) August 24, 2022 " class="align-text-top noRightClick twitterSection" data=" ">

ଉଲ୍ଲେଖନୀୟ ଯେ, ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସିଛି । ଏଥି ସହିତ ନିକଟରେ ଅଭିନେତ୍ରୀଙ୍କ ନାମ ମଧ୍ୟ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନଙ୍କ ଅଡୁଆ ବଢିପାରେ ଲାଗିଛି । ଏହି ସମୟରେ, ଜ୍ୟାକଲିନ ତାଙ୍କ 7.27 କୋଟି ଫଣ୍ଡ ସମ୍ବନ୍ଧୀୟ ପ୍ରସଙ୍ଗରେ PMMLର ବିଚାରପତିଙ୍କ ନିକଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଜ୍ୟାକଲିନ କହିଛନ୍ତି ଯେ, 'ମୋ ନାଁରେ ଥିବା ଫିକ୍ସ ଡିପୋଜିଟ୍‌ର ସମ୍ପର୍କ କୌଣସି ଅପରାଧ ସହ ନାହିଁ । କୌଣସି ଅପରାଧରୁ ମଧ୍ୟ ଏହି ଟଙ୍କା ଆସିନି । ସୁକେଶଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ ।’

ଉଲ୍ଳେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରରେ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲା । ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ଇଡି ଦର୍ଶାଇଥିଲା । ତେବେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ, ‘‘ଏହି ଘଟଣାରେ ଅଭିନେତ୍ରୀ ଜଣେ ପୀଡିତା । ଜ୍ୟାକଲିନ ସର୍ବଦା ଅନୁସନ୍ଧାନକାରୀ ସଂସ୍ଥା ସହ ସହଯୋଗ କରିଆସୁଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଆସିଥିବା ସମସ୍ତ ଡାକରା ସେ ଉପସ୍ଥିତ ହୋଇଛନ୍ତି । ତାଙ୍କ ପାଖରେ ଯାହା କିଛି ସୂଚନା ଥିଲା, ସେ ଏହାକୁ ଇଡି ଦେଇଛନ୍ତି । ସେ ଏକ ପ୍ରମୁଖ ଅପରାଧିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଯୁକ୍ତି ଆଧାରରେ ଏହି ମାମଲାକୁ ସତ ବୋଲି ବିଚାର କରି ଜ୍ୟାକଲିନଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ କିମ୍ବା ଅନ୍ୟ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଏହା ଏକ ମନ୍ଦ ଉଦ୍ଦେଶ୍ୟର ମାମଲା ଏବଂ ସ୍ୱାଧୀନତା ରକ୍ଷା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.