ଓଡିଶା

odisha

ଅନାମ ନାୟକଙ୍କୁ ମିଳିଲା ଜାମିନ

By

Published : Feb 27, 2020, 2:52 AM IST

ଭିଜିଲାନ୍ସ ଦ୍ବାରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ବୁଧବାର ହାଇକୋର୍ଟ ପ୍ରଦାନ କରିଛନ୍ତି ଏହି ସର୍ତ୍ତମୂଳକ ଜାମିନ । ଅଧିକ ପଢନ୍ତୁ...

former mla of bhawanipatna anam nayak got bail from highcourt
ଅନାମ ନାୟକଙ୍କୁ ମିଳିଲା ଜାମିନ

କଟକ: ଅନାମଙ୍କୁ ମିଳିଲା ଜାମିନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ ଅନାମଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ବୁଧବାର ହାଇକୋର୍ଟ ପ୍ରଦାନ କରିଛନ୍ତି ଏହି ସର୍ତ୍ତମୂଳକ ଜାମିନ ।

ଅନାମ ନାୟକଙ୍କୁ ମିଳିଲା ଜାମିନ

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୭ ତାରିଖରେ ପୂର୍ବତନ ବିଧାୟକ ଅନାମଙ୍କ ଭବାନୀପାଟଣାସ୍ଥିତ ନକଟିଗୁଡା ବାସଭବନ, ପୁରୁଣାପଡା ଛକ ନିକଟରେ ଥିବା ନିର୍ମାଣଧୀନ ଲଜ ଓ ମଦନପୁର ରାମପୁରସ୍ଥିତ ହୋଟେଲ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ବିଭାଗ । କେବଳ ସେତିକି ନୁହେଁ ୩ କୋଟି ୪୨ ଲକ୍ଷ ୪୯ ହଜାର ୪୦୨ ଟଙ୍କାର ସମ୍ପତ୍ତି ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।

ପୂର୍ବତନ ବିଧାୟକ ଅନାମଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିଲା । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସେହିପରି ତଦନ୍ତରେ ସାହାଯ୍ୟ କରିବାକୁ ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details