ଓଡିଶା

odisha

Cold Wave Gripped Odisha: ୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ଥଣ୍ତା ସହର

By

Published : Dec 18, 2021, 5:32 PM IST

Updated : Dec 18, 2021, 8:48 PM IST

ରାଜ୍ୟରେ ଶୀତର ଲହରୀ ଜାରି । ୭ ଡିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ଥଣ୍ତା ସହର । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Cold Wave Gripped Odisha:୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ଥଣ୍ତା ସହର
Cold Wave Gripped Odisha:୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ଥଣ୍ତା ସହର

ଭୁବନେଶ୍ବର :ଆଉ ଖସିବନି, ସ୍ବାଭାବିକ ଠାରୁ ତଳେ ରହିବ ପାରଦ । ରାଜ୍ୟରେ ଗତ ଏକ ସପ୍ତାହ ଧରି ଶୀତ ପ୍ରକୋପ ଜାରି ରହିଥିବାବେଳେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହାସହ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତଳେ ରହିବା ସହ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

Cold Wave Gripped Odisha: ୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ଥଣ୍ତା ସହର

ସେପଟେ ଗତ ୨୪ ଘଣ୍ଟାରେ ୭ ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏହାସହ ୧୨ ଡ଼ିଗ୍ରୀ ତଳେ ୧୨ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା । ଫୁଲବାଣୀରେ ୭.୦, ଦାରିଙ୍ଗବାଡି ୭.୫, କୋରାପୁଟ ୭.୫, ସୁନ୍ଦରଗଡ ୯.୫, ଟିଟଲାଗଡ ୯.୮, ଭବାନୀପାଟଣା ୧୦.୦, ସୋନପୁର ୧୦.୫, କେନ୍ଦୁଝର ୧୧.୦, ବଲାଙ୍ଗୀର ୧୧.୦, ଅନୁଗୁଳ ୧୧.୦, ମାଲକାନଗିରି ୧୧.୫ ଏବଂ ଚାନ୍ଦବାଲି ଠାରେ ୧୧.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Dec 18, 2021, 8:48 PM IST

ABOUT THE AUTHOR

...view details