ଓଡିଶା

odisha

Odisha Corona Cases, ରାଜ୍ୟରେ 226 ସଂକ୍ରମଣ ଚିହ୍ନଟ

By

Published : Sep 2, 2022, 9:36 AM IST

24 ଘଣ୍ଟାରେ ରାଜ୍ୟରେ ଆଉ 226 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ରାଜ୍ୟରେ 226 ସଂକ୍ରମଣ ଚିହ୍ନଟ
Odisha Corona Cases, ରାଜ୍ୟରେ 226 ସଂକ୍ରମଣ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ଗୁରୁବାର 200 ତଳେ ସଂକ୍ରମିତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ଏହା ଦୁଇଶହ ଅତିକ୍ରମ କରିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 226 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 132 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 94 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 19 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବରଗଡରୁ 4, ଭଦ୍ରକରୁ 2, ବଲାଙ୍ଗୀରରୁ 5, ବୌଦ୍ଧରୁ2, କଟକରୁ 14, ଜଗତସିଂହପୁରରୁ5, ଯାଜପୁରରୁ 5, ଝାରସୁଗୁଡାରୁ 1, କଳାହାଣ୍ଡିରୁ 7, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 104 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ

ସେହିପରି କୋରାପୁଟରୁ 4, ମୟୂରଭଞ୍ଜରୁ 2, ନବରଙ୍ଗପୁରରୁ 1,ନୟାଗଡରୁ 3, ନୂଆପଡାରୁ 4, ପୁରୀରୁ 7, ରାୟଗଡାରୁ 2, ସମ୍ବଲପୁରରୁ 7, ସୋନପୁରରୁ 2, ସୁନ୍ଦରଗଡରୁ 19 ଓ ଷ୍ଟେଟପୋଲରୁ 23 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 28 ହଜାର 70ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1797 ସକ୍ରିୟ ମାମଲା ରହିଛି । ନୂଆ 228ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 27 ହଜାର 844ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32, 06,777 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟ ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।

ABOUT THE AUTHOR

...view details