ETV Bharat / city

Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ

author img

By

Published : Sep 2, 2022, 7:51 AM IST

ଶାସ୍ତ୍ରୀନଗର ଅଞ୍ଚଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା । ସିଡିଆର ରିପୋର୍ଟ ପରେ ନୟାଗଡର ଯୁବକଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

Subashree Death cases: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡର ଯୁବକ
Subashree Death cases: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡର ଯୁବକ

ଭୁବନେଶ୍ବର/ନୟାଗଡ: ଶାସ୍ତ୍ରୀନଗର ଅଞ୍ଚଳରେ ମହିଳାଙ୍କ ମୃତଦେହ ମିଳିବା ଘଟଣା । ମୃତ ଶୁଭଶ୍ରୀଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ ଦୋଛକିରେ ପୋଲିସ । ଭଡାଘରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ପରେ ତାଙ୍କୁ କେହି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶୁଭଶ୍ରୀଙ୍କ କଲ ହିଷ୍ଟ୍ରିରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଶୁଭଶ୍ରୀ ନୟାଗଡର ଜଣେ ଯୁବକ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ତେବେ ମୃତ୍ୟୁ ପୂର୍ବରୁ ମଧ୍ୟ ସେହି ଯୁବକଙ୍କୁ ୭ରୁ ୮ଥର କଲ କରିଥିଲେ । ଏହାପରେ ୨୭ ସେକେଣ୍ଡ କଥା ହୋଇଥିଲେ, କଥା ହେବାର କିଛି ସମୟପରେ ମହିଳା ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ସେହି ୨୭ ସେକେଣ୍ଡରେ ଶୁଭଶ୍ରୀ କଣ କଥା ହୋଇଥିଲେ ?

ଶୁଭଶ୍ରୀଙ୍କ ସିଡିଆରରୁ ଏହି ତଥ୍ୟ ମିଳିବା ପରେ କଥା ହୋଇଥିବା ଯୁବକଙ୍କୁ ଅଟକ ରଖିଛି ଖାରବେଳନଗର ପୋଲିସ । ମହିଳାଙ୍କ ମୃତ୍ୟୁ ସମୟରେ ନୟାଗଡର ଯୁବକ କେଉଁଠି ଥିଲେ ସେନେଇ ପଚରାଉଚରା କରୁଛି ପୋଲିସ । ତେବେ ସିଡିଆର ରିପୋର୍ଟ ଆସିବା ପରେ ତ୍ରିକୋଣିୟ ପ୍ରେମ ସମ୍ପର୍କକୁ ନେଇ ଏହା ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ଅନ୍ୟପଟେ ସ୍ବାମୀ ଉପରୁ ମଧ୍ୟ ପୋଲିସର ସନ୍ଦେହ କମୁନାହିଁ । କାହିଁକି ନା ଶୁଭଶ୍ରୀ ସେହି ଯୁବକଙ୍କ ସହ କଥା ବାର୍ତ୍ତା ନେଇ ସ୍ବାମୀ ସନ୍ଦେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ପଡୋଶୀଙ୍କ ଠାରୁ ସୂଚନା ପାଇଛି ପୋଲିସ । ବଚସା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଏହି ଅଘଟଣ ଘଟିନାହିଁତ ? କାହିଁକି ନା ମୃତ୍ୟୁପରେ ଶୁଭଶ୍ରୀଙ୍କ ମୁହଁରେ ରାମ୍ପୁଡା ଦାଗ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ବାମୀ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ମିିଳିଲା ମୃତଦେହ

ତେବେ ଶୁଭଶ୍ରୀଙ୍କ ବେକରେ ଥିବା ଚିହ୍ନ ଯାହାକୁ ସାଇଣ୍ଟିଫିକାଲ ଲିଗାର୍ଚର ମାର୍କ ବୋଲି କୁହାଯାଏ, ତାକୁ ନେଇ ପୋଲିସ ମଧ୍ୟ ଅଡୁଆରେ ପଡିଛି, କାରଣ ଚିହ୍ନରୁ ପୋଲିସକୁ ଲାଗୁଛି ଏହା ସୁଇସାଇଡ ହୋଇଥାଏ ପାରେ । ମୃତଦେହ ବ୍ୟବଚ୍ଛେଦ ପାଇଁ FMTର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୋଲିସ । ଏନେଇ ଅନେକ ଉପଦେଶ ମଧ୍ୟ ନେଇଛି । ଶୁଭଶ୍ରୀଙ୍କ ମୃତ୍ୟୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ନୟାଗଡର ଯୁବକଙ୍କ ସହ ସ୍ତ୍ରୀର ସମ୍ପର୍କ ନେଇ ସ୍ବାମୀ ଜାଣିବାପରେ ସେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Subashree Death cases: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡର ଯୁବକ

ଅନ୍ୟପଟେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ହତ୍ୟାକାରୀକୁ ଗିରଫ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଶୁଭଶ୍ରୀଙ୍କ ଘର ନୟାଗଡର ମାନପୁର ଗାଁରେ । ସେ ପ୍ରଫୁଲ୍ଲ ମହାପାତ୍ରଙ୍କର ଏକ ମାତ୍ର ଝିଅ ହୋଇଥିବା ବେଳେ ପାଞ୍ଚ ବର୍ଷ ତଳେ ଜଗସିଂହପୁର ଅଞ୍ଚଳର ଅନନ୍ତ ନାରାୟଣ ନାଥଙ୍କୁ ପ୍ରେମ ବିବାହ କରିଥିଲେ । ଅନନ୍ତ ଭୁବନେଶ୍ୱରରେ ଚାକିରି କରିଥିବାରୁ ତାଙ୍କର 3 ବର୍ଷର ପୁଅ ସହ ଶୁଭଶ୍ରୀଙ୍କୁ ନେଇ ଭୁବନେଶ୍ୱରେ ଭଡା ଘରେ ରହୁଥିଲେ । ଶୁଭଶ୍ରୀ ଘରେ ଏକା ରହୁଥିବା ସୁଯୋଗ ନେଇ ତାଙ୍କୁ ରଶିରେ କେହି ବେକ ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ପ୍ରଫୁଲ୍ଲ ମହାପାତ୍ର । ଏହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ସେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.