ଓଡିଶା

odisha

Pihu Missing Case: ଆମରଣ ଅନଶନରେ ବସିଲେ ପିହୁର ମା’

By

Published : Sep 15, 2022, 9:53 PM IST

ପିହୁ ନିଖୋଜ ହେବାକୁ ଦୁଇ ବର୍ଷ ବିତିବାକୁ ବସିଛି । ହେଲେ ଏଯାଏଁ ତାର କୌଣସି ସନ୍ଧାନ ଖୋଜିବାରେ ବିଫଳ ରହିଛି ପୋଲିସ । ସିବିଆଇ ତଦନ୍ତ ଦାବିରେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିହୁର ମାଆ (mother of pihu sat on hunger strike)। ଅଧିକ ପଢ଼ନ୍ତୁ

mother of pihu sat on hunger strike demanding CBI investigation in Pihu Missing case
Pihu Missing Case: ଆମରଣ ଅନଶନରେ ବସିଲେ ପିହୁର ମାଆ

ଭୁବନେଶ୍ବର: ପିହୁ ନିଖୋଜ ହେବାକୁ ଦୁଇ ବର୍ଷ ବିତିବାକୁ ବସିଛି । ହେଲେ ଏଯାଏଁ ତାର କୌଣସି ସନ୍ଧାନ ଖୋଜିବାରେ ବିଫଳ ରହିଛି ପୋଲିସ । ପିହୁ ଖୋଜିବା ପାଇଁ ମାଆ ବାରମ୍ବାର ପୋଲିସ,ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରସ୍ତ ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି । ଶେଷରେ ସିବିଆଇ ତଦନ୍ତ କରାଇବା ପାଇଁ ସୁପାରିସ୍‌ କରାଇବାକୁ ଦାବି କରିଥିଲେ ପିହୁର ମାଆ (CBI investigation in Pihu Missing case)। ଏଥିପାଇଁ ୧୪ ଦିନ ସମୟ ଦେଇଥିଲେ । ଏହାପରେ ଆଜି ରାଜ୍ୟ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିହୁର ମାଆ ମୋନାଲିସା ନାୟକ(mother of pihu sat on hunger strike) ।

Pihu Missing Case: ଆମରଣ ଅନଶନରେ ବସିଲେ ପିହୁର ମାଆ

ଏହା ବି ପଢ଼ନ୍ତୁPihu Missing Case: 2 ବର୍ଷ ପରେ ପୋଲିସର ତତ୍ପରତା, ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ଲକ୍ଷ ପୁରସ୍କାର

ଏହାକୁ (Pihu Missing Case) ନେଇ ମୋନାଲିସା କହିଛନ୍ତି, "ପୋଲିସ ତଦନ୍ତ ଉପରେ ମୋର ଭରସା ନାହିଁ । ଯଦି ପୋଲିସ ତଦନ୍ତ କରୁଛି ତେବେ କାହିଁକି ମିଳୁ ନାହିଁ ମୋ ଛୁଆ । ସେତେବେଳେ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କ ଶିଥିଳ ତଦନ୍ତ ଯୋଗୁଁ ହଜିଗଲା ମୋ ଛୁଆ । ମୁଁ ଏ ନେଇ ଡିଜିପି, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛି । ଏବେ ମୋର ଆଉ ଏମାନଙ୍କ ଉପରେ ଭରସା ନାହିଁ । ଗତ ଅଗଷ୍ଟ ୨୯ରେ ଏଠାକୁ ଆସିଥିଲି । ୧୪ ଦିନ ସମୟ ନେଇଥିଲି । ଏବେ ୧୭ ଦିନ ହୋଇଗଲା । ମୋର ଛୁଆ ଦରକାର। ନଚେତ୍ ମୋର ଇଚ୍ଛା ମୃତ୍ୟୁକୁ ସରକାର ଅନୁମତି ଦିଅନ୍ତୁ । ଯଦି CBI ତଦନ୍ତ ନହୁଏ ତେବେ ମୁ ଏଠାରୁ ହଟିବି ନାହିଁ ।"

ଅନଶନରେ ବସିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ପହଞ୍ଚି ପିହୁର ମାଆଙ୍କୁ ଭେଟିଛନ୍ତି । ତଦନ୍ତରେ ବିଳମ୍ବ ହୋଇଥିବା ସ୍ବୀକାର କରିଛନ୍ତି । ପିହୁ ନିଖୋଜ ଘଟଣାର ସିବିଆଇ ତଦନ୍ତ ସୁପାରିଶ ଦାବି ସମ୍ପର୍କିତ ଚିଠିକୁ ଅଗଷ୍ଟ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ।

୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଅପରାହ୍ନ ପ୍ରାୟ ୩ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଟାତ୍ ନିଖୋଜ ହୋଇଯାଇଥିଲା ୨ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ୍ ପିହୁ । ପିହୁର କୌଣସି ସନ୍ଧାନ ନମିଳିବାରୁ ପୋଲିସ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ତାର ବାପାମାଆ । ପୋଲିସରେ ପିହୁ ନିଖୋଜ ନେଇ ଏତଲାକୁ 2 ବର୍ଷ ବିତିଛି । ପୋଲିସ ଏ ସମ୍ପର୍କରେ ତଦନ୍ତ ଚାଲିଥିବା କଥା କହି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ABOUT THE AUTHOR

...view details