Pihu Missing Case: 2 ବର୍ଷ ପରେ ପୋଲିସର ତତ୍ପରତା, ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ଲକ୍ଷ ପୁରସ୍କାର

author img

By

Published : Aug 31, 2022, 9:46 PM IST

Pihu Missing: ଦୁଇ ବର୍ଷପରେ ପୋଲିସର ତତ୍ପରତା, ପିହୁ ସମ୍ପର୍କରେ ସୂଚନାଦାଙ୍କୁ ୫ ଲକ୍ଷ ପୁରସ୍କାର

ପିହୁ ସମ୍ପର୍କରେ ସୂଚନା ଦେଲେ ସୂଚନା ଦାତାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ(missing Pihu of Jajpur) । ପିହୁ ନିଖୋଜ ଘଟଣାରେ ଦୁଇ ବର୍ଷ ପରେ ପୋଲିସର ତତ୍ପରତା (five lakh cash reward for pihu information)। ଅଧିକ ପଢ଼ନ୍ତୁ

ଯାଜପୁର: ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାର ଦୁଇ ବର୍ଷ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି (missing Pihu of Jajpur) । ପିହୁ ସମ୍ପର୍କରେ ସୂଚନା ଦେଲେ ସୂଚନା ଦାତାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି (five lakh cash reward for pihu information) । ତା ସହିତ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପିହୁର ପୋଷ୍ଟର ମରାଯାଇଛି ।

Pihu Missing: ଦୁଇ ବର୍ଷପରେ ପୋଲିସର ତତ୍ପରତା, ପିହୁ ସମ୍ପର୍କରେ ସୂଚନାଦାଙ୍କୁ ୫ ଲକ୍ଷ ପୁରସ୍କାର

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁରର ପିହୁ ଗାଁ ଦାଣ୍ଡରେ ସାଙ୍ଗଙ୍କ ମେଳରେ ଖେଳୁଥିବା ବେଳେ କେଉଁଆଡେ ଚାଲି ଯାଇଥିଲା ପିହୁ । ଏହାକୁ ନେଇ ପରିବାର ପକ୍ଷରୁ ସେହି ସମୟରେ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ପରିବାର ହାତରେ କୌଣସି ସୁରାକ ଲାଗି ନାହିଁ । ୨ ବର୍ଷ ହେଲା ଝିଅକୁ ଅପେକ୍ଷା କରି କାନ୍ଦୁଛି ମାଆ ।

ଏହା ବି ପଢ଼ନ୍ତୁ ପିହୁ ନିଖୋଜ ଘଟଣାକୁ ୨ ବର୍ଷ, CBI ତଦନ୍ତ ଦାବିରେ ପରିବାର

ଝିଅ ନିଖୋଜ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ମାଆ ମୋନାଲିସା ନାୟକ । ଝିଅକୁ ଖୋଜି ପାଇବାକୁ ଗତ ଗତ ଅଗଷ୍ଟ ୨୯ ତାରିଖରେ ଶିଶୁ ସୁରକ୍ଷା ଆୟୋଗଙ୍କୁ ଭେଟିଥିଲେ । ପିହୁ ନିଖୋଜ ହେବା ଦିନଠୁ ପିହୁର ବାପା ମାଆ ବାରମ୍ବାର ପୋଲିସ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ହେଁ, ଏ ଯାଏ କୌଣସି ସୁଫଳ ମିଳି ପାରିଲାନାହିଁ । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପିହୁର ମାଆ, ପରିବାର ଓ ଗ୍ରାମବାସୀ । ଏବେ ବି ମା ଚାହିଁ ରହି ରହିଛି ପିହୁର ଫେରିବା ବାଟକୁ । ନୟାଗଡର ପରୀ ନିଖୋଜ ଘଟଣା ପରି, ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର ପିହୁ ନିଖୋଜ ଘଟଣା । ଘଟଣାକୁ ୨ ବର୍ଷ ବିତିଥିଲେ ବି କାହିଁକି ପୋଲିସ ହାତ ଖାଲି ? ଘଟଣାକୁ ନେଇ ପୋଲିସ ପ୍ରଶାସନର ତଦନ୍ତ ବିଫଳ ହୋଇଛି ଯାହା ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦୁଇ ଦୁଇ ଥର ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ ବି କିଛି ସୁଫଳ ମିିଳିନାହିଁ । ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରୁଛନ୍ତି ପିହୁର ମାଆ । 15 ଦିନ ଭିତରେ ଘଟଣାକୁ ସିବିଆକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ପିହୁର ମାଆ ମୋନାଲିସା । ସିବିଆଇ ତଦନ୍ତ ନ ହେଲେ ଧାରଣାରେ ବସିବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.