ଓଡିଶା

odisha

ନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ, ଜାଣନ୍ତୁ ମା'ଙ୍କ ଉତ୍ପତ୍ତି ଇତିହାସ

By

Published : Sep 24, 2022, 5:04 PM IST

Etv Bharatନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ, ଜାଣନ୍ତୁ ମା'ଙ୍କ ଉତ୍ପତ୍ତି ଇତିହାସ
Etv Bharatନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ, ଜାଣନ୍ତୁ ମା'ଙ୍କ ଉତ୍ପତ୍ତି ଇତିହାସ ()

ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ନବରାତ୍ରୀ ପୂଜା, ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଲାଣି ମା’ ଭୈରବୀଙ୍କ ପୀଠ । ସକାଳ ପାହିଲେ ଲାଗୁଛି ଭକ୍ତଙ୍କ ଗହଳି, ଚଳିତ ବର୍ଷ ନବରାତ୍ରୀ ପୂଜା ପାଇଁ ଶକ୍ତିପୀଠରେ ବ୍ୟବସ୍ଥା କରାଯାଇଛି । ନଅ ଦିନ ଧରି ମା' ଭୈରବୀ ନଅଟି ରୂପରେ ପୂଜା ପାଇବେ । ଅଧିକ ପଢନ୍ତୁ

ଗଞ୍ଜାମ/ବ୍ରହ୍ମପୁର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ, ଶକ୍ତି ସ୍ବରୂପିଣି, ମହିଷା ମର୍ଦ୍ଦିନୀ ମା' ଦୁର୍ଗା । ଆଉ ଆରମ୍ଭ ହୋଇଯିବ ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତିପୀଠ ଗୁଡିକରେ ୯ଦିନ ଧରି ୯ଟି ରୂପରେ ପୂଜା ପାଇବେ ମା’ ଦୁର୍ଗା । ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ସିଦ୍ଧ ଭୈରବୀ(Maa Sidhha Bhairabi) ପୀଠରେ ହୋଇଥାଏ ନବରାତ୍ରୀ ପୂଜା । ନଅ ଦିନ ଧରି ମା' ଭୈରବୀ ନଅଟି ରୂପରେ ପୂଜା ପାଇବେ ।

ନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ

ମୁଖ୍ୟତଃ ଶାରଦୀୟ ଦୁର୍ଗା ପୂଜା ସମୟରେ ମା'ଙ୍କ ନବରାତ୍ରୀ ପୂଜା କରାଯିବା ସହ ନିକଟବର୍ତ୍ତୀ ଗ୍ରାମ ଗୁଡିକୁ ପରିକ୍ରମା କରିବାର ବିଧି ରହିଛି । ପ୍ରତ୍ୟେକ ଦିନ ପରମ୍ପରା ଅନୁଯାୟୀ ମା'ଙ୍କୁ ପୂଜା କରାଯାଇଥାଏ । ଶାରଦୀୟ ଦୁର୍ଗା ପୂଜା ସମୟରେ ମା'ଙ୍କୁ ଦର୍ଶନ କରିବା ସହ କରୁଣା ଲାଭ କରିବା ପାଇଁ ପଡୋଶୀ ଆନ୍ଧ୍ରରୁ ବହୁ ଭକ୍ତଙ୍କ ସୁଅ ଛୁଟିଥାଏ ଭୈରବୀଙ୍କ ପୀଠକୁ।

ଏହି ଶକ୍ତିପୀଠରେ ଶାରଦୀୟ ପୂଜା ସମୟରେ ମହାସମାରୋହରେ ନବରାତ୍ରୀ ପୂଜା ଆୟୋଜିତ ହେଉଥିବା ବେଳେ ଭକ୍ତ ଯାହା ମାନସିକ କରନ୍ତି ତାହା ପୂରଣ ହୋଇ ଆସୁଥିବାର ବିଶ୍ୱାସ ରହିଛି । ଏଣୁ ଭକ୍ତ ମାନେ ଏହି ସମୟରେ ଅଖଣ୍ଡଦୀପ ଜାଳି ସମସ୍ତଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ପୀଠରେ ମା’ ଭକ୍ତଙ୍କ ମନସ୍କାମନା ପୂରଣ କରୁଥିବାରୁ ସେ ସିଦ୍ଧ ଭୈରବୀ ଭାବରେ ପରିଚିତ । ଗତ ଦୁଇ ବର୍ଷ ଧରି ପୀଠରେ କୋଭିଡ କାରଣରୁ କେବଳ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ହୋଇ ଆସୁଥିବା ବେଳେ ଚଳିତବର୍ଷ ଦୁର୍ଗା ପୂଜା ସମୟରେ ବହୁ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ମା', ପୁରୁଣା ଷ୍ଟେସନ ବଜାରରେ ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକର ହରଡଙ୍ଗ ଗ୍ରାମରେ ରହିଛି ମା'ଙ୍କ ମନ୍ଦିର । ଦୁର୍ଗା ପୂଜା ସମୟରେ ଉତ୍ସବ ମୁଖର ହୋଇପଡିଥାଏ ଏହି ପୀଠ । ମା'ଙ୍କ ଉତ୍ପତ୍ତି କିମ୍ୱଦନ୍ତୀ ଅନୁଯାୟୀ ବ୍ରହ୍ମପୁର ସହର ଉପକଣ୍ଠ ହରଡଙ୍ଗ ଗ୍ରାମ ନିବାସୀ ଗିନା ଗାଙ୍ଗୁଲୁ ରେଡି ନାମକ ଜଣେ କୃଷକ ନିଜର ଜମିକୁ ଚାଷ କରୁଥିବା ସମୟରେ ଲଙ୍ଗଳ ମୁନ ହଠାତ ମା'ଙ୍କୁ ବାଜିଥିଲା । ଆଉ ଏହି ସମୟରେ ରକ୍ତ ଧାର ବୋହୁଥିବା ଦେଖି ଅତ୍ୟନ୍ତ ଭୟଭୀତ ହୋଇ ନିଜ ଘରକୁ ଫେରିଯାଇଥିଲା କୃଷକ ଜଣଙ୍କ । ଆଉ ସେହି ଦିନ ଠାରୁ ମାଙ୍କ ଉତ୍ପତ୍ତି ସଂପର୍କରେ ସ୍ୱପ୍ନାଦେଶ ହେବା ପରେ ସେହି ସ୍ଥାନରେ ହିଁ ଗଢିଉଠିଥିଲା ମନ୍ଦିର । ଏକ ପାଦ ମା’ ସିଦ୍ଧ ଭୈରବୀଙ୍କ ଅନେକ ମହିମା ରହିଛି, ଦଶହରା ସମୟରେ ମାଙ୍କ ଦର୍ଶନ କରିବାକୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ । ନବରାତ୍ରୀ ସମୟରେ ମା' ଭୈରବୀ ୯ଟି ରୂପରେ ପୂଜା ପାଇଥାନ୍ତି ।

ABOUT THE AUTHOR

...view details