ଓଡିଶା

odisha

ଦୀପାବଳିରେ ଜମିଲା ମଦ ବ୍ୟବସାୟ, ତାମିଲନାଡୁରେ ଭାଙ୍ଗିଲା ରେକର୍ଡ

By ETV Bharat Odisha Team

Published : Nov 13, 2023, 9:49 PM IST

ଦୀପାବଳିରେ ତାମିଲନାଡୁରେ ଜମିଲା ମଦ ବେପାର । ରାଜ୍ୟ ବ୍ୟାପୀ ପାଖାପାଖି 486 କୋଟି ଟଙ୍କାର ଦେଶୀ ଏବଂ ବିଦେଶୀ ମଦ ବିକ୍ରି ହୋଇଛି । ଅଧିକ ପଢନ୍ତୁ ।

ଦୀପାବଳିରେ ଛପରଫାଡ ମଦବ୍ୟବସାୟ , ତାମିଲନାଡୁରେ ଭାଙ୍ଗିଲା ରେକର୍ଡ
ଦୀପାବଳିରେ ଛପରଫାଡ ମଦବ୍ୟବସାୟ , ତାମିଲନାଡୁରେ ଭାଙ୍ଗିଲା ରେକର୍ଡ

ଚେନ୍ନାଇ: ଚଳିତ ବର୍ଷ ଦୀପାବଳିରେ ଜମିଛି ମଦ ବେପାର । ଚଳିତ ବର୍ଷ ନଭେମ୍ବର 11 ଏବଂ 12 ତାରିଖ ଦିନ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ରାଜ୍ୟ ବ୍ୟାପୀ ପାଖାପାଖି 486 କୋଟି ଟଙ୍କାର ଦେଶୀ ଏବଂ ବିଦେଶୀ ମଦ ପ୍ରବଳ ବିକ୍ରି ହୋଇଛି । କେବଳ ରାଜଧାନୀ ଚେନ୍ନାଇ ସହରରେ ଏହି ଦୁଇ ଦିନ 50.50 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମଦ ବେପାର ହୋଇଛି । ତାମିଲନାଡୁ ରାଜ୍ୟ ମାର୍କେଟିଙ୍ଗ କର୍ପୋରେସନ (TASMAC)ର ତଥ୍ୟ ଅନୁସାରେ ଏହି ଦୁଇ ଦିନ ଏକୁଟିଆ ମଦୁରାଇ ସହରରେ 104.70 କୋଟି ଟଙ୍କାର ମଦ ବ୍ୟବସାୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଦଶହରା ପୂର୍ବରୁ ଆକ୍ସନ ମୋଡ୍‌ରେ ଅବକାରୀ ବିଭାଗ, 8 ଦିନରେ 70 ଗିରଫ

ଦୀପାବଳିର ପୂର୍ବ ଦିନ ଅର୍ଥାତ ନଭେମ୍ବର 11 ତାରିଖ ଦିନ ତାମିଲନାଡୁ ରେ ମୋଟ୍ 220.85 କୋଟି ଟଙ୍କାର ମଦ ବେପାର ହୋଇଥିବା ବେଳେ 12 ତାରିଖ ଅର୍ଥାତ ଦୀପାବଳି ଦିନ 246.78 କୋଟି ଟଙ୍କାର ମଦ ବେପାର ହେଇଥିଲା । ନଭେମ୍ବର 11 ତାରିଖ ଦିନ ମଦୁରାଇରେ ସର୍ବାଧିକ 52.73 କୋଟି ଟଙ୍କାର ବେପାର ହୋଇଥିବା ବେଳେ ଚେନ୍ନାଇ ରେ 48 କୋଟି, ତ୍ରିଚିରେ 40 କୋଟି, ସାଲେମରେ 39.78 କୋଟି ଓ କୋଇମ୍ବାଟୁରରେ 40.20 କୋଟି ଟଙ୍କାର ମଦ ବେପାର ହେଇଥିଲା ।

ଏହା ମଧ୍ୟ ପଢନ୍ତୁ......Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

ଦୀପାବଳି ଦିନ ତାମିଲନାଡୁରେ ମୋଟ୍ 246.78 କୋଟି ଟଙ୍କାର ବେପାର ହୋଇଥିବା ବେଳେ ଚେନ୍ନାଇରେ 52.08 କୋଟି, ତ୍ରିଚି ରେ 55.60କୋଟି, ସାଲେମରେ 51.97 କୋଟି ମଦୁରାଇ ରେ 51.97 କୋଟି ଓ କୋଇମ୍ବାଟୁର ରେ 39.61 କୋଟି ଟଙ୍କାର ମଦ ବେପାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.....ଦୀପାବଳି ବିକ୍ରି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଏହି ଜିନିଷ ଗୁଡିକର ରହିଛି ଚାହିଦା

ଉଲ୍ଲେଖ ଯୋଗ୍ୟ ଯେ 2022-23 ବର୍ଷରେ ରାଜ୍ୟ ସରକାରଙ୍କ ଅଧିନସ୍ଥ TASMAC ଜରିଆରେ ରାଜ୍ୟବ୍ୟାପୀ ମଦ ବିକ୍ରି 44,000 କୋଟି ଟଙ୍କା ଅତିକ୍ରମ କରିଛି । ରାଜ୍ୟ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲବାଲାଜି ଏନେଇ ପୂର୍ବରୁ 2021-22 ବର୍ଷରେ 36,050.65 କୋଟିର ମଦ ବ୍ୟବସାୟ ହୋଇଥିବା ବେଳେ 2022-23 ବର୍ଷରେ 44,098.56 କୋଟି ଟଙ୍କାର ମଦ ବ୍ୟବସାୟ ହୋଇଥିବାର ତଥ୍ୟ ତାମିଲନାଡୁ ବିଧାନସଭାରେ ରଖିଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details