ETV Bharat / business

ଦୀପାବଳି ବିକ୍ରି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଏହି ଜିନିଷ ଗୁଡିକର ରହିଛି ଚାହିଦା

author img

By ETV Bharat Odisha Team

Published : Nov 4, 2023, 7:55 PM IST

ଚଳିତ ବର୍ଷ ଫେଷ୍ଟିଭାଲ ସିଜିନରେ କରାଯାଇ ଥିବା କ୍ରୟ ରେକର୍ଡ ଭାଙ୍ଗିବାକୁ ଯାଉଛି । ଉତ୍ସବର ଋତୁରେ ସପିଂ କାରଣରୁ ଦେଶର ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ ଭାବବୃଦ୍ଧି ପାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର । ଅଢିକ ପଢ଼ନ୍ତୁ

Diwali sales
Diwali sales

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ଏକ ସମସ୍ୟା ହୋଇ ରହିଥିଲେ ମଧ୍ୟ ପର୍ବ ପର୍ବାଣୀରେ ଭାରତରେ ଅନେକ ସପିଂ କରାଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେଷ୍ଟିଭାଲ ସିଜିନରେ କରାଯାଇ ଥିବା କ୍ରୟ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି । ଗତବର୍ଷ ପାର୍ବଣ ଋତୁ ସମୟରେ ଦେଶରେ ଦୋକାନୀମାନେ 1.25 ଲକ୍ଷ କୋଟି ଟଙ୍କାର ଜିନିଷ ବିକ୍ରି କରିଥିଲେ । ଯାହା ଗତ 10 ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଥିଲା। ତେବେ ବାଣିଜ୍ୟ ସଂସ୍ଥା ଆକଳନ କରିଥିଲା ଯେ, ଚଳିତ ବର୍ଷ ଦୀୱାଲିରେ ମୋଟ 2 ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ । କିନ୍ତୁ ଆକଳନ କରାଯାଇଥିବା ବ୍ୟବସାୟ ଠାରୁ ଏହା ଅଧିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଗ୍ରାହକମାନଙ୍କ କ୍ରୟକୁ ଦେଖିଲେ ଚଳିତ ବର୍ଷର ଶେଷ ସୁଦ୍ଧା ଉପଭୋକ୍ତାମାନଙ୍କ ଦ୍ବାରା ପ୍ରାୟ 3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ଆକଳନ କରାଯାଉଛି । କନଫେଡେରେସନ୍‌ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ( Confederation of All India Traders )ର ତଥ୍ୟରୁ ଜଣାପଡ଼ିଛି ଯେ, 2020 ମସିହା ଦୀୱାଲିରେ ପାଖାପାଖି 72000 କୋଟି ଟଙ୍କାର ବିକ୍ରି ହୋଇଥିଲା । ସେହିପରି 2019 ମସିହାରେ 60000 କୋଟି ଟଙ୍କା ଓ 2018ରେ 50000 କୋଟି ଟଙ୍କାର ଏବଂ 2017ରେ 43000 କୋଟି ଟଙ୍କାର ବିକ୍ରି ହୋଇଥିଲା । କେବଳ ଦିଲ୍ଲୀରେ ପ୍ରାୟ 25000 କୋଟି ଟଙ୍କାର କାରବାର ହୋଇଥିଲା । ସେପଟେ ଖୁଚୁରା ବ୍ୟବସାୟୀ ବର୍ତ୍ତମାନ ବିବାହ ଋତୁ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହା ନଭେମ୍ବର 21 ରୁ ଆରମ୍ଭ ହେବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ......Flipkart Diwali Sale: ଘୋଷଣା ହେଲା ସେଲ ତାରିଖ, ଏସବୁ ସେଗମେଣ୍ଟରେ ମିଳିବ ଅଧିକ ରିହାତି

କେଉଁ ଜିନିଷର ରହିଛି ଚାହିଦା ?

ମାଟି ଦୀପ, ମହମବତୀ ଓ ପେପର ଲ୍ୟାମ୍ପ ଭଳି ଆଇଟମ୍ ଯାହାଦ୍ବାରା ଛୋଟ କୁମ୍ଭକାର, କାରିଗର ଏବଂ କାରିଗରମାନଙ୍କୁ ବହୁତ ଲାଭ କରିବାରେ ସାହାଯ୍ୟ କରିଛି । ସେହିପରି ମିଠା, ଫଳ, ଜୋତା, ଘଣ୍ଟା, ଖେଳନା, ଘର ସାଜସଜ୍ଜା ଏବଂ ପୋଷାକର ମଧ୍ୟ ପ୍ରବଳ ଚାହିଦା ରହିଛି । ଏହାସହ FMCG ସାମଗ୍ରୀ, ଇଲେକ୍ଟ୍ରୋନିକ୍ ଉପକରଣ, ରୋଷେଇ ସାମଗ୍ରୀକୁ ଅଧିକ କିଣୁଛନ୍ତି ଗ୍ରହକ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତରେ ପାର୍ବଣ ଋତୁରେ ଆପ ଡାଉନଲୋକ ମଧ୍ୟ ଟ୍ରେଣ୍ଡିଙ୍ଗ୍‌ରେ ରହିଛି । ଏହି ସମୟରେ ସର୍ବାଧିକ ଡାଉନଲେଡ ହୋଇଥିବା ଆପ ମଧ୍ୟରେ ଇନଷ୍ଟାଗ୍ରମ, ଫ୍ଲିପକାର୍ଟ ଓ ସ୍ନାପଚାଟ ଶ୍ରେଷ୍ଠ 3ଟି ସ୍ଥାନରେ ରହିଛନ୍ତି । ପୂର୍ବ ଦୁଇ ମାସ ତୁଳନାରେ ପାର୍ବଣ ଋତୁ ସମୟରେ ଆପ ଡାଉନଲୋଡ ମାମଲାରେ ଫ୍ଲିପକାର୍ଟ ଚତୁର୍ଥ ସ୍ଥାନରୁ ଆସି ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଅନଲାଇନ ବିକ୍ରି କଥା ଯଦି କୁହାଯାଏ ତେବେ ଏହା ପୂର୍ବ ତୁଳନାରେ 20 ପ୍ରତିଶତ ବୃଦ୍ଧି ପାଇଛି । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ କହିବା ଅନୁସାରେ, ଉତ୍ସବର ଋତୁରେ ସପିଂ କାରଣରୁ ଦେଶର ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ ଭାବବୃଦ୍ଧି ପାଇବ । ଭାରତୀୟମାନେ ପାର୍ବଣ ଋତୁ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି, ଯାହା ଅର୍ଥନୀତିକୁ ବୃଦ୍ଧି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.