ଓଡିଶା

odisha

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର, ଲଗାତାର ଖସୁଛି ସୁନା ଦାମ

By

Published : Feb 4, 2021, 6:22 PM IST

ବଜେଟରେ ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ ସହ ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ କମ ଯୋଗୁଁ ସୁନା ଦାମ ହ୍ରାସ ହେଉଛି । ଆଜିକୁ 4 ଦିନ ଧରି କମୁଛି ଦାମ । ଅଧିକ ପଢନ୍ତୁ..

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର, ଲଗାତାର ଖସୁଛି ସୁନା ଦାମ
ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର, ଲଗାତାର ଖସୁଛି ସୁନା ଦାମ

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିକୁ ଲଗାତାର 4 ଦିନ ଧରି ହ୍ରାସ ହୋଇଛି ସୁନା ଦାମ । କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ଖସିଛି । ବଜେଟରେ ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ ସହ ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ କମ ଯୋଗୁଁ ସୁନା ଦାମ ହ୍ରାସ ହେଉଛି ।

ଗୁରୁବାର ସୁନା ଦାମ 10 ଗ୍ରାମ ପ୍ରତି 322 ଟଙ୍କା କମି 47,135 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏହା ପୂର୍ବ କାରବାରରେ ସୁନା 10 ଗ୍ରାମ ପ୍ରତି 47,457 ଟଙ୍କା ଥିଲା । ସେପଟେ ରୂପା ଦାମ ମଧ୍ୟ କିଲୋ ପ୍ରତି 972 ଟଙ୍କା ହ୍ରାସ ହୋଇ 67,170 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରୂପା ଦାମ ପୂର୍ବ କାରବାର ଦିବସରେ 68,142 ଟଙ୍କାରେ ବନ୍ଦ ହୋଇଥିଲା ।

24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ଦିଲ୍ଲୀରେ ଆଜି 322 ଟଙ୍କା କମିଛି ବୋଲି ଏଚଡିଏଫସି ସିକ୍ୟୁରିଟଜର ବରିଷ୍ଠ ବିଶ୍ଲେଷକ (କମୋଡିଟିସ) ତପନ ପଟେଲ କହିଛନ୍ତି ।

ସେପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 6 ପଇସା ହ୍ରାସ ହୋଇ 72.90 ଟଙ୍କା ରହିଛି । ସେହିଭଳି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 1,825 ଡଲାର ଓ ରୂପା 26.61 ଡଲାର ରହିଛି ।

ABOUT THE AUTHOR

...view details