ଓଡିଶା

odisha

ଚଳିତ ବର୍ଷ 7.2% ବୃଦ୍ଧି ହେବ ଭାରତୀୟ ଅର୍ଥନୀତି: UNCTAD

By

Published : Sep 16, 2021, 7:42 PM IST

ଚଳିତ ବର୍ଷ 7.2% ବୃଦ୍ଧି ହେବ ଭାରତୀୟ ଅର୍ଥନୀତି: UNCTAD
ଚଳିତ ବର୍ଷ 7.2% ବୃଦ୍ଧି ହେବ ଭାରତୀୟ ଅର୍ଥନୀତି: UNCTAD

2021ରେ 7.2 ପ୍ରତିଶତ ବୃଦ୍ଧି ପାଇବ ଭାରତର ଅର୍ଥନୀତି । UNCTAD ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟ 2021ରେ ସୂଚନା । ଅଧିକ ପଢନ୍ତୁ...

ଜେନେଭା:ଚଳିତ ବର୍ଷ 7.2 ପ୍ରତିଶତ ହାରରେ ବୃଦ୍ଧି ପାଇବ ଭାରତୀୟ ଅର୍ଥନୀତି । କିନ୍ତୁ ଆସନ୍ତା ବର୍ଷ ଅର୍ଥାତ୍ 2022ରେ ଆର୍ଥିକ ଅଭିବୃଦ୍ଧିର ଗତି ଧୀମା ହୋଇପାରେ । UNCTAD ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟ 2021ରେ ଏହା କୁହାଯାଇଛି । ରିପୋର୍ଟରେ ଏହାମଧ୍ୟ ଉଲ୍ଲେଖ ରହିଛି କି, ମନୁଷ୍ୟ ଓ ଅର୍ଥନୀତି ଉପରେ କୋଭିଡ-19ର ଛାୟା ଏବଂ ବ୍ୟକ୍ତିଗତ ଉପଭୋଗ ଉପରେ ଫୁଡ୍ ପ୍ରାଇସ ମୁଦ୍ରାସ୍ଫୀତିର ନକାରାତ୍ମକ ପ୍ରଭାବ ପୁନରୁଦ୍ଧାରରେ ବାଧା ସୃଷ୍ଟି କରିଛି ।

ଚଳିତ ବର୍ଷ 7.2% ବୃଦ୍ଧି ହେବ ଭାରତୀୟ ଅର୍ଥନୀତି: UNCTAD

UNCTAD ରିପୋର୍ଟ ଅନୁଯାୟୀ, 2020ରେ ଭାରତୀୟ ଅର୍ଥନୀତି 7 ପ୍ରତିଶତ ସଙ୍କୁଚିତ ହୋଇଥିଲେ ମଧ୍ୟ 2020 ବର୍ଷର ଦ୍ବିତୀୟାର୍ଦ୍ଧର ଗତି ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ସରକାରଙ୍କ ବ୍ୟୟ ଯୋଗୁଁ 2021ର ପ୍ରଥମ ତ୍ରୟ ମାସରେ 1.9 ପ୍ରତିଶତର ଶକ୍ତିଶାଳୀ ଅଭିବୃଦ୍ଧ ହାସଲ କରିଥିଲା । ତେବେ ଚଳିତ ବର୍ଷ ମଧ୍ୟ 7.2 ପ୍ରତିଶତ ଅଭିବୃଦ୍ଧି ନେଇ ଆଶା କରାଯାଉଛି ।

2022ରେ ଆର୍ଥିକ ଅଭିବୃଦ୍ଧି ହାର 6.7 ରହିବ । ଯାହା 2021 ତୁଳନାରେ କମ୍ ହେବ । ହେଲେ 6.7 ପ୍ରତିଶତ ଧୀମା ଅଭିବୃଦ୍ଧ ସତ୍ତ୍ବେ ବି ଭାରତ ଆଗାମୀ ବର୍ଷରେ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ରହିବ ।

ଏହାପୂର୍ବରୁ S&P Global Ratings କହିଥିଲା ଯେ, ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ଦର 9.5 ପ୍ରତିଶତ ରହିବା ନେଇ ଅନୁମାନ ଲଗାଯାଇଛି । ଯେତେବେଳେ କି 2022-23ରେ ଏହା 7 ପ୍ରତିଶତ ରହିପାରେ । S&P Global Ratingsର ନିର୍ଦ୍ଦେଶକଙ୍କ କରିବା କଥା ଭାରତର ଆର୍ଥିକ ନିଅଣ୍ଟ ଏବଂ ଜିଡିପି ମୁକାବିଲାରେ ପାଖାପାଖି 90 ପ୍ରତିଶତ ଋଣକୁ ବିଚାରକୁ ନେଲେ ଆର୍ଥିକ ସ୍ଥିତିକୁ ଅଧିକ ବିଗିଡିବାରୁ ରୋକିବା ଏବଂ କିଛି ମାତ୍ରାରେ ସୁଦୃଢ କରିବା ଲାଗି ବଜାର ମୂଲ୍ୟରେ ଜିଡିପି ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।

ନିକଟରେ ରାଷ୍ଟ୍ରର ମୁଖ୍ୟ ଆର୍ଥିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କରିଥିଲେ ଯେ, ବାହ୍ୟ କ୍ଷେତ୍ରଗୁଡିକ ଭଲ ସ୍ଥିତ ପ୍ରସ୍ତୁତ କରୁଛି । ଫୋରକ୍ସ ସଂରକ୍ଷଣ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ଯୋଗୁଁ ଯୋଗାଣ ସମସ୍ୟା ସତ୍ତ୍ବେ ବୈଶ୍ବିକ ଆର୍ଥିକ ସଙ୍କଟ ତୁଳନାରେ ମୁଦ୍ରାସ୍ଫୀତି ବହୁତ କମ ଥିଲା । ଏଥିସହ ପେଟ୍ରୋଲିୟମ ବ୍ୟବହାର ଏବଂ ଅଟୋ ବିକ୍ରି କ୍ଷେତ୍ରରେ କ୍ରମାଗତ ସୁଧାର ଅର୍ଥବ୍ୟବସ୍ଥା ମହାମାରୀ ପୂର୍ବାବସ୍ଥାକୁ ଫେରୁଥିବାର ସଙ୍କେତ ଦେଉଛି ବୋଲି ସେ କହିଥିଲେ ।

@ANI

ABOUT THE AUTHOR

...view details