ନୂଆଦିଲ୍ଲୀ: ଭାରତରେ ଅଫିସିଆଲି ନାଁ ପରିବର୍ତ୍ତନ କଲା କାର ନିର୍ମାତା କମ୍ପାନୀ କିଆ । ଏଣିକି ଭାରତରେ କିଆର ନାଁ କିଆ ମୋଟର୍ସ ନୁହେଁ ହେଲା କିଆ ଇଣ୍ଡିଆ । ଦକ୍ଷିଣ କୋରିଆର କାର କମ୍ପାନୀ କିଆ ସୋମବାର ଏ ନେଇ ସୂଚନା ଦେଇଛି ।
କମ୍ପାନୀ ନାମରେ ପରିବର୍ତ୍ତନ ଏହାର ନୂତନ ବ୍ରାଣ୍ଡ ପରିଚୟ ସୃଷ୍ଟି କରିବା ପାଇଁ ରହିଥିବା ରଣନୀତିର ଏକ ଅଂଶ । କିଆ ଅନୁଯାୟୀ, ଏହି ପରିବର୍ତ୍ତନ ଦର୍ଶାଉଛି କି ଏହା ଏଭଳି ଏକ କାର କମ୍ପାନୀ ଯାହା କେବଳ ଗାଡିରେ ନିବେଶ କରୁ ନାହିଁ, କେବଳ ସେଗୁଡିକ ଉତ୍ପାଦନ କରେ ନାହିଁ ବରଂ ଅନେକ ସ୍ଥାୟୀ ଗତିଶୀଳ ସମାଧାନ ପ୍ରଦାନ କରେ ।
କମ୍ପାନୀ ଆହୁରୀ ମଧ୍ୟ କହିଛି କି , ବ୍ରାଣ୍ଡ କର୍ପୋରେଟ ମାମଲା ମନ୍ତ୍ରାଳୟର ମଞ୍ଜୁରୀ ପାଇବା ପରେ ଏହାର ପୁରୁଣା ନାଁ ରୁ ‘ ମୋଟର୍ସ’ ଶବ୍ଦକୁ ହଟାଇଦେଇଛି । ଆଉ ଏବେ ଏହା କିଆ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର କର୍ପୋରେଟ ପରିଚୟ ଅଧିନରେ କାମ କରିବ ।
ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଅବସ୍ଥିତ କିଆ ଇଣ୍ଡିଆ ଉତ୍ପାଦନ କାରଖାନାରେ ଏହାର ନୂତନ ଲୋଗୋ ଏବଂ ନାମ ଜାରି କରିଛି । ଏହାର ଡିଲରସିପ୍ ରେ ପର୍ଯ୍ୟାୟକ୍ରମେ ମଧ୍ୟ କରାଯିବ ।
କିୟା ଭାରତରେ ଦେଢ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛି । ଆଉ ଏତେ କମ ସମୟ ମଧ୍ୟରେ ଚତୁର୍ଥ ସର୍ବାଧିକ ବିକ୍ରି ହେଉଥିବା କାର ବ୍ରାଣ୍ଡ ହୋଇପାରିଛି । ଏଥିସହ ଏହା ଦେଶର ଦ୍ରୁତତମ 2,50,000 କାର ବିକ୍ରୟକାରୀ କମ୍ପାନୀ ହୋଇପାରିଛି ।