ଓଡିଶା

odisha

ଜାତୀୟ ଦଳ ଘୋଷଣା କଲେ KCR, ଫୋକସରେ 2024 ସାଧାରଣ ନିର୍ବାଚନ

By

Published : Oct 5, 2022, 3:21 PM IST

ଜାତୀୟ ଦଳ ଲଞ୍ଚ କଲେ କେସିଆର, ଫୋକସରେ 2024 ସାଧାରଣ ନିର୍ବାଚନ

ଜାତୀୟ ଦଳ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (K Chandrasekhar Rao launches national party)। ତେଲେଙ୍ଗାନା ରାଷ୍ଟ୍ର ସମିତି ହେଲା ଭାରତ ରାଷ୍ଟ୍ର ସମିତି । ଦଳୀୟ ବୈଠକରେ ସଙ୍କଳ୍ପ ପାରିତ ହେବା ପରେ ଘୋଷଣା କଲେ କେସିଆର । ଅଧିକ ପଢନ୍ତୁ

ହାଇଦ୍ରବାଦ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ନିଜ ଜାତୀୟ ଦଳ ଘୋଷଣା କରିଛନ୍ତି । ଗତକାଲି ଠାରୁ ସେ ତାଙ୍କ ଦଳର ନାମ ଚୂଡାନ୍ତ କରିସାରିଥିବା ସୂଚନା ମିଳିସାରିଥିବା ବେଳେ ଦଳୀୟ ବୈଠକ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କେସିଆର (K Chandrasekhar Rao launches national party)। ଏଣିକି ତେଲେଙ୍ଗାନାରେ ଶାସନରେ ଥିବା ତାଙ୍କ ଦଳ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏବେ ‘ଭାରତ ରାଷ୍ଟ୍ର ସମିତି’ ଭାବେ ନାମିତ ହୋଇଛି ।

ଜାତୀୟ ଦଳ ଲଞ୍ଚ କଲେ କେସିଆର, ଫୋକସରେ 2024 ସାଧାରଣ ନିର୍ବାଚନ

ଆଜି ଟିଆରଏସ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ୱାମୀ, ତାମିଲନାଡୁ ଭିସିକେ ପାର୍ଟି ସଭାପତି ତଥା ସାଂସଦ ଥିରୁମାଭାଲାଭାନଙ୍କ ସମେତ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ତେବେ ବୈଠକରେ ଦଳର ନାମ ପରିବର୍ତ୍ତନ କରି ତାକୁ ଜାତୀୟ ଦଳରେ ପରିଣତ କରିବା ପାଇଁ ଏକ ସଂଙ୍କଳ୍ପ ଆଗତ ହୋଇଥିଲା । ଦଳର କାର୍ଯ୍ୟକର୍ତ୍ତାଙ୍କ ସହମତିରେ ସଂକଳ୍ପ ପତ୍ର ପାରିତ ହୋଇଥିଲା । ବୈଠକ ପରେ କେସିଆର ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି ।

ଜାତୀୟ ଦଳ ଲଞ୍ଚ କଲେ କେସିଆର, ଫୋକସରେ 2024 ସାଧାରଣ ନିର୍ବାଚନ

ଏହା ମଧ୍ୟ ପଢନ୍ତୁ:-ଚୂଡାନ୍ତ ହେଲା KCRଙ୍କ ଜାତୀୟ ଦଳ: TRS ହେବ BRS, ଆଜି ଅପରାହ୍ନରେ ଆନୁଷ୍ଠାନିକ ଘୋଷଣା

ଗତକାଲି ରାତିରେ କେସିଆର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏକାଧିକ ପ୍ରସ୍ତାବିତ ନାମ ଉପରେ ବିଚାର ବିମର୍ଶ ହେବା ପରେ ଭାରତ ରାଷ୍ଟ୍ର ସମିତି (BRS) ନାମରେ ଜାତୀୟ ଦଳ ଲଞ୍ଚ ହେବା ନେଇ ନିଷ୍ପତ୍ତିରେ ପହଞ୍ଚିଥିଲା ଦଳ । ଜାତୀୟ ଦଳ ହେଉଥିବା କାରଣରୁ ସମସ୍ତ ଭାଷାଭାଷୀ ଲୋକଙ୍କୁ ବୁଝାପଡିବା ପରି ନାମକରଣ କରାଯିବା ନେଇ ଦଳ ପକ୍ଷରୁ ସୂଚନା ମିଳିଥିଲା । ଆଜି ଅପରାହ୍ନରେ ଦଳର ସାଧାରଣ ପରିଷଦ ବୈଠକରେ ଏନେଇ ଏକ ସଙ୍କଳ୍ପ ପାରିତ ହୋଇଥିଲା । କେସିଆରଙ୍କ ପ୍ରସ୍ତାବକୁ 283 ସଦସ୍ୟ ଅନଔପଚାରିକ ଭାବେ ସମର୍ଥନ ଜଣାଇ ସାରିଥିଲେ ।

ଦଳୀୟ ବୈଠକରେ ସଙ୍କଳ୍ପ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ କେସିଆର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ପରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତରେ ଯାଇ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ । ଆଞ୍ଚଳିକ ଦଳରୁ ଜାତୀୟ ଦଳ ଭାବେ ପଞ୍ଜୀକରଣ ପ୍ରକ୍ରିୟା ଓ ଚିହ୍ନ ଆଦି ନେଇ ଏହି ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details