ଓଡିଶା

odisha

New Parliament Building: ରବିବାର ଉଦଘାଟନ, ଜାରି ହେଲା ନିମନ୍ତ୍ରଣ କାର୍ଡ

By

Published : May 23, 2023, 9:24 PM IST

Etv Bharat

ଆଜି ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ନିମନ୍ତ୍ରଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି ସଂସଦ ଭବନକୁ ଉଦଘାଟନ କରିବେ ବୋଲି ସୂଚନା ଦିଆଯାଇଛି । ଉପସ୍ଥିତ ରହିବେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 28 ତାରିଖ (ରବିବାର) ମଧ୍ୟାହ୍ନ 12 ଟାରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏନେଇ ଆଜି ବିଦ୍ଧବଧ ଭାବେ ଲୋକସଭା ସଚିବାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ସହ କାର୍ଯ୍ୟକ୍ରମର ସୂଚୀ ଜାରି କରାଯାଇଛି । ଉଦଘାଟନ ପୂର୍ବରୁ ରବିବାର ସକାଳୁ ପୂଜାର୍ଚନା ଆରମ୍ଭ ହେବ। ଯାହା ଅପରାହ୍ନ ଯାଏ ଚାଲିବ । ସର୍ବଧର୍ମ ମନ୍ତ୍ରଚ୍ଚାରଣ କରାଯିବ । ପରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଆଜି ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ନିମନ୍ତ୍ରଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି ସଂସଦ ଭବନକୁ ଉଦଘାଟନ କରିବେ ବୋଲି ସୂଚନା ଦିଆଯାଇଛି । ଉପସ୍ଥିତ ରହିବେ ଲୋକସଭା ବାଚସ୍ପତି ଓମ ବିର୍ଲା । ସମସ୍ତ ଦଳର ସାଂସଦଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହାସହ ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି ।

ଏହାବି ପଢନ୍ତୁ- UPSC ପରୀକ୍ଷାରେ ଓଡ଼ିଆଙ୍କ ସଫଳତା, ପରିବାରକୁ ଦେଲେ ସଫଳତାର ଶ୍ରେୟ

ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରାୟତଃ 1200 କୋଟି ଖର୍ଚ୍ଚ ହୋଇଛି । ସଂସଦ ଭବନର ଉଭୟ ସଦନରେ ପ୍ରାୟ 1224 ସାଂସଦଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିରେ ବର୍ତ୍ତମାନର ସଂସଦ ଭଳି ସେଣ୍ଟ୍ରାଲ ହଲ ରହିବ ନାହିଁ । ମିଳିତ ଅଧିବେଶନ ବେଳେ ଏକତ୍ର ସମସ୍ତ ସାଂସଦ ବସିପାରିବେ । ନୂଆ ସଂସଦ ଭବନରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ସହ, ମନ୍ତ୍ରୀ ମାନଙ୍କ କାର୍ଯ୍ୟାଳୟ ଦଳର ସଂସଦୀୟ କାର୍ଯ୍ୟାଳୟ ରହିଛି । ସଂସଦ ଭବନରେ ଦେଶର ବିଭିନ୍ନ କଳା ସଂସ୍କୃତିର ଛାପ ଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି ।

ଲୋକସଭା ଓ ରାଜ୍ୟସଭା ପକ୍ଷରୁ 5 ଅଗଷ୍ଟ 2019 ରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି 10 ଡିସେମ୍ବର 2020 ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତ୍ତିପ୍ରସ୍ତର ରଖିଥିଲେ । ଏହାର ନିର୍ମାଣ ପାଇଁ ଟାଟା ପ୍ରଜେକ୍ଟସକୁ ଟେଣ୍ଡର ଦିଆଯାଇଥିଲା । ଟେଣ୍ଡରର ପ୍ରାଥମିକ ମୁଲ୍ୟ 800 କୋଟି ଥିବା ବେଳେ ପରେ ଆବଶ୍ୟକତା ଅନୁସାରେ ଏହା ବୃଦ୍ଧି ପାଇ 1200 କୋଟିରେ ପହଞ୍ଚିଥିଲା ।

ଏହାବି ପଢନ୍ତୁ- Australia: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ବ୍ରିସବେନରେ ଖୋଲିବ ଦୂତାବାସ

ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ କରିବା ନେଇ ଘୋଷଣା ହେବା ପରେ କଂଗ୍ରେସ ଏହାକୁ ନେଇ କଡା ସମାଲୋଚନା କରିଛି । କଂଗ୍ରେସ ଦାବି କରିଛି ସମ୍ବିଧାନର ମୁଖ୍ୟ ହେଛନ୍ତି ରାଷ୍ଟ୍ରପତି । ତେଣୁ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ସଂସଦକୁ ଉଦଘାଟନ କରାଯାଉ । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଗୁଡିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରିବାକୁ ଦାବି କରିଛନ୍ତି । ଏନେଇ ବିଜେପିକୁ ଘେରିବାରେ ଲାଗିଛନ୍ତି । ବିରୋଧୀଙ୍କ ଦାବି ଓ ଅଭିଯୋଗକୁ ନେଇ ବିଜେପି କହିଛି ନୂଆ ସଂସଦ ଭବନ ଉଦଘାଟନକୁ ନେଇ କଂଗ୍ରେସ ଆଧାରହୀନ ରାଜନୀତି କରୁଛି । ଦେଶର ଉପଲବ୍ଧିକୁ କଂଗ୍ରେସ ଗ୍ରହଣ କରିପାରୁନାହିଁ ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ‘‘ କିଛି ଲୋକଙ୍କୁ ପ୍ରତି ପ୍ରସଙ୍ଗରେ ରାଜନୀତି କରିବା ଅଭ୍ୟାସ ହୋଇଯାଇଛି । ଇତିହାସ ଆମକୁ କିଛି ସୁଯୋଗ ଦିଏ ଯାହାକୁ ଆମେ ସମସ୍ତେ ମିଳିତ ଭାବେ ପାଳନ କରିବା ଉଚିତ । ସେହି ଆଧାରରେ ନୂଆ ସଂସଦ ଭବନ ଉଦଘାଟନ ଉତ୍ସବକୁ ସମସ୍ତେ ପାଳନ କରିବା ଉଚିତ ।’’ ମନ୍ତ୍ରୀ ଆହୁରି କହିଛନ୍ତି ଅଗଷ୍ଟ 1975 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦ ଭବନର ଏନେକ୍ସୀ ଉଦଘାଟନ କରିଥିଲେ । 1987 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦ ଭବନର ଲାଇବ୍ରେରୀ ଉଦଘାଟନ କରିଥିଲେ । ଆପଣଙ୍କ (କଂଗ୍ରେସ) ସରକାର ଯଦି ସଂସଦର ସବୁ ଉଦଘାଟନ କରିପାରିବେ, ଆମ ସରକାରର ମୁଖ୍ୟ (ପ୍ରଧାନମନ୍ତ୍ରୀ) କାହିଁକି ଉଦଘାଟନ କରିପାରିବେ ନାହିଁ?

ABOUT THE AUTHOR

...view details