Australia: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ବ୍ରିସବେନରେ ଖୋଲିବ ଦୂତାବାସ

By

Published : May 23, 2023, 5:00 PM IST

thumbnail

ସିଡନୀ: ଅଷ୍ଟ୍ରେଲିଆ ରାଜଧାନୀ ସିଡନୀରେ ପ୍ରବାସୀ ଭାରତୀୟ ସମୂଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ୍ସ ବ୍ୟାଙ୍କ ଆରେନାରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ବହୁବର୍ଷ ଧରି ବ୍ରିସବେନରେ ରହୁଥିବା ପ୍ରବାସୀ ଭାରତୀୟଙ୍କର ଏକ ଦାବି ଥିଲା । ତାହା ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଖୁବଶିଘ୍ର ବ୍ରିସବେନରେ ଏକ ଭାରତୀୟ ଦୂତାବାସ ଖୋଲିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ସୁଦୃଢ ହେଉଛି । ଏହା ପ୍ରତ୍ୟେକ ପ୍ରବାସୀ ଭାରତୀୟଙ୍କୁ ସଶକ୍ତ କରିବ । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଦକ୍ଷତା ଓ କର୍ମ କୁଶଳତା ସହ ସଂସ୍କୃତିକ ମୂଲ୍ୟବୋଧ ମଧ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିଥିଲେ । ପ୍ରବାସୀ ଭାରତୀୟ ପାରମ୍ପରିକ ଭାବେ ଉଭୟଙ୍କୁ ସ୍ବାଗତ କରିବା ସହ ମୋଦି ମୋଦି ନାରାରେ ପୁରା ଷ୍ଟାଡିୟମ କମ୍ପିଥିଲା । ଦେଖନ୍ତୁ ଭିଡିଓ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.