UPSC ପରୀକ୍ଷାରେ ଓଡ଼ିଆଙ୍କ ସଫଳତା, ପରିବାରକୁ ଦେଲେ ସଫଳତାର ଶ୍ରେୟ

By

Published : May 23, 2023, 7:19 PM IST

Updated : May 24, 2023, 12:14 PM IST

thumbnail

ଭୁବନେଶ୍ବର: ପ୍ରକାଶ ପାଇଛି UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ୨୦୨୨ । ଏଥିରେ ସର୍ବଭାରତୀୟ ସ୍ତରରେ ଈଶିତା କିଶୋର ଟପ୍ପର ହୋଇଥିବା ବେଳେ ଅନେକ ଓଡ଼ିଆ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି କୃତି ଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବବର୍ଷ OAS ଟପ୍ପର ହୋଇଥିବା ତେଜସ୍ବିନୀ, ଆୟୂଷୀ ପ୍ରଧାନ ଓ କସ୍ତୁରୀ ପଣ୍ଡାଙ୍କ ଭଳି ଅନେକ ଓଡ଼ିଆ ଛାତ୍ରଛାତ୍ରୀ । ଏମାନେ ୟୁପିଏସି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ୩୩୪ ରାଙ୍କଧାରୀ ଆୟୂଷୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଗତ ୨ବର୍ଷ ଧରି କଠିନ ପରିଶ୍ରମ କରିଆସୁଥିଲେ । ପ୍ରଥମ ପ୍ରଚେଷ୍ଟାରେ ସେ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଥିଲେ । ତେବେ ସେ ଆଉ ଥରେ ପରୀକ୍ଷା ଦେବେ ବୋଲି କହିଛନ୍ତି । ସେପଟେ ୫୧୬ ରାଙ୍କଧାରୀ ତେଜସ୍ବିନୀ ପ୍ରଧାନ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ପରିବାର ଲୋକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଆଗକୁ ଆହୁରି ଭଳି ରାଙ୍କ ରଖିବା ଲାଗି ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ସୂଚନା ଥାଉ କି ଚଳିତ ବର୍ଷ ମୋଟ ୯୩୩ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର 

Last Updated : May 24, 2023, 12:14 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.