ଓଡିଶା

odisha

Indian Army Day 2022: ବୀର ଯବାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

By

Published : Jan 15, 2022, 10:23 AM IST

Updated : Jan 15, 2022, 12:37 PM IST

ଆଜି ୭୪ତମ ଆର୍ମି ଡେ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ୭୪ତମ ଆର୍ମି ଡେ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ()

ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା ଆର୍ମି ଡେ (Army Day2022) । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ:ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା 'ଆର୍ମି ଡେ' (Army Day2022) । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଏନେଇ ଆଜି ସ୍ଥଳସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଆମର ସାହାସୀ ସୈନିକ ଓ ସେମାନଙ୍କ ପରିବାରର୍ଗଙ୍କୁ ସେନା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା ।

ଭାରତୀୟ ସେନା ନିଜର ସାହସିକତା ଓ ନିଜର ବୃତ୍ତିକୁ ନେଇ ଜଣାଶୁଣା । ଜାତୀୟ ନିରାପତ୍ତା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନ ରହିଛି । ଯାହା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ସେନା ଦିବସ ଅବସରରେ ଅନେକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବିକ ସଙ୍କଟ ସମୟରେ ମଧ୍ୟ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ଭାରତୀୟ ସେନାର ଏଭଳି କାର୍ଯ୍ୟ ପାଇଁ ଆଜି ଦେଶ ଗର୍ବିତ ।

ସେହିପରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତୀୟ ସେନା ପାଇଁ ଆମ ଦେଶ ଗର୍ବିତ ବୋଲି ରାଜନାଥ ଟ୍ବିଟ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ବିଟ କରି ବୀର ସୈନ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ସୁରକ୍ଷାରେ ସୈନିକଙ୍କ ନିଃସ୍ବାର୍ଥପର ସେବା ଓ ପ୍ରତିବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସ୍ଥଳସେନାର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନାର ମହାନ କାର୍ଯ୍ୟ ପାଇଁ ଆଜି ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଆଜି ସ୍ଥଳସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଜୀବନ ଦେଇଥିବା ସାହାସୀ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Last Updated :Jan 15, 2022, 12:37 PM IST

ABOUT THE AUTHOR

...view details