ETV Bharat / bharat

ଘରେ ଫୁଟିଲା ପାର୍ସଲ ବୋମା; ବାପା-ଝିଅ ମୃତ, ୨ ନାବାଳିକା ଗୁରୁତର - PARCEL BOMB BLAST

author img

By ETV Bharat Odisha Team

Published : May 2, 2024, 11:07 PM IST

online parcel blast father daughter died
online parcel blast father daughter died (etv bharat)

online parcel blast father daughter died: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଦିଆଯାଇଥିବା ପାର୍ସଲ ବୋମା ଫୁଟି ବାପା ଝିଅଙ୍କ ମୃତ୍ୟୁ । ସେହିପରି ଅନ୍ୟ ୨ ନାବାଳିକା ଝିଅଙ୍କର ସ୍ବାସ୍ଥ୍ଯାବସ୍ଥା ଗୁରୁତର । ଅଧିକ ପଢନ୍ତୁ

ଗାନ୍ଧୀନଗର: ଘରେ ଆସିଥିବା ପାର୍ସଲ ବୋମା ଫୁଟି ବାପା ଓ ଝିଅ ମୃତ । ସୂଚନାଯୋଗ୍ୟ ଯେ ସାବରକାଣ୍ଠାର ବଡାଲି ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର ବଞ୍ଜାରାଙ୍କ ପରିବାର ସହ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଦ୍ବିପହର ସମୟରେ ଜଣେ ଅଜ୍ଞାତ ରିକ୍ସା ଚାଳକ ବଡାଲି ଅଞ୍ଚଳର ବେଡା ଗାଁରେ ଥିବା ଜିତେନ୍ଦ୍ରଙ୍କ ଘରେ ଏକ ପାର୍ସଲ ଆଣି ଦେଇଥିଲେ । ଜିତେନ୍ଦ୍ର ଘର ମଧ୍ୟରେ ପାର୍ସଲକୁ ଖୋଲିବା ସମୟରେ ଆଖପାଖରେ ତାଙ୍କ ତିନି ଛୋଟ ଝିଅ ମାନେ ଘେରି ଯାଇଥିଲେ । ପାର୍ସଲଟିକୁ ଖୋଲିବା ମାତ୍ରେ ହଠାତ୍ ଏକ ଭୟଙ୍କର ଶବ୍ଦ ସହିତ ବଡଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ କାରଣରୁ ଜିତେନ୍ଦ୍ରଙ୍କ ସମେତ ତାଙ୍କ ୯ ବର୍ଷର ଝିଅ ଭୂମିକା ବଞ୍ଜାରାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ସହିତ ଅନ୍ୟ ୨ ନାବାଳିକା ଝିଅ ମାନେ ଗମ୍ଭୀର ଭାବେ ଜଳି ଯାଇଛନ୍ତି । ୨ ଭଉଣୀଙ୍କୁ ଚିକିତ୍ସା ପାଇଁ ହିମତନଗର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ଥିତି ଉଦବେଗଜନକ ଅଛି । ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ସୃଷ୍ଟି ହେବା ସହ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଧମକ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ - BOMB THREAT IN SCHOOL

ଗୁରୁତର ଭାବେ ଆହତ ହୋଇଥିବା ୨ ନାବାଳିକା ଭଉଣୀ ମାନଙ୍କ ଏକ୍ସରେ ରିପୋର୍ଟରେ ସେମାନଙ୍କ ଶରୀରରେ ଲୁହାର ଖଣ୍ଡ ବିଶେଷ ରହିଥିବାର ଦେଖାଯାଇଛି । ଯାହା ଏହି ଦୁର୍ଘଟଣାରେ ଦେଶୀ ବୋମାର ବ୍ୟବହାର ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କ ଥିଲା ଯେ ପ୍ରାୟ ଏକ କିଲୋମିଟର ଯାଏଁ ଏହା ଶୁଣାଯାଇଥିଲା । ସାବରକାଣ୍ଠା ଜିଲ୍ଲା ପୋଲିସ ସହିତ ଏଲସିବି ଓ ଏଫଏସଏଲ ର ଟିମ୍ ଘଟଣାର ଯାଞ୍ଚ କରୁଛନ୍ତି ।

ମୃତ ଜିତେନ୍ଦ୍ରଙ୍କ ଭାଇ ରବିନ୍ଦ୍ର ବଞ୍ଜାରା କହିଛନ୍ତି ଯେ, ' ମୋ ଭାଇକୁ ଏହି ପାର୍ସଲ ଜଣେ ଅଜଣା ରିକ୍ସାବାଲା ଆଣିକି ଦେଇଥିଲେ । ଏହା ଏକ ଷଡ଼ଯନ୍ତ୍ର ଯେଉଁଥିରେ ମୋ ବଡ଼ ଭାଇ ଓ ଝିଆରୀଙ୍କ ମୃତ୍ୟୁ ହୋଇସାରିଛି । ଅନ୍ୟ ୨ ଝିଆରୀ ମାନେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।' ସେହିପରି ହସ୍ପିଟାଲର ପ୍ରଭାରୀ ଡାକ୍ତର ଆରଏମଓ ବିପୁଲ ଜାନି କହିଛନ୍ତି ଯେ, ' ଆମ ପାଖକୁ ୩ ଜଣ ନାବାଳିକା ଗୁରୁତର ଭାବେ ଆହତ ହୋଇ ଆସିଥିଲେ । ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହିମତ ନଗର ହସ୍ପିଟାଲକୁ ପଠାଯାଇଛି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.