ETV Bharat / bharat

2ଚର୍ଚ୍ଚିତ ଆସନରେ ପ୍ରାର୍ଥୀ ଦେଲା ବିଜେପି; ବ୍ରିଜଭୂଷଣଙ୍କ ସ୍ଥାନରେ ପୁଅକୁ ଟିକଟ, ରାୟବରେଲିରୁ ଦିନେଶ ସିଂହ - BJP MP candidates Announced

author img

By ETV Bharat Odisha Team

Published : May 2, 2024, 9:02 PM IST

୨ ଚର୍ଚ୍ଚିତ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା: କୈସରଗଞ୍ଜରୁ ଲଢିବେ ବ୍ରିଜ ଭୂଷଣଙ୍କ ପୁଅ କରନ ଭୂଷଣ, ରାୟବରେଲୀରୁ ପୁଣି ଦିନେଶ ପ୍ରତାପ ସିଂ
୨ ଚର୍ଚ୍ଚିତ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା: କୈସରଗଞ୍ଜରୁ ଲଢିବେ ବ୍ରିଜ ଭୂଷଣଙ୍କ ପୁଅ କରନ ଭୂଷଣ, ରାୟବରେଲୀରୁ ପୁଣି ଦିନେଶ ପ୍ରତାପ ସିଂ (Etv Bharat)

BJP MP candidates Announced: କୈସରଗଞ୍ଜରୁ ବିବାଦୀୟ ସାଂସଦ ବ୍ରିଜଭୂଷଣ ସିଂଙ୍କ ବଦଳରେ ପୁଅ କରନ ଭୂଷଣ ସିଂଙ୍କୁ ବିଜେପି ଦେଇଛି ଟିକଟ । ରାୟବରେଲିରେ ପୁଣି ଦଳ ଦେଖାଇଲା ଦିନେଶ ପ୍ରତାପ ସିଂଙ୍କ ଉପରେ ବିଶ୍ବାସ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବହୁ ଚର୍ଚ୍ଚିତ ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । କୈସରଗଞ୍ଜରୁ ବିବାଦୀୟ ସାଂସଦ ବ୍ରିଜଭୂଷଣ ସିଂଙ୍କ ଟିକଟ କଟାଯାଇ ତାଙ୍କ ସାନପୁଅ କରନ ଭୂଷଣ ସିଂଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ କୈସରଗଞ୍ଜ ପାଇଁ ବ୍ରିଜ ଭୂଷଣଙ୍କ ପରିବାରରୁ ଟିକଟ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା, ଯାହା ଆଜି ସତ ସାବ୍ୟସ୍ତ ହୋଇଛି । ସେହିପରି ରାୟବରେଲି ପାଇଁ ପୁଣି ଥରେ ଦିନେଶ ପ୍ରତାପ ସିଂଙ୍କୁ ବିଜେପି ଟିକଟ ଦେଇଛି । ଗତ ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ କଡା ଟକ୍କର ଦେଇଥିଲେ ଦିନେଶ ପ୍ରତାପ ସିଂ ।

ଏହା ମଧ୍ୟ ପଢନ୍ତୁ .... 'ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’ - Brij Bhushan

ଉତ୍ତର ପ୍ରଦେଶର କୁସ୍ତି ସଂଘର ଅଧ୍ୟକ୍ଷ ଥିବା ବ୍ରିଜ ଭୂଷଣଙ୍କ ନାଁ ରେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା । ବିଶ୍ବସ୍ତ ସୂତ୍ର ଅନୁସାରେ ଆଜି ସକାଳ ୮. ୩୦ ସମୟରେ ବ୍ରିଜ ଭୂଷଣଙ୍କୁ ପାର୍ଟି ପକ୍ଷରୁ ଫୋନ କରାଯାଇ ବଡ ପୁଅ ପ୍ରତୀକ ଭୂଷଣଙ୍କୁ ଟିକଟ ଦିଆଯିବାକୁ ନେଇ ପଚରାଯାଇଥିଲା । କିନ୍ତୁ ବ୍ରିଜ ଭୂଷଣ ଏହାକୁ ମନା କରିବା ପରେ ସାନ ପୁଅକୁ ଟିକଟ ଦେବା ନେଇ ଆଲୋଚନା ହୋଇଥିଲା ଓ ଶେଷରେ ସେ ସହମତି ମଧ୍ୟ ପ୍ରକାଶ କରିଥିଲେ । ସେହିଭଳି ରାୟବରେଲିରେ ଏ ଯାଏଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ୫,୩୪,୯୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏଥରର ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂଙ୍କୁ ୩,୬୭,୭୪୦ ଖଣ୍ଡ ଭୋଟ ମିଲିଥିଲା ।

ସୂଚନା ଯୋଗ୍ୟ ଯେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଥିବା ବ୍ରିଜଭୂଷଣଙ୍କ ବିରୋଧରେ ଏକାଧିକ ମହିଳା କୁସ୍ତିଯୋଦ୍ଧା ଯୌନନିର୍ଯାତନା ଅଭିଯୋଗ ଆଣିଥିଲେ । ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ମଧ୍ୟ ଜାରି ରହିଛି । ମାତ୍ର ତମାମ ବିବାଦ ଓ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରଦର୍ଶନ ସତ୍ତ୍ବେ ମଧ୍ୟ ବ୍ରିଜଭୂଷଣ ତାଙ୍କ ନିୟମିତ କାର୍ଯ୍ୟକାଳ ଶେଷ ନହେବା ଯାଏ, କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇନଥିଲେ । ତାଙ୍କ କାର୍ଯ୍ୟକାଳ ପରେ ତାଙ୍କର ଜଣେ ଅନୁଗତ ସଂଘ ସଭାପତି ଭାବେ ନିର୍ବାଚିତ ହେବା କାରଣରୁ ପୁଣି ଅସନ୍ତୋଷ ଦେଖାଯାଇଥିଲା । ମେ’ 20 ତାରିଖରେ ପଞ୍ଚମ ପର୍ଯ୍ୟାୟରେ କୈସରଗଞ୍ଜ ଆସନରେ ଭୋଟିଂ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.