ETV Bharat / politics

‘ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’ - Brij Bhushan

author img

By ETV Bharat Odisha Team

Published : Apr 25, 2024, 11:48 AM IST

Brij Bhushan hints contes again: ବିବାଦ ସତ୍ତ୍ବେ ମଧ୍ୟ ନିର୍ବାଚନ ଲଢିବାକୁ ଦୃଢ ଦାବିଦାରୀ ଦେଖାଇଲେ ବ୍ରିଜଭୂଷଣ । କହିଲେ, ସେ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ । ଲଢିବାର 99.9 ପ୍ରତିଶତ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

‘ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’
‘ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’

ଲକ୍ଷ୍ନୌ: ଚଳିତଥର 370 ପାର ଲକ୍ଷ୍ୟ ନେଇ ନିର୍ବାଚନ ଲଢୁଥିବା ବିଜେପି ବିବାଦ ଓ ଅନ୍ୟ କାରଣରୁ ଏକାଧିକ ବରିଷ୍ଠ ନେତାଙ୍କୁ ଏଥର ନିର୍ବାଚନୀ ମୈଦାନରୁ ଦୂରରେ ରଖିଛି । ତେବେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବିବାଦୀୟ ହୋଇପଡିଥିବା ଉତ୍ତର ପ୍ରଦେଶରେ ଦଳର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ କ୍ଷେତ୍ରରେ ଦଳ କ’ଣ ନିଷ୍ପତ୍ତି ନେବ ସେନେଇ ସନ୍ଦେହ ଲାଗି ରହିଛି । ବିଜେପି ଏପର୍ଯ୍ୟନ୍ତ କୈସରଗଞ୍ଜ ଆସନରେ ପ୍ରାର୍ଥୀ ଘୋଷଣା କରିନି । ମାତ୍ର ବ୍ରିଜଭୂଷଣ ଶରଣ ସିଂ ନିଜ ଦାବିଦାରୀ ନେଇ ଦମ୍ଭ ଦେଖାଇଛନ୍ତି । ସେ ଜଣେ ଦୃଢ ପ୍ରାର୍ଥୀ ଓ ତାଙ୍କର ଚଳିତଥର ସେ ହିଁ ନିର୍ବାଚନ ଲଢିବାର ପ୍ରାୟ 99.99 ପ୍ରତିଶତ ସମ୍ଭାବନା ରହିଛି ବୋଲି ବ୍ରିଜଭୂଷଣ କରିଛନ୍ତି ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବ୍ରିଜଭୂଷଣ କହିଛନ୍ତି, ସେ ଏପର୍ଯ୍ୟନ୍ତ ପ୍ରାର୍ଥୀ ହୋଇନାହାନ୍ତି । ମାତ୍ର ସେ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ସେ ଜଣେ ଦୃଢ ବ୍ୟକ୍ତି । ତାଙ୍କର ପ୍ରାର୍ଥୀ ହେବାର 99.9 ପ୍ରତିଶତ ସମ୍ଭାବନା ରହିଛି । ଗତଥର ଏହି ଆସନର ଲୋକେ ତାଙ୍କୁ 2ଲକ୍ଷ ଭୋଟ ବ୍ଯବଧାନରେ ବଜୟୀ କରାଇଥିଲେ । ଏଥର ଏହି ବ୍ୟବଧାନ 5ଲକ୍ଷ ହେବ ବୋଲି ଲୋକ କହିବା ଆରମ୍ଭ କଲେଣି । ଏହି ଆସନରେ କେବଳ ଭାରତୀୟ ଜନତା ପାର୍ଟି ହିଁ ବିଜୟୀ ହେବ । ମତଦାନର ମାତ୍ର ଏକ ଘଣ୍ଟା ପୂର୍ବରୁ ବିଜେପି ପ୍ରାର୍ଥୀ ଘୋଷଣା କଲେ ମଧ୍ୟ ଲୋକେ ବହୁସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଦମ୍ଭ ଦେଖାଇଛନ୍ତି ବ୍ରିଜଭୂଷଣ ।

ମେ’ 20 ତାରିଖରେ ପଞ୍ଜମ ପର୍ଯ୍ୟାୟରେ ଏହି ଆସନରେ ଭୋଟିଂ ହେବାକୁ ଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଏହି ବିଳମ୍ବ ହିଁ ବିବାଦୀୟ ବ୍ରିଜଭୂଷଣଙ୍କ ସ୍ଥାନରେ ଦଳ ବିକଳ୍ପ ଚେହେରା ବାଛିବା ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ବ୍ରିଜଭୂଷଣ କିନ୍ତୁ ନିଜ ପତିଆରା ବଜାୟ ରଖି ପୁଣି ଥରେ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଦମ୍ଭ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବିଜେପିରେ ଟିକେଟ କନ୍ଦଳ ! ଜୟଦେବରେ ସ୍ବାଧୀନ ଲଢି ଅରବିନ୍ଦଙ୍କ ପାଇଁ ଅଡୁଆ ବଢାଇପାରନ୍ତି ସତ୍ୟପ୍ରିୟ - Jayadev constituency

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଥିବା ବ୍ରିଜଭୂଷଣଙ୍କ ବିରୋଧରେ ଏକାଧିକ ମହିଳା କୁସ୍ତିଯୋଦ୍ଧା ଯୌନନିର୍ଯାତନା ଅଭିଯୋଗ ଆଣିଥିଲେ । ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ମଧ୍ୟ ଜାରି ରହିଛି । ମାତ୍ର ତମାମ ବିବାଦ ଓ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରଦର୍ଶନ ସତ୍ତ୍ବେ ମଧ୍ୟ ବ୍ରିଜଭୂଷଣ ତାଙ୍କ ନିୟମିତ କାର୍ଯ୍ୟକାଳ ଶେଷ ନହେବା ଯାଏ, କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇନଥିଲେ । ତାଙ୍କ କାର୍ଯ୍ୟକାଳ ପରେ ତାଙ୍କର ଜଣେ ଅନୁଗତ ସଂଘ ସଭାପତି ଭାବେ ନିର୍ବାଚିତ ହେବା କାରଣରୁ ପୁଣି ଅସନ୍ତୋଷ ଦେଖାଯାଇଥିଲା । ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏହି ନିର୍ବାଚିତ ମହାସଂଘକୁ ଭଙ୍ଗ କରିଦେଇଥିଲା । ହେଲେ ଏହି ବିବାଦ କାରଣରୁ ବ୍ରିଜଭୂଷଣଙ୍କ ପ୍ରାର୍ଥିତ୍ବ ଏବେ ସନ୍ଦେହ ଘେରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.