ETV Bharat / bharat

ମେ ୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - HOROSCOPE

author img

By ETV Bharat Odisha Team

Published : May 3, 2024, 12:00 AM IST

ମେ ୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (Etv Bharat Odisha)

Horoscope of 3rd may 2024: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜି ଅନେକ ସାମାଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ । ବଣଭୋଜି ଅଥବା ଦର୍ଶନୀୟ ସ୍ଥଳ ପରିଦର୍ଶନରେ ଯିବେ । କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି । ସନ୍ତାନ ମଧ୍ୟ ଅନେକ ସାହାଯ୍ୟ କରିବେ । ଖର୍ଚ୍ଚାନ୍ତର ବଢିପାରେ । ଏଣୁ ଜଗିରଖି ଚଳନ୍ତୁ ।

ବୃଷ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ତଥା ବାଃ ବାଃ ପାଇବା ପାଇଁ ଆଗେଇବେ । ବିବାହିତ ଲୋକଙ୍କ ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବ ।

ମିଥୁନ: ଆଜିର ଦିନଟି ମଧ୍ୟମଧରଣର ରହିବ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା କରି ଏପରି କିଛି କରନ୍ତୁ ଯା’ ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ । କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ମିଳିବ ନାହିଁ । ଏଣୁ ସତର୍କ ରୁହନ୍ତୁ ।

କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।

ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ ।

କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ। ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତି କରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ । ଖର୍ଚ୍ଚର ପରିମାଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଣ ଫଳ ଦେଇପାରେ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ। ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି ।

ବିଛା: ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ଅସୁସ୍ଥତା କାରଣରୁ ମନ ଭଲ ରହିବ ନାହିଁ । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ ।

ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।

ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହିନ ବ୍ୟବହାର ପ୍ରତି ସତର୍କ ନ ରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ ।

କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁ ଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି ।

ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.