ଓଡିଶା

odisha

ଗୁଜୁରାଟରେ କଂଗ୍ରେସର ଖେଳ ବିଗାଡିଲା ଆପ୍‌: ପି ଚିଦାମ୍ବରମ

By

Published : Dec 12, 2022, 12:05 PM IST

ଗୁଜୁରାଟରେ କଂଗ୍ରେସର ପରାଜୟକୁ ନେଇ ଆପ୍‌କୁ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ(Senior Congress leader P Chidambaram) କଟାକ୍ଷ । ଉତ୍ତରାଖଣ୍ଡ, ଗୋଆ ପରି ଗୁଜୁରାଟରେ ବି ଆପ୍‌ ଖେଳ ବିଗାଡିଦେଲା କହିଲେ ଚିଦାମ୍ବରମ । ଅଧିକ ପଢନ୍ତୁ

p-chidambaram-reaction-on-congress-performance-in-gujarat-assembly-election
ପି ଚିତାମ୍ବରମପି ଚିତାମ୍ବରମପି ଚିତାମ୍ବରମଗୁଜୁରାଟରେ କଂଗ୍ରେସର ଖେଳ ବିଗାଡିଲା ଆପ୍‌: ପି ଚିଦାମ୍ବରମ

ନୂଆଦିଲ୍ଲୀ: ଗୁଜୁରାଟରେ ବିଜେପିର ବିପୁଳ ବିଜୟ ପରେ ରବିବାର ଦିନ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ (Senior Congress leader P Chidambaram) । ଆପ୍‌ ଉତ୍ତରାଖଣ୍ଡ ଏବଂ ଗୋଆ ପରି ଗୁଜୁରାଟରେ ପଶି ଖେଳ ବିଗାଡି ଦେଇଛି । ଆପ୍‌ ଯୋଗୁଁ ଗୁଜୁରାଟରେ କଂଗ୍ରେସ ଯେତିକି ଆସନ ପାଇବା କଥା ପାଇଲା ନାହିଁ । ରବିବାର ଦିନ କଂଗ୍ରେସ ନେତା ପି ଚିତାମ୍ବରମ କହିଛନ୍ତି, "ପାର୍ଟିର ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଛଡା ଅନ୍ୟ କେଉଁଠି ବିଶେଷ ଦଖଲ କରିନାହିଁ । ଆପ୍‌ ପାଇଁ ଗୁଜୁରାଟରେ କଂଗ୍ରେସର ଏହି ଅବସ୍ଥା । "

ଏହା ମଧ୍ୟ ପଢନ୍ତୁ: କିନ୍ନରଙ୍କୁ ମନା ରାସ୍ତା କଡ ! ଠିଆ ହେବେନି କି ଠାର ଦେଖାଇବେନି

ସେ ଆହୁରି ମଧ୍ୟ କହିଛନ୍ତି,"ଗୁଜରାଟ ପରାଜୟରୁ କଂଗ୍ରେସକୁ କିଛି ଶିଖିବା ଆବଶ୍ୟକ ରହିଛି । ବିପକ୍ଷ ଦଳ ସହ ଜୋରଦାର ଲଢେଇ ସମୟରେ ନୀରବ ପ୍ରଚାରର କୌଣସି ମୂଲ୍ୟ ନାହିଁ ବୋଲି ମୁଁ ବିଶ୍ବାସ କରୁଛି । ଆପ୍‌ ଆଗରୁ ଗୋଆ ଏବଂ ଉତ୍ତରାଖଣ୍ଡରେ ଯାହା କରିଥିଲା, ଗୁଜରାଟରେ ବି ତାହା ହିଁ କରିଲା । ଆପ୍‌ର ଏଣ୍ଟ୍ରି ଯୋଗୁଁ କଂଗ୍ରେସର ଖେଳ ବିଗିଡି ଗଲା ଯାହା ବିଜେପିକୁ ଆଗକୁ ବଢିବାରେ ସହାୟକ ହେଲା । ବିଜେପି ଗୁଜରାଟରେ ହିଁ ଜିତିଲା କିନ୍ତୁ ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀ ପୌର ନିର୍ବାଚନରେ ହାରିଲା । ଏହା ବିଜେପି ପାଇଁ ଏକ ବଡ଼ ଧକ୍କା ହୋଇଥିବା ବେଳେ ଗୁଜରାଟ ଫଳାଫଳ କଂଗ୍ରେସ ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି ।"

ଦଳର ପରାଜୟ ବିଷୟରେ ଚିଦାମ୍ବରମ କହିଛନ୍ତି ଯେ, ନିର୍ବାଚନୀ ରଣନୀତିରେ ତାଙ୍କର ପୂର୍ଣ୍ଣ ମାତ୍ରାରେ ସହଯୋଗ ଲୋଡ଼ା ଯାଇନଥିଲା । କଂଗ୍ରେସ ବିଶ୍ବାସ ରଖିଥିଲା ଯେ, ଗୁଜୁରାଟରେ ଅଧିକ ଭୋଟ ପାଇବନି, ତେଣୁ ସେପ୍ରକାର ପ୍ରଚାର ମଧ୍ୟ କଲା ନାହିଁ । କିନ୍ତୁ ଯେକୌଣସି ନିର୍ବାଚନରେ ମଧ୍ୟ ପୁରା ଦମ ଦେଖାଇବା ଆବଶ୍ୟକ । ଗୁଜୁରାଟରେ ଆପ ୫ଟି ଆସନରେ ୧୩ ପ୍ରତିଶତ ଭୋଟ ପାଇଥିଲା । କଂଗ୍ରେସ ୧୭ଟି ଆସନ, ସ୍ବାଧୀନ ୩ଟି, ବିଜେପି ୧୫୬ଟି ଆସନରେ ବିଜୟୀ ହୋଇଥିଲା । ଆପ ପାଇଁ କଂଗ୍ରେସର ଭୋଟ ବିଭାଜନ ହୋଇଗଲା । 33ଟି ଆସନରେ କଂଗ୍ରେସର ଜିତିବା ସମ୍ଭାବନାକୁ ମଉଳାଇଦେଲା ।

ABOUT THE AUTHOR

...view details