ETV Bharat / state

କିନ୍ନରଙ୍କୁ ମନା ରାସ୍ତା କଡ ! ଠିଆ ହେବେନି କି ଠାର ଦେଖାଇବେନି

author img

By

Published : Dec 12, 2022, 7:28 AM IST

ହକି ବିଶ୍ବକପକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ବିଳମ୍ବିତ ରାତିରେ ରାସ୍ତାରେ ଛିଡା ହେଉଥିବା କିନ୍ନରଙ୍କ ଉପରେ ଲାଗିଲା କଟକଣା । ଅଧିକ ପଢନ୍ତୁ

କିନ୍ନରଙ୍କୁ ମନା ରାସ୍ତା କଡ
କିନ୍ନରଙ୍କୁ ମନା ରାସ୍ତା କଡ

ଭୁବନେଶ୍ବର: ଆଉ ରାସ୍ତା ଉପରେ ଛିଡା ହୋଇପାରିବେ ନାହିଁ କିନ୍ନର । ବିଳମ୍ବିତ ରାତିରେ ସଜେଇ ହୋଇ ରାସ୍ତା କଡ଼ରେ କରିବେ ନାହିଁ ହରକତ । ଆଉ ରାସ୍ତା ଉପରେ ଠିଆ ହେବେନି କିନ୍ନର । ସଜେଇ ହୋଇ ରାସ୍ତା କଡ଼ରେ କରିବେ ନାହିଁ ହରକତ । ଲୋକଙ୍କୁ ମାଗିବେ ନାହିଁ ଟଙ୍କା କି ଦେଖିବାକୁ ମିଳିବନି ଏଭଳି ଦୃଶ୍ୟ । କିନ୍ନରଙ୍କ ଉପରେ ଏପରି କଟକଣା ଲଗାଇ ଏଥି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଆଗକୁ ଓଡ଼ିଶାରେ ହକି ବିଶ୍ବକପ(FIH Hockey WC 2023) ଆୟୋଜନ ହେବାକୁ ଯାଉଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଓ ସହରର ରାସ୍ତା କଡର ଶୋଭାକୁ ଖରାପ ନକରିବାକୁ ଏଭଳି ପଦକ୍ଷେପ ନେଇଛି ପୋଲିସ ।

କାରଣ ଅନେକ ସମୟରେ କିନ୍ନର ମାନେ ରାସ୍ତା ଉପରେ ବୁଲି ବୁଲି ଟଙ୍କା ମାଗିବାର ଅଭିଯୋଗ ଆସେ । ଯାହାକି ଅନେକ ସମୟରେ ଅନ୍ଧାର ରାତିରେ ମଧ୍ୟ ଦେହ ଲାଳସା ଦେଖାଇ ଲୁଟପାଟର ନଜିର ମଧ୍ୟ ପୂର୍ବରୁ ରହିଛି । ତେବେ ହକି ବିଶ୍ବକପ୍ ସମୟରେ ସେଭଳି କୌଣସି ଅଭିଯୋଗ ବା ସହର ସୌନ୍ଦର୍ଯ୍ୟରେ ବାଧକ ସୃଷ୍ଟି ନକରିବାକୁ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

କେବଳ କିନ୍ନର ନୁହେଁ ରାସ୍ତା ଉପରେ ଭିକ୍ଷାବୃତ୍ତି ବା ରାସ୍ତା ଉପରେ ଛୋଟ ଛୋଟ ଜିନିଷ ବିକ୍ରି କରୁଥିବା ଲୋକେ ମଧ୍ୟ ରହିବେ ନାହିଁ । ଏନେଇ ସମସ୍ତ ଥାନା ସ୍ତରରେ ସହ ଏକ ସ୍ପେଶାଲ ଟିମ୍ ଗଠନ କରି ଏ ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି। ୨୦୨୩ରେ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ହେଉଥିବାରୁ ସଜେଇ ହେଉଛି ରାଜଧାନୀ । ଭୁବନେଶ୍ବରକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ ରାଉରକେଲାର ହକି ଷ୍ଟାଡିୟମରେ ଖେଳ ହେବା ନେଇ ନିର୍ଦ୍ଧାରିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର

କ୍ରମାଗତ ଦ୍ବିତୀୟ ଥର ପାଇଁ ଓଡି଼ଶା ସରକାର ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଆସନ୍ତାବର୍ଷ(୨୦୨୩) ଜାନୁଆରୀରେ ହେବାକୁ ଥିବା FIH ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଓଡି଼ଶା ସରକାର ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅନୁମାନ କରାଯାଉଛି । ଗତଥର ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ବକପ ଆୟୋଜନ ପାଇଁ କେବଳ ୬୬.୭୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ମାତ୍ର ଏଥର ଖର୍ଚ୍ଚ ପରିମାଣ ପ୍ରାୟ ୧୬ ଗୁଣା ବୃଦ୍ଧି କରି ୧,୦୯୮.୪୦ କୋଟି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.