ଓଡିଶା

odisha

‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’

By

Published : May 25, 2023, 9:45 PM IST

‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’
‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’ ()

ଉଦ୍ଧବଙ୍କ ପରେ ଶରଦ ପାଓ୍ବାର ଦେଲେ କେଜ୍ରିଓ୍ବାଲଙ୍କୁ ବଳ । କେଜ୍ରିଓ୍ବାଲ କହିଲେ, ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ । ସମ୍ବିଧାନର ରକ୍ଷା ପାଇଁ ସମସ୍ତ ଅଣ ବିଜେପି ଦଳ ଏକାଠି ହେବା ଉଚିତ । ଅଧିକ ପଢନ୍ତୁ

ମୁମ୍ବାଇ:ଯଦି ବିରୋଧୀ ଦଳ ଏକାଠି ହେବେ, ତେବେ ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଉଚ୍ଚ ସଦନ (ରାଜ୍ୟସଭା)ରେ ପାରିତ ହୋଇନପାରି କାଟ ଖାଇବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି (ଗୁରୁବାର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିବା ପରେ ପ୍ରେସମିଟ କରି ଏହା କହିଛନ୍ତି ଆପ ମୁଖ୍ୟ । ମୁମ୍ବାଇ ଗସ୍ତର ଦ୍ବିତୀୟ ଦିନରେ ଆଜି ପାଓ୍ବାରଙ୍କ ସହ ଆଲୋଚନା ହେବା ପରେ ଏକ ପ୍ରେସମିଟରେ ଶରଦ ପାଓ୍ବାରଙ୍କ ସହ ଆପ ଟିମ୍‌କୁ ଦେଖିବାକୁ ମିଳିଥିଲା ।

‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିଓ୍ବାଲ ପୂର୍ବ ଯୁକ୍ତି ଦୋହରାଇବା ସହ କହିଥିଲେ, କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ । ଆଜି ଆଲୋଚନାରେ ଏନସିପି ଦିଲ୍ଲୀ ସରକାରଙ୍କୁ ସମର୍ଥନ ଘୋଷଣା କରିଛି । ସଂସଦରେ ଏହି ବିଲ ଆଗତ ସମୟରେ ଏନସିପି ଆମ ଆଦମୀ ପାର୍ଟି ସମର୍ଥନରେ ରହିବ । ଯେତେବେଳେ ଜନତା ବିଜେପି ବିରୋଧରେ ଭୋଟ ଦେଇ କୌଣସି ଅଣ ବିଜେପି ସରକାର ଗଠନ କରିବା ଦିଗରେ ଜନାଦେଶ ଦେଉଛନ୍ତି, ସେତେବେଳେ ବିଜେପି 3ଟି ପ୍ରଣାଳୀ ବ୍ୟବହାର କରି ସରକାରକୁ କାର୍ଯ୍ୟ କରିବାରୁ ରୋକୁଛି ।

ପ୍ରଥମତଃ ବିଧାୟକଙ୍କୁ କିଣିବା ପ୍ରୟାସ କରୁଛି ବିଜେପି । ଏପରି ନହେଲେ ବିଜେପି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇବା ପରି କାର୍ଯ୍ୟ କରୁଛି । ଏଥିରେ ସଫଳ ନହେଲେ ବିଜେପି ସରକାର ଅଧ୍ୟାଦେଶ ଆଣି ନିର୍ବାଚିତ ସରକାରଙ୍କ କ୍ଷମତା ହ୍ରାସ କରିବାକୁ ପ୍ରୟାସ କରୁଛି । ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ । ଯଦି ଅଣ ବିଜେପି ପାର୍ଟିମାନେ ଏକାଠି ହୋଇପାରିବେ, ତେବେ ଦିଲ୍ଲୀ ପ୍ରସଙ୍ଗରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ରାଜ୍ୟସଭାରେ କାଟ ଖାଇବ । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଦେଶ ଓ ସମ୍ବିଧାନକୁ ଭଲ ପାଉଥିବା ରାଜନୈତିକ ଦଳମାନେ ଏକାଠି ହେବା ଉଚିତ ।

ମୁମ୍ବାଇ ଗସ୍ତର ପ୍ରଥମ ଦିନରେ ଗତକାଲି (ବୁଧବାର) ଉଦ୍ଧବ ଠାକରେଙ୍କୁ ଭେଟି କେଜ୍ରିଓ୍ବାଲ ଏହି ପ୍ରସଙ୍ଗରେ ସମର୍ଥନ ହାସଲ କରିଥିବା ବେଳେ ଆଜି ଶରଦ ପାଓ୍ବାର ମଧ୍ୟ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଗ୍ରୀଷ୍ମ ଛୁଟି ଶେଷ ହେବା ଯାଏ ଦିଲ୍ଲୀ ସରକାର ଅପେକ୍ଷା କରିଥିବା ବେଳେ ସଂସଦ ଆରମ୍ଭ ହେବା ପୂର୍ବରୁ ଏହାକୁ ଗୃହରେ ପାରିତ କରାଇ ନଦେବା ପାଇଁ ମଧ୍ୟ କେଜ୍ରିଓ୍ବାଲ ରାଜନୈତିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି । ସେ ସମସ୍ତ ଅଣ ବିଜେପି ଦଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details