ଓଡିଶା

odisha

ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ SWB ପୂର୍ବତନ ସଭାପତି ୱାସିମ ରିଜବୀ

By

Published : Dec 6, 2021, 3:23 PM IST

ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ SWB ପୂର୍ବତନ ସଭାପତି ୱାସିମ ରିଜବୀ
ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ SWB ପୂର୍ବତନ ସଭାପତି ୱାସିମ ରିଜବୀ

ହିନ୍ଦୁ ଧର୍ମ ଗ୍ରହଣ କଲେ ଶିଆ ବୋର୍ଡର ପୂର୍ବତନ ସଭାପତି (Former Chairman of Shia Waqf Board) ୱସିମ ରିଜବୀ । ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ୱାସିମ ରିଜବୀ । ଅଧିକ ପଢନ୍ତୁ

ଲକ୍ଷ୍ନୌ:ହିନ୍ଦୁ ଧର୍ମ ଗ୍ରହଣ କଲେ ଶିଆ ବୋର୍ଡର ପୂର୍ବତନ ସଭାପତି (Former Chairman of Shia Waqf Board) ୱସିମ ରିଜବୀ । ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ସେ । ଆଜି ଉତ୍ତରପ୍ରଦେଶର ଗାଜିଆବାଦରେ ୟେତି ନରସିଂହାନନ୍ଦ ସରସ୍ବତୀ ତାଙ୍କୁ ସନାତନ ଧର୍ମରେ ସାମିଲ କରାଇଛନ୍ତି । ଏବେ ତାଙ୍କୁ ସମସ୍ତେ ୱାସିମ ରିଜବୀ ନୁହେଁ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ ଭାବରେ ଜାଣିବେ ।

ଧର୍ମ ପରିବର୍ତ୍ତନ ପରେ ୱସିମ ରିଜବୀ କହିଛନ୍ତି କି, ଧର୍ମ ପରିବର୍ତ୍ତନର କୌଣସି କଥା ନାହିଁ । ମୋତେ ଯେତେବେଳେ ଇସଲାମ ଧର୍ମରୁ ବାହାର କରି ଦିଆଯାଇଛି ଏବେ ମୁଁ କେଉଁ ଧର୍ମ ଗ୍ରହଣ କରିବି ତାହା ମୋ ନିଷ୍ପତ୍ତି । ସନାତନ ଧର୍ମ ଦୁନିଆର ପ୍ରଥମ ଧର୍ମ ଯେଉଁଠି ସବୁ ଭଲ କଥା ଗ୍ରହଣ କରାଯାଏ । ସନାତନ ଧର୍ମରେ ମଣିଷତ୍ବ ଅଛି ଯାହା ଆଉ କେଉଁ ଧର୍ମରେ ନାହିଁ । ସେପଟେ ଇସଲାମ ଧର୍ମକୁ ନେଇ ବହୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଆଜି ଠାରୁ ହିନ୍ଦୁତ୍ବ ପାଇଁ କାମ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details