ETV Bharat / bharat

ମେ ୧୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - HOROSCOPE

author img

By ETV Bharat Odisha Team

Published : May 15, 2024, 12:03 AM IST

Horoscope Of 15th May 2024: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୧୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)

ମେଷ: ଆପଣ ନିଜର କଟୁ ବାକ୍ୟ ଏବଂ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍‍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଯାହା ଫଳରେ ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ । ଆପଣଙ୍କର ଖର୍ଚ୍ଚ ବଢିପାରେ । ଆଜିର ସ୍ଥିରକୃତ ଯାତ୍ରାକୁ କିଛିଦିନ ପାଇଁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟିରେ ଯାତ୍ରା ଆପଣଙ୍କ ପକ୍ଷେ ଶୁଭଫଳ ପ୍ରଦାନ କରିବ ନାହିଁ ।

ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ପ୍ରତିଦ୍ୱନ୍ଦ୍ବୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ଗ୍ରହଣ କରିପାରେ । ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମ ସାରିପାରିବେ ନାହିଁ । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବାସହ ଉତ୍କଣ୍ଠିତ ହେବେ । ଏପରି କୌଣସି ଘଟଣାରେ ଆପଣଙ୍କୁ ନିୟୋଜିତ କରନ୍ତୁନାହିଁ ଯେଉଁଥିରେ ଆପଣଙ୍କର ସମ୍ମାନରେ ହାନି ହେବ ।

ମିଥୁନ: ଦିବସରେ ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଦିନର ପ୍ରଥମରୁ ଏପରି ମନୋବୃତ୍ତି ଆପଣଙ୍କ ଆବେଗକୁ କମାଇଦେବେ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବେ । ଆପଣ ନିଜର ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ । ଆଜିର ସନ୍ଧ୍ୟାକୁ ନିଜ ମନଭରି ଉପଭୋଗ କରିପାରନ୍ତି ।

କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଅପରାହ୍ନ ପରେ ଅଯଥା କଥା ବା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।

ସିଂହ: ଦିବସର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ୟେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ । ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ | ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ ।

କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରଯୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେସଙ୍ଗେ ଭୁଲବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସତର୍କତା ଅବଲମ୍ଵନ କରନ୍ତୁ ।

ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ । ପରିବାରର ସଦସ୍ୟଙ୍କ ସଙ୍ଗେସଙ୍ଗେ ପରିଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।

ବିଛା: ଭଗବାନ ତଥା ଗ୍ରହ ମାନଙ୍କ ପ୍ରଭାବରୁ ଦିନଟି ଭଲରେ କଟିବ । ପ୍ରତିକ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ । ଚାକିରୀରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ଯାତ୍ରା କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସରେ ସମୟ କାଟିବେ । ବନ୍ଧୁମାନଙ୍କ ସହ ପରିଭ୍ରମଣରେ ଯାଇପାରନ୍ତି । ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ ଏବଂ ଶୁଭ ଫଳାଫଳ ପାଇପାରିବେ ।

ଧନୁ: ଆଜି ଦିନର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ନଚେତ ଆପଣଙ୍କ ଦିନଟି ଅଯଥାରେ କଟିବ । ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁମାନେ ଆପଣଙ୍କ ଗୃହକୁ ଆସି ଏବଂ ଖୁସି ଖବର ଶୁଣାଇ ଆପଣଙ୍କୁ ଆମୋଦିତ କରିବେ । ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗ କରନ୍ତୁ ।

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରଥମାର୍ଦ୍ଧରେ କର୍ମଜୀବିମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ । ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

କୁମ୍ଭ: ଆଜି ଦିନଟିର ଶୁଭଙ୍କର ହେବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବୀମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଆପଣ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ । ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି ।

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରାରମ୍ଭରୁ କଷ୍ଟକର ହୋଇପାରେ । ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ଶାନ୍ତି ଓ ସୁଖ ପ୍ରଦାନକାରୀ ହେବ । ପ୍ରାତଃ କାଳରୁ ମନରେ ଅଶାନ୍ତି, ଉତ୍କଣ୍ଠା ଓ ଅସଫଳତା ଯୋଗୁଁ ମନ ଅଶାନ୍ତ ରହିବ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ତେଣୁ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରାତଃ କାଳରୁ ଶାରୀରିକ ଅସୁସ୍ଥତା ଦେଖାଦେଲେ ମଧ୍ୟ ଆସ୍ତେଆସ୍ତେ ଉନ୍ନତି କରିବ । ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ମଜ୍ଜିରହିବେ । କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.