ETV Bharat / bharat

କାଳ ହେଲା ପିକନିକ ! ନଦୀରେ ବୁଡି ୫ ସାଙ୍ଗ ମୃତ - Betwa River Drown Incident

author img

By ETV Bharat Odisha Team

Published : May 14, 2024, 8:08 PM IST

Betwa River Drown Incident: ସାଙ୍ଗ ହୋଇ ଯାଇଥିଲେ ପିକ୍‌ନିକ୍‌ । ହେଲେ ଏହି ପିକ୍‌ନିକ୍‌ ସାଜିଲା ଶେଷ ଯାତ୍ରା । ନଦୀରେ ବୁଡି ଚାଲିଗଲା 5 ସାଙ୍ଗଙ୍କ ଜୀବନ । ଅଧିକ ପଢନ୍ତୁ

Betwa River Drown Incident
Betwa River Drown Incident (ETV Bharat)

ଲକ୍ଷ୍ନୌ: ପିକ୍‌ନିକ୍‌ ସାଜିଲା କାଳ । ନଦୀରେ ବୁଡି ୫ ସାଙ୍ଗଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଜାଲୌନ ଜିଲ୍ଲାରେ । ସୂଚନା ଅନୁସାରେ ଜାଲୌନ ଜିଲ୍ଲାର କୋଟରା ଥାନା ଅନ୍ତର୍ଗତ ବେତବା ନଦୀ କୂଳରେ ପିକନିକ କରିବାକୁ ବଘୋରା ଗ୍ରାମରେ ରହୁଥିବା ୫ ଜଣ ସାଙ୍ଗ ଯାଇଥିଲେ । ବେତବା ନଦୀର ସଲା ଘାଟରେ ସୋମବାର ଦିନ ଅପରାହ୍ନରେ ସେମାନେ ଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଏହି ୫ଜଣ ସାଙ୍ଗ ସଲା ଘାଟ ନିକଟରେ ନିଜର ସ୍କୁଟି ଓ ବାଇକକୁ ଛିଡା କରିବା ସହ ନିଜର ପୋଷାକ ଓ ଜୋତା ରଖିଥିଲେ । ଏହା ପରେ ସମସ୍ତେ ନଦୀ ଭିତରକୁ ଗାଧୋଇବା ପାଇଁ ପ୍ରବେଶ କରିଥିଲେ । ବହୁତ ସମୟ ଯାଏଁ ସେଠାରେ ଗାଧୋଇବା ଭଳି କେହି ନଜର ନ ଆସିବାରୁ କୌଣସି ଅଘଟଣର ଆଶଙ୍କା କରି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ସେଠାରେ କାହାରିକୁ ନ ପାଇ ପୋଲିସକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅଧା ରହିଗଲା ଡାକ୍ତର ସ୍ବପ୍ନ, କନ୍ୟାକୁମାରୀରେ ବୁଡି 5 ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ - Medical Students Death

ଖବର ପାଇ କୋଟରା ଥାନାରୁ ପୋଲିସ ଆସି ଘାଟ ନିକଟରେ ଖୋଜାଖୋଜି ଆରମ୍ଭ କରିଥିଲା । ସେମାନଙ୍କର କୌଣସି ସନ୍ଧାନ ନ ମିଳିବାରୁ ପୋଲିସ ଡାଇବର ବା ପହଁରାଳୀଙ୍କ ସାହାଯ୍ୟ ନେଇଥିଲା । କୋଟରା ପୋଲିସ ସେଠାରେ ମିଳିଥିବା ସେମାନଙ୍କ ଗାଡିର ନମ୍ବର ପ୍ଲେଟ ଓ ଫୋନ ଜରିଆରେ ପରିବାର ବର୍ଗଙ୍କ ବିଷୟରେ ଜାଣି ସେମାନଙ୍କୁ ସୂଚନା ଦେଇଥିଲେ । ପୋଲିସ ଏହା ସହ ଏନଡିଆରଏଫ ଟିମର ସହାୟତା ନେଇଥିଲା । ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚି ଘାତ ନିକଟରେ ରହିଥିବା ଚପଲ ଓ ଗାଡିକୁ ଚିହ୍ନଟ କରିଥିଲେ ।

୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଏନଡିଆରଏଫ ଦଳ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଟା ସମୟରେ ୫ ଜଣଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ପୋଲିସ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ । ମୃତକମାନଙ୍କ ନାଁ ପ୍ରଦୀପ, କଲ୍ୟାଣ ସିଂହ, ରମାକାନ୍ତ, ମହେନ୍ଦ୍ର ପାଳ ଓ କନିଷ୍କ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଉରଇ ମୁଖ୍ୟାଳୟଠାରୁ ୪୫ କିଲୋମିଟର ଦୂର ସ୍ଥିତ କୋଟରା ଥାନା ଅନ୍ତର୍ଗତ ସଲା ଘାଟରେ ଦୈନିକ ଲୋକମାନେ ବୁଲାବୁଲି କରିବା ସହ ପିକନିକ କରିବାକୁ ଆସିଥାନ୍ତି । ଏହି ଅଘଟଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.