ଓଡିଶା

odisha

୨୬ ଟଙ୍କାରେ ପେଟପୁରା ଖାଇବା, ଭାଇରାଲ୍‌ ହେଉଛି ରେଷ୍ଟୁରାଣ୍ଟ ବିଲ୍‌

By

Published : Nov 23, 2022, 5:17 PM IST

Delhi based restaurant Food bill of 1985 viral in social media for its item rates
୨୬ ଟଙ୍କାରେ ପେଟପୁରା ଖାଇବା, ଭାଇରାଲ୍‌ ହେଉଛି ରେଷ୍ଟୁରାଣ୍ଟ ବିଲ୍‌ ()

80 ଦଶକର କଥା ମନେ ପକାଇଲେ ସେହି ଟାଇଟ୍‌ ଜିନ୍ସ, ଟେପ୍‌ ରେକର୍ଡର, ମୁଲେଟ୍‌(ଏକ ପ୍ରକାର ହେୟାର ଷ୍ଟାଇଲ୍‌) କଥା ମନକୁ ଆସିଯାଏ । ସେହି ସମୟର ଜୀବନଶୈଳୀ ଓ ବର୍ତ୍ତମାନର ଜୀବନ ଶୈଳୀ ମଧ୍ୟ ଆକାଶ ପାତାଳ ତଫାତ । ଏକ ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି(Delhi based restaurant Food bill) । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ:80 ଦଶକର କଥା ମନେ ପକାଇଲେ ସେହି ଟାଇଟ୍‌ ଜିନ୍ସ, ଟେପ୍‌ ରେକର୍ଡର, ମୁଲେଟ୍‌(ଏକ ପ୍ରକାର ହେୟାର ଷ୍ଟାଇଲ୍‌) କଥା ମନକୁ ଆସିଯାଏ । ସେହି ସମୟର ଜୀବନଶୈଳୀ ଓ ବର୍ତ୍ତମାନର ଜୀବନ ଶୈଳୀ ମଧ୍ୟ ଆକାଶ ପାତାଳ ତଫାତ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ମହଙ୍ଗା ଯୁଗରେ ବଞ୍ଚୁଥିବା ସାଧାରଣ ଲୋକଟିଏ ସେହି ସମୟରେ କଥା ଶୁଣିଲେ ଆଚମ୍ବିତ ହୋଇପଡ଼େ । ଏହାରି ମଧ୍ୟରେ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଖାଇବାର ଦାମ୍‌ ପଢ଼ିଲେ ଯେ କେହି ଆଚମ୍ବିତ ହୋଇଯିବା ନିଶ୍ଚିତ (Delhi based restaurant Food bill )।

୧୯୮୫ର ରେଷ୍ଟୁରାଣ୍ଟ୍‌ ବିଲ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ୧୯୮୫ ମସିହାର ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଖାଦ୍ୟ ଦାମ୍‌ ଦେଖିଲେ ମନ ଖୁସି ହୋଇଯାଉଛି । ବିଲ୍‌ଟି ୧୯୮୫ ମସିହା ଡିସେମ୍ବର ୨୦ ତାରିଖରେ କଟା ଯାଇଛି । ମୋଟ ବିଲ୍‌ ୨୪ ଟଙ୍କା ହୋଇଥିବା ଟ୍ୟାକ୍ସକୁ ମିଶାଇ ମୋଟ ୨୬ ଟଙ୍କା ୩୦ ପଇସା ବିଲ୍‌ ହୋଇଥିଲା(Food bill of 26 rupees) ।

ଆଜି ଆମେ ଗାଡି, ଭଲ ପୋଷାକ, ଘର ଓ ବଙ୍ଗଳା କଥା ଚିନ୍ତା କରୁଥିବା ନିଶ୍ଚୟ । ଆଜିର ଦିନରେ ଏକ ଟଙ୍କାରେ ଏକ ଭଲ ଚକୋଲେଟଟିଏ କିଣିବା ମୁସ୍କିଲ ହୋଇ ପଡ଼ୁଛି । ତେବେ ୮୦ ଦଶକରେ ଏହି ଏକ ଟଙ୍କାର ମୂଲ୍ୟ ଢେର ଅଧିକ ଥିଲା । ତାହା ଦିଲ୍ଲୀରେ ଥିବା ଏକ ରେଷ୍ଟୁରାଣ୍ଟ୍‌ ବିଲ୍‌ରୁ ଜଣା ପଡ଼ୁଛି । ବିଲ୍‌ଟି ବର୍ତ୍ତମାନ ଦିଲ୍ଲୀସ୍ଥିତ ଲଜିଜ୍‌ ନାମକ ରେଷ୍ଟୁରାଣ୍ଟ ପକ୍ଷରୁ ସେୟାର କରାଯାଇଛି । ଲଜପତ୍‌ ନଗରରେ ଏବେବି ଏହି ରେଷ୍ଟୁରାଣ୍ଟ ରହିଛି ।

ବିଲ୍‌ରେ ମୋଟ ୪ଟି ଆଇଟମ୍‌ ରହିଛି । ଯଦି ଜୁମ୍‌ କରି ବିଲ୍‌ଟିକୁ ଦେଖିବେ ଏଥିରେ ଶାହି ପନୀର, ଡାଲ୍‌ ମଖାନି, ରାଇତା ଓ ରୁଟି ରହିଛି । ପ୍ରଥମ ଆଇଟମ୍‌ର ମୂଲ୍ୟ ୮ ଟଙ୍କା ରହିଥିବା ବେଳେ ଦ୍ବିତୀୟ ଆଇଟମ୍‌ର ମୂଲ୍ୟ ୫ ଟଙ୍କା ରହିଛି । ସେହିଭଳି ତୃତୀୟ ଓ ଚତୁର୍ଥ ଆଇଟମ୍‌ର ମୂଲ୍ୟ ୫ ଓ ୬ ଟଙ୍କା ୩୦ ପଇସା ହୋଇଛି । ଟ୍ୟାକ୍ସକୁ ମିଶାଇ ମୋଟ ବିଲ୍‌ ୨୬ ଟଙ୍କା ହୋଇଛି ।

ବର୍ତ୍ତମାନ ସ୍ଥିତିରେ ଆପଣ ଉକ୍ତ ରେଷ୍ଟୁରାଣ୍ଟ ଏତିକି ଆଇଟମ୍‌ ଖାଇଲେ ନିହାତି ଭାବରେ ପକେଟ ଖାଲି ଫେରିବେ । ୮୦ ଦଶକର ଏହି ବିଲ୍‌କୁ ସୋସିଆଲ ମଡିଆରେ ଖୁବ୍‌ ମାଇଲେଜ୍‌ ମିଳୁଛି । ଏହାକୁ ସେୟାର କରିବାରେ ଲାଗିଛନ୍ତି ୟୁଜର୍ସ ।

ABOUT THE AUTHOR

...view details