ETV Bharat / bharat

UBT ନେତାଙ୍କୁ ଆଣିବାକୁ ଯିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅବତରଣ ବେଳେ ହେଲା କ୍ରାସ - Maharashtra Helicopter Crash

author img

By ETV Bharat Odisha Team

Published : May 3, 2024, 6:11 PM IST

Helicopter Crash in Maharashtra
Helicopter Crash in Maharashtra (Etv Bharat)

Helicopter Crash in Maharashtra: ଉଦ୍ଧବ ଗୋଷ୍ଠୀ ଶିବସେନା ନେତାଙ୍କୁ ଆଣିବାକୁ ଯିବା ବେଳେ ଦୁର୍ଘଟଣାଗ୍ରସ୍ତର ଶିକାର ହେଲିକପ୍ଟର । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର । ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତାଙ୍କୁ ଆଣିବାକୁ ଯାଉଥିବା ବେଳେ ଲ୍ୟାଣ୍ଡ୍‌ ସମୟରେ ହେଲିକପ୍ଟରଟି କ୍ରାସ ହୋଇଯାଇଥିଲା । ଦୁର୍ଘଟଣାରେ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଯୋଗୁଁ ଶିବସେନା (U)ର ପ୍ରଚାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହେଲିକପ୍ଟରର ରୋରଟ ବ୍ଲେଡ କ୍ଷତିଗ୍ରସ୍ତ ହୋଇଥିବାରୁ ଘଟିଛି ଦୁର୍ଘଟଣା ।

ଏହା ବି ପଢନ୍ତୁ- ଜୈସଲମେରରେ ବଡ ଦୁର୍ଘଟଣା, ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ଲୋକସଭା ନିର୍ବାଚନ ଲାଗି ବାରମତି ଠାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କୁ ଆଣିବା ଲାଗି ପ୍ରାଇଭେଟ ଚପର୍‌ ରାୟଗଡ଼ ଜିଲ୍ଲାର ହେଲିପ୍ୟାଡରେ ପହଞ୍ଚିଥିଲା । ହେଲେ ଅବତରଣ କରିବା ପୂର୍ବରୁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ସକାଳ 9ଟା 30 ସମୟରେ ଘଟିଛି । ପାଇଲଟ ହେଲିକପ୍ଟରକୁ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ଗୋଟିଏ ଦିଗକୁ ଢଳି ଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ପାଇଲଟଙ୍କୁ ଆଘାତ ଲାଗିଥିବା ବେଳେ ହେଲିକପ୍ଟରର ରୋଟର ବ୍ଲେଡ କ୍ଷତିଗ୍ରସ୍ତ ହୋଇଛି ।

ଏହା ବି ପଢନ୍ତୁ- ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ

ରାୟଗଡ଼ ଜିଲ୍ଲାରେ ଆଜି ଦଳର 2ଟି ରାଲି ମାଲାଦ ଓ ବାରମତିରେ ଅନୁଷ୍ଠିତ ହେବାକୁ ଥିଲା । ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ପ୍ରଥମେ ମାଲାଦକୁ ଆସିଥିଲେ । ଏହାପରେ ସେ ବାରାମତି ଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ତାଙ୍କ ବାରମତି କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା । ଏନେଇ ସୁଶମା କହିଛନ୍ତି, "ଗୁରୁବାର ମାହାଦରେ ରାଲି ଥିଲା । ଯେହେତୁ ଆମ ଜିଲ୍ଲା ସଭାପତିଙ୍କ ଉପରେ ଆକ୍ରମଣ ହୋଇଥିଲା, ଏଣୁ ବିଳମ୍ବିତ ରାତିରେ ଏକ ବୈଠକ ଥିଲା । ଏହାପରେ ମୁଁ ସକାଳ 9ଟାରେ ବାରାମତି ଯିବାକୁ ବାହାରିଥିଲି । ହେଲେ ହେଲିକପ୍ଟର 15 ମିନିଟ ବିଳମ୍ବରେ ଆସୁଥିଲା । ଏପରିକି ହେଲିପ୍ୟାଡରେ ହେଲିକପ୍ଟର ପହଞ୍ଚିବା ପରେ ମଧ୍ୟ ଅବତରଣ ନ କରି ଆକାଶରେ ଘୁରିବାକୁ ଲାଗିଥିଲା । ଆଉ ଯେତେବେଳେ ହେଲିକପ୍ଟର ଲ୍ୟାଣ୍ଡ କରିଥିଲା, ସେତେବଳେ ଜୋରରେ ଶବ୍ଦ ହୋଇଥିଲା । ଏହାପରେ ଚାରିଆଡ଼ ଧୂଳିମୟ ହୋଇଯାଇଥିଲା । ଦୁର୍ଘଟଣାର କାରଣ କଣ ସେ ନେଇ ପୋଲିସ ତଦନ୍ତ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.